Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରାତଃ ଭ୍ରମଣ ବେଳେ କନଷ୍ଟବେଳଙ୍କ ଉପରେ ଗାଡି ଚଢିଗଲା

Odisha

ପ୍ରାତଃ ଭ୍ରମଣ ବେଳେ କନଷ୍ଟବେଳଙ୍କ ଉପରେ ଗାଡି ଚଢିଗଲା

Smruti Parija
Browse all articles by Smruti Parija
·1 year ago·1 min read
ପ୍ରାତଃ ଭ୍ରମଣ ବେଳେ କନଷ୍ଟବେଳଙ୍କ ଉପରେ ଗାଡି ଚଢିଗଲା

କୋରାପୁଟ: ପୋଲିସ କନଷ୍ଟେବଲଙ୍କ ପାଇଁ ପ୍ରାତଃ ଭ୍ରମଣ ହେଲା କାଳ । ବୋରିଗୁମ୍ମା-କୋରାପୁଟ ୪୮ ନମ୍ବର ରାଜ୍ୟ ରାଜପଥ ଦୁଲାଗୁଡା ନିକଟରେ ଅଜଣା ଗାଡି ଧକ୍କା ଦେଇଛି । ଘଟଣାସ୍ଥଳରେ ହିଁ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି । ମୃତ ପୋଲିସ କର୍ମଚାରୀ ହେଲେ ପିତାମ୍ବର ପୂଜାରୀ । 

ସେ ପ୍ରତିଦିନ ପରି ଆଜି ମଧ୍ୟ ସକାଳ ୫.୩୦ ମିନିଟ୍ ସମୟରେ ଦୁଲାଗୁଡା ରାସ୍ତାରେ ଚାଲି ଚାଲି ଯାଉଥିଲେ । ହଠାତ ପଛପଟୁ ଏକ ଗାଡି ତାଙ୍କ ଉପରେ ମଡାଇ ଚାଲି ଯାଇଛି । ମୃତ ପୋଲିସ କର୍ମଚାରୀ ଜଣକ କୋଟପାଡ଼ ବ୍ଲକ ଗିର୍ଲା ଗ୍ରାମର ବୋଲି ଜଣାପଡିଛି  । ସେ ୬ମାସ ହେବ ବୋରିଗୁମ୍ମା ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ । ଆଉ ୬ମାସ ପରେ ସେ ଅବସର ନେଇଥାନ୍ତେ । ଅବସର ପୂର୍ବରୁ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଲାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police constable died in accident during morning walk | Argus News