Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିମ୍ ବକ୍ସ ରାକେଟରେ ପୋଲିସକୁ ମିଳିଛି ବଡ଼ ସୁରାକ 

Manini Pattanayak
Browse all articles by Manini Pattanayak
·1 year ago·2 min read
ସିମ୍ ବକ୍ସ ରାକେଟରେ ପୋଲିସକୁ ମିଳିଛି ବଡ଼ ସୁରାକ 

ଭୁବନେଶ୍ବର: ଭୁବନେଶ୍ବର କେଶୁରା ଅଞ୍ଚଳର ଭଡ଼ା ଘରୁ ଜବତ ସିମ୍ ବକ୍ସ ରାକେଟରେ ପୋଲିସକୁ ମିଳିଛି ବଡ଼ ସୁରାକ । ବାଂଲାଦେଶରୁ ରାଜୁ ମଣ୍ଡଳକୁ ନିର୍ଦ୍ଦେଶ ଦେଉଥିଲା ମାଷ୍ଟରମାଇଣ୍ଡ । ଓଡ଼ିଶାରେ ଆସି ରେକି କରିବା ପରେ ଆରମ୍ଭ ହୋଇଥିଲା ସିମ୍ ବକ୍ସ ରାକେଟର ଅପରେସନ୍ । ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନକୁ ଧରିବା ପାଇଁ ଇଣ୍ଟରପୋଲର ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ିବ ପୋଲିସ ।  ଏଠି ପ୍ରଶ୍ନ ଉଠୁଛି, ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର ପଛରେ କିଏ । ଯେଉଁମାନେ ବଙ୍ଗବନ୍ଧୁଙ୍କ ମୂର୍ତ୍ତୀ ଭଙ୍ଗାଇଲେ, ସେମାନେ ରଚିଛନ୍ତି କି ଚକ୍ରାନ୍ତ ?.
 କେଶୁରା ଅଞ୍ଚଳର ଭଡ଼ା ଘରୁ ଜବତ ସିମ୍ ବକ୍ସ ରାକେଟରେ ପୋଲିସକୁ ମିଳିଛି ବଡ଼ ସୁରାକ । ବାଂଲାଦେଶରୁ ରାଜୁ ମଣ୍ଡଳକୁ  ନିର୍ଦ୍ଦେଶ ଦେଉଥିଲା ମାଷ୍ଟରମାଇଣ୍ଡ । ଓଡ଼ିଶାରେ ଆସି ରେକି କରିବା ପରେ ଆରମ୍ଭ ହୋଇଥିଲା ସିମ୍ ବକ୍ସ ରାକେଟର ଅପରେସନ୍ । ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନକୁ ଧରିବା ପାଇଁ ଇଣ୍ଟରପୋଲର ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ଲୋଡ଼ିବ ପୋଲିସ । ଭୁବନେଶ୍ବରରୁ ବାଲାଂଦେଶ ପର୍ଯ୍ୟନ୍ତ ପହଁଚିବ କମିଶନରେଟ୍ ପୋଲିସ । କେଶୁରା ଅଞ୍ଚଳର ଭଡ଼ା ଘରୁ ପାକିସ୍ତାନ, ଚାଇନା ଭଳି ଦେଶମାନଙ୍କୁ ଯାଉଥିଲା କଲ୍ । ରାଜ୍ୟରେ ଆଉ ଦୁଇଟି ଜାଗାରେ ସିମ୍ ବକ୍ସ ରାକେଟ୍ ଚାଲୁଥିବା ନେଇ ସୁରାକ୍ ପାଇଛି ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ପାଖରେ ପହଁଚିବା ପାଇଁ ପୋଲିସ ଗଠନ କରିଛି ସ୍ବତନ୍ତ୍ର ଟିମ୍ । ଜବତ ସିମ୍ ବକ୍ସ, ପୁଳା ପୁଳା ସିମ୍ କାର୍ଡକୁ ଅଧିକ ତଥ୍ୟ ପାଇଁ ରାଜ୍ୟ ଫରେନସିକ୍ ଲ୍ୟାବକୁ ପଠାଇବ ପୋଲିସ । ଆବଶ୍ୟକ ପଡ଼ିଲେ ଘର ମାଲିକକୁ ତଦନ୍ତ ପରିସରଭୁକ୍ତ କରିବା ସହ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ତନାଘନା କରିବ କମିଶନରେଟ୍ ପୋଲିସ । 


 ଗତ ନଭେମ୍ବରରୁ ଓଡ଼ିଶାରେ ଚାଲିଥିଲା ସିମ୍ ବକ୍ସ ରାକେଟ୍ । ସିମ୍ ବକ୍ସ ଜରିଆରେ ଆତଙ୍କୀ କାର୍ଯ୍ୟକଳାପ, ସାଇବର ଠକେଇ, ଏକ୍ସଟରସନ୍‍, ଧମକପୂର୍ଣ୍ଣ କଲ୍ କରାଯାଏ। ପୋଲିସ କମିଶନରଙ୍କ ଏଇ ସୂଚନା ପରେ ଆତଙ୍କୀ ଲିଙ୍କ ନେଇ ସନ୍ଦେହ ବଢୁଛି । ଗତ ସେପ୍ଟେମ୍ବର ମାସରେ ଓଡ଼ିଶା ଆସିଥିଲେ ମାଷ୍ଟରମାଇଣ୍ଡ ଆସାରୁଦ୍ଦୁର ଜମାନ ଓ ଏଜେଣ୍ଟ ରାଜୁ ମଣ୍ଡଳ । ଲିଙ୍ଗରାଜ ଅଞ୍ଚଳରେ ରହିବା ସହ ସିମ୍ ବକ୍ସ ରାକେଟ୍ ଚଳାଇବା ପାଇଁ ଉପଯୁକ୍ତ ସ୍ଥାନ ଖୋଜିଥିଲେ । କେଶୁରା ଅଞ୍ଚଳରେ ଘର ଭଡ଼ା ନେଇ ଆରମ୍ଭ ହୋଇଥିଲା `ଅପରେସନ୍ ସିମ୍ ବକ୍ସ'। ପୋଲିସ ଚକମା ଦେଇ ବସ୍ ଯୋଗେ ମ୍ୟୁଜିକ୍ ବକ୍ସ ଭିତରେ ସିମ୍ ବକ୍ସ, ରାଉଟର୍‍, ଫେକ୍ ସିମ୍ କାର୍ଡ ପଶ୍ଚିମବଙ୍ଗରୁ ଆଣିଥିଲା ରାଜୁ ମଣ୍ଡଳ । ତେବେ ଏଠି ପ୍ରଶ୍ନ ଉଠୁଛି, ଆସାରୁଦ୍ଦୁର ଜମାନ ଭାରତ ଆସିବା ପରେ ଓଡ଼ିଶା ସମେତ ଆଉ କେଉଁ କେଉଁ ରାଜ୍ୟରେ ବୁଲିଥିଲା, କାହା କାହା ସହ ମିଶିଥିଲା, ଭୁବନେଶ୍ବରରେ ରହିବାରେ ତାକୁ କିଏ ସହଯୋଗ କରିଥିଲା, ରାଜୁ ମଣ୍ଡଳ ସହ ଆସାରୁଦ୍ଦୁର ଜମାନର କେମିତି ଯୋଗାଯୋଗ ହେଲା, ପଶ୍ଚିମବଙ୍ଗରେ ଫେକ୍ ସିମ୍ ଯୋଗାଉଥିବା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କିଏ, ଏମିତି ତମାମ୍ ପ୍ରଶ୍ନର ଉତ୍ତର ଖୋଜିବ କମିଶନରେଟ୍ ପୋଲିସ ।   ସିମ୍ ବକ୍ସ ରାକେଟର ମୂଳ ଚେର ପର୍ଯ୍ୟନ୍ତ ପହଁଚିବା କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Police found big hole in SIM box racket seized from rented house in Keshura area of ​​Bhubaneswar | Argus News