ପୋଲିସ୍-କଂଗ୍ରେସ କର୍ମୀ ଧସ୍ତାଧସ୍ତି, ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ୍

Key Points
ପୋଲିସ୍-କଂଗ୍ରେସ କର୍ମୀ ଧସ୍ତାଧସ୍ତି
ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ୍
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି
ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଓଡ଼ିଶା ବନ୍ଦ ପାଳନ । ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୋଲିସ୍-କଂଗ୍ରେସ କର୍ମୀ ଧସ୍ତାଧସ୍ତି । ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ୍ । ରାଜ୍ୟର ବିଭିନ୍ନ ଛକ ଓ ବଜାରରେ କଂଗ୍ରେସ ନେତା ଓ କର୍ମୀଙ୍କ ପିକେଟିଂ ସହ ବିକ୍ଷୋଭ ପ୍ରଦର୍ଶନ । କଂଗ୍ରେସର ଓଡିଶା ବନ୍ଦକୁ ସମର୍ଥନ ପାଇଁ ଭୁବନେଶ୍ବର ଗସ୍ତରେ କଂଗ୍ରେସ ରାଷ୍ଟ୍ରୀୟ ନେତ୍ରୀ ଅଳକା ଲାମ୍ବା । ମାଷ୍ଟର କ୍ୟାଣ୍ଟିନ ଛକରେ ମହିଳା କର୍ମୀଙ୍କ ସହ ମିଶି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଛାତ୍ରୀଙ୍କୁ ନ୍ୟାୟ ଦେବା ନାଁରେ କଂଗ୍ରେସର ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ କଂଗ୍ରେସର ଗୁଣ୍ଡାଗର୍ଦ୍ଦିର ଚିତ୍ର ଦେଖିବାକୁ ମିଳିଛି। ବନ୍ଦ ପାଳନ ବେଳେ ଜଗତସିଂହପୁରରେ ଯୁବକଙ୍କୁ କଂଗ୍ରେସ କର୍ମୀ ମାଡ଼ ମାରୁଥିବା ଘଟଣା କ୍ୟାମେରାରେ କୟଦ ହୋଇଛି ।
ସେଭଳି ଅନୁଗୁଳ ଛେଣ୍ତିପଦାରେ କଂଗ୍ରେସ ନେତା ବନ୍ଦ ସମୟରେ ବସ ଉପରେ ଆକ୍ରମଣ କରିଛନ୍ତି। କଂଗ୍ରେସ ନେତାଙ୍କ ମାଡରେ ବସର କାଚ ଭାଙ୍ଗିଯାଇଛି।
📱 Get Argus News App
✨ସେଭଳି ଭୁବନେଶ୍ବର କଳ୍ପନା ଛକରେ ମିଡ଼ିଆ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। ବ୍ରହ୍ମପୁର ଆସ୍କାରେ ବନ୍ଦ ସମୟରେ ସାଧାରଣ ଜନତା ଓ କଂଗ୍ରେସ କର୍ମୀ ମୁହାଁମୁହିଁ । ପୋଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା l
ସେପଟେ କଂଗ୍ରେସର ଓଡିଶା ବନ୍ଦ ସମୟରେ କୌଣସି ବ୍ୟକ୍ତି ଯଦି ହଇରାଣ ହରକତ ହେଉଥାନ୍ତି ତେବେ କମିସନରେଟ ପୋଲିସର ହେଲ୍ପ ଲାଇନ ନମ୍ବରକୁ ଯୋଗାଯୋଗ ପାଇଁ ଅପିଲ କଲା ପୋଲିସ । ଯୋଗାଯୋଗ ପାଇଁ ହେଲ୍ପ ଲାଇନ ନଂ- ୦୬୭୪ ୨୫୪୩୫୪୧। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାରୁ ପରାମର୍ଶ । ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ । ବିଶେଷ କରି ମେଡିକାଲ ଯାଉଥିବା ରୋଗୀ, ସରକାରୀ କର୍ମଚାରୀ, ଜରୁରୀକାଳୀନ ସେବା ଯୋଗାଉ ଥିବା ବ୍ୟକ୍ତି କିମ୍ବା ଗାଡି ଚାଳକ ମାନେ ଯୋଗାଯୋଗ କରିପାରିବେ । ଏହା ଶହ କମିସନରେଟ ପୋଲିସର ମେଲ୍ ଆଇଡିକୁ ଜଣେଇବାକୁ ଅପିଲ୍ କଲା ପୋଲିସ ।