ଘାଟରେ ନିୟୋଜିତ ହେବେ ପୋଲିସ ଫୋର୍ସ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ; ମଦ ପିଇ ବୁଲିଲେ ଗୋଡ଼ାଇ ଧରିବ ପୋଲିସ

ଭୁବନେଶ୍ଵର: ରାତି ପାହିଲେ ହୋଲି । ରଙ୍ଗର ପର୍ବ ପାଳନ ପାଇଁ ସମସ୍ତେ ଉତ୍ସାହିତ । ଲୋକଙ୍କ ମଧ୍ୟରେ ହୋଲିକୁ ନେଇ ଉତ୍କଣ୍ଠା ରହିଥିବା ବେଳେ ଅମାନିଆଙ୍କୁ ସାବାଡ଼ ପାଇଁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୋଲିସ । ହୋଲିରେ ମଦ ପିଇ ରାସ୍ତାରେ ବୁଲିଲେ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରିବ । ରାଜଧାନୀରେ ହୋଲି ପାଇଁ କମିସନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ଆସିଛି ।
ହୋଲିରେ ଭୁବନେଶ୍ଵରରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ । ରଙ୍ଗ ଖେଳି ନଦୀକୁ ଗାଧୋଇବାକୁ ନ ଯିବାକୁ ପୋଲିସ ଅପିଲ୍ କରିଛି । ରାଜଧାନୀରେ ଥିବା ସମସ୍ତ ଘାଟରେ ପୋଲିସ ଫୋର୍ସ, ଓଡ୍ରାଫ, ଫାୟାର ଟିମ୍ ନିୟୋଜିତ ରହିବେ । ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ଅମାନିଆଙ୍କୁ ଧରିବାକୁ ଚେକିଂ ବ୍ଳକିଂ ମଧ୍ୟ କରାଯିବ । ରାସ୍ତାରେ ଜଗିବେ ସବୁ ଥାନା ଅଧିକାରୀ ।
ହୋଲିରେ ମଦ ପିଇ ଗଣ୍ଡଗୋଳ କଲେ ପୋଲିସ ବାନ୍ଧିବ । ହୋଲି ପୂର୍ବରୁ ରାଜଧାନୀର ସମସ୍ତ ହୋଟେଲ, ଲଜରେ ଯାଞ୍ଚ ଆରମ୍ଭ ହୋଇଛି । ମଦ ବିକ୍ରି ଏବଂ କେମିକାଲ ରଙ୍ଗ ବିକ୍ରି ଉପରେ ପୋଲିସର ନଜର ରଖିଥିବା କହିଛନ୍ତି ଭୁବନେଶ୍ଵର ଡିସିପି ଜଗମୋହନ ମୀନା ।
📱 Get Argus News App
✨ଅଗ୍ନିଶମ ବିଭାଗ ପକ୍ଷରୁ ହୋଲି ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି | ୫ଟି ବାଥ ପଏଣ୍ଟରେ ଜଗିବେ ଅଗ୍ନିଶମ କର୍ମଚାରୀ । ପୁରୀ କେନାଲ, କୁଆଖାଇ, ଦୟା, ବାଙ୍କୁଆଳ, ବାଲିଅନ୍ତା ସାଇଫନରେ ମୁତୟନ ରହିବେ ଅଗ୍ନିଶମ ବାହିନୀ । ଲାଇଫ ବୟ, ଲାଇଫ ଜ୍ୟାକେଟ, ଅଣ୍ଡର ୱାଟର ବିଏ ସେଟ, ଳାଇଭ ବୋଟ ଓ ଟାୱାର ଲାଇଟ ସହ ପ୍ରସ୍ତୁତ ରହିବେ ଆଗ୍ନିକ । ନିଶା ସେବନ କରି ଗଭୀର ପାଣିକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।
ସେପଟେ ସାରା ରାଜ୍ୟରେ ୩୪୫ଟି ଲୋକେସନରେ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । କଟକ ଏବଂ ଭୁବନେଶ୍ୱରରେ ଅଧିକ ୮ଟି ଟିମ ରହିଛନ୍ତି | ପୁରୀ ସି ବିଚ୍ରେ ୧୦୦ଟି ଟିମ୍ ମୁତୟନ ହୋଇଛନ୍ତି । ସମସ୍ତ ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି । ଏବର୍ଷ ଜିରୋ କାଜୁଆଲିଟି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।