Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅପରାଧୀଙ୍କୁ ସାବାଡ କରିବାକୁ ପୁଷ୍ପା ଷ୍ଟାଇଲରେ ପୋଲିସ କମିଶନରଙ୍କ କଡା ଚେତାବନୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଅପରାଧୀଙ୍କୁ ସାବାଡ କରିବାକୁ ପୁଷ୍ପା ଷ୍ଟାଇଲରେ ପୋଲିସ କମିଶନରଙ୍କ କଡା ଚେତାବନୀ

Key Points

ରାଜଧାନୀରେ ଡବଲ ଏନକାଉଣ୍ଟର
ପୋଲିସ ଗୁଳିରେ ଜଖମୀ ଦୁଇ ବିହାରୀ ଲୁଟେରା
ଚୋରା ବାଇକରେ ଆସୁଥିଲେ ରାଜରାସ୍ତାରେ ସୁନା ଚେନ ଲୁଟୁଥିଲେ
ଅପରାଧୀଙ୍କୁ ସାବାଡ କରିବାକୁ ପୁଷ୍ପା ଷ୍ଟାଇଲରେ ପୋଲିସ କମିଶନରଙ୍କ କଡା ଚେତାବନୀ

ଏହି ଅଂଚଳ ଦେଇ ଲୁଟ ପାଇଁ ଯାଉଥିଲେ ଦୁଇ ଲୁଟେରା। ଏତିକି ବେଳେ ପେଟ୍ରୋଲିଂ ରେ ଥିବା ପୋଲିସ ଉଭୟଙ୍କୁ ଅଟକାଇଥିଲା। ସଙ୍ଗେ ସଙ୍ଗେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ବିହାରୀ ଲୁଟେରା ସୋନୁ ଜାଦବ ଓ ମନୀଷ ଯାଦବ। ପୋଲିସ ର କାଉଣ୍ଟର ଆଟାକ । ପୋଲିସର ଗୁଳି ଗୋଡ଼ ରେ ବାଜିବା ପରେ ଆହତ ହୋଇଥିଲେ ସୋନୁ ଓ ମନିଷ। ବିଳମ୍ବିତ ରାତିରେ ଚିକିତ୍ସା ପାଇଁ ଉଭୟଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ଏସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ଯାଇ ଛାନ ଭିନ ଆରମ୍ଭ କରିଛି। ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, 3 ରାଉଣ୍ଡ ଜୀବନ୍ତ ଗୁଳି ସହ ଗୋଟିଏ ଚୋରା ବାଇକ ଜବତ କରାଯାଇଛି।

ଅପରାଧୀଙ୍କୁ ଚରମମାଣୀ ଶୁଣାଇଛନ୍ତି ପୋଲିସ କମିଶନର । ପୁଷ୍ପା ଷ୍ଟାଇଲରେ ଡାଇଲଗ ମାରି ଅପରାଧୀଙ୍କୁ କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର।

ବିହାର କଟିଆର ଅଂଚଳର ଦୁଇ ଲୁଟେରା ଦୁର୍ଦାନ୍ତ ବିହାରୀ ଗ୍ୟାଙ୍ଗ ଖାରାର ସଦସ୍ୟ। ଖୁବ ଚତୁରତା ର ସହ ଟ୍ରେନ ଯୋଗେ ଏମାନେ ଭୁବନେଶ୍ୱର ଆସି ପ୍ରଥମେ ବାଇକ ଚୋରୀ କରୁଥିଲେ। ପରେ ଚୋରା ବାଇକ ରେ ନକଲି ନମ୍ବର ପ୍ଲେଟ ଲଗାଇ ଲୁଟତରାଜ। ଗତ ମାର୍ଚ୍ଚ ରେ ଭୁବନେଶ୍ୱରର ବଡ ଗଡ଼ ଅଂଚଳ ରେ ଦୁଇଟି ଓ ଲିଙ୍ଗରାଜ, କ୍ୟାପିଟାଲ ସହ ଚନ୍ଦ୍ରଶେଖରପୁର ଥାନା ଅଂଚଳ ରେ ଗୋଟିଏ ଲେଖାଏଁ ଲୁଟ ରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ।

ଗତ କିଛି ଦିନ ଭିତରେ ଭୁବନେଶ୍ୱର ରେ ଲୁଟ ଓ ଆପାର୍ଟମେଣ୍ଟ ଚୋରୀ ବଢିଥିବା ବେଳେ ଅଧିକାଂଶ ଲୁଟେରା ଗ୍ୟାଙ୍ଗ ରାଜ୍ୟ ବାହାରର। ପୋଲିସ ପେଟ୍ରୋଲିଂ ସହ ବ୍ଲକିଙ୍ଗ ଓ ଚେକିଂ ବଢାଇଛି । ତେବେ ପୋଲିସର ଏନକାଉଣ୍ଟର ତରିକା ଲୁଟେରା ଙ୍କୁ କେତେ ସାବାଡ଼ କରି ପାରୁଛି ତାହା ଉପରେ ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police-commissioners-stern-warning-in-pushpa-style-to-punish-criminals | Argus News