ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ୍ର ଏନକାଉଣ୍ଟର
·1 year ago·1 min read

ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସୀତାରାମ ଷଡଙ୍ଗୀ ନାଁରେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଅଧିକ ମାମଲା ରୁଜୁ ହୋଇଛି । ଆଜି ଭୋରରୁ ପୋଲିସ ସୀତାରାମକୁ ଧରିବାକୁ ଯାଇଥିବା ବେଳେ ସର୍ଗିଦେଈପୁର ଗାଁ ନିକଟରେ ମୁହଁମୁହିଁ ହୋଇଥିଲେ । ପ୍ରଥମେ ପୋଲିସ ଉପରକୁ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ସୀତାରାମ ।
ପୋଲିସର ପାଲଟା ଆକ୍ରମଣରେ ସୀତାରାମର ବାମ ଗୋଡରେ ଗୁଳି ବାଜିଛି । ତାକୁ ଚିକିତ୍ସା ପାଇଁ ଭିମସାରରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ପାଖରୁ ଉଦ୍ଧାର ସାମଗ୍ରୀ ଭିତରେ ଗୋଟିଏ ୭.୬୫ ମିମି ଦେଶି ପିସ୍ତଲ , ୨ ଗୁଳି କାର୍ଟ୍ରିଜ୍ , ନମ୍ବର ପ୍ଲେଟ୍ ନଥିବା ଗୋଟିଏ ହିରୋ ସୁପର ସ୍ପେଣ୍ଡର ବାଇକ୍ , ୧ ଲକ୍ଷ ଟଙ୍କା ଜବତ କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିବା ସହିତ ତଦନ୍ତ ଜାରି ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: