ବାଇକରୁ ୧୪କେଜି ଗଞ୍ଜେଇ ଜବତ
·2 years ago·1 min read

ଟିଟିଲାଗଡ: ତୁଷୁରା ଅବକାରୀ ବିଭାଗର ଵଡ ସଫଳତା । ଗୁଡଭେଲା- ତୁଷୁରା ରାସ୍ତାରେ ଅବକାରୀ ଵିଭାଗର କର୍ମଚାରୀ ମେନେ ପାଟ୍ରୋଲିଂ କରିଵା ସହ ଗାଡିକୁ ଯାଞ୍ଚ କରୁଥିଲେ ।ସେହି ସମୟରେ ଏକ ବାଇକରୁ ୧୪କେଜି ଗଞ୍ଜେଇ ଜବତ କରିବା ସହ ଜଣେ ନାବାଳକଙ୍କୁ ଗିରଫ କରିଛି ଅଵକାରୀ ଵିଭାଗ । ଵାଇକଟି ଅବକାରୀ ବିଭାଗଙ୍କୁ ଦେଖି ବାଇକ ଦ୍ରୁତ ଗତିରେ ଆସୁଥିଲା। ହଠାତ୍ ଅବକାରୀ କର୍ମଚାରୀଙ୍କୁ ଦେଖୁ ସେମାନେ ଫେରାର ଉଦ୍ୟମ କରିଥିଲେ। ଅବକାରୀ ବିଭାଗ ଗୋଟିଏ ବାଇକକୁ କାବୁକରି ପଚରା ଉଚରା କରିଵା ପରେ ତାଙ୍କ ପାଖରୁ ୧୪ କେଜିର ଗଞ୍ଜେଇ ଜବତ କରାଯାଇଥିଲା ।
ଛତିଶଗଡ଼ର ରାୟପୁରକୁ ବେଆଇନ ଗଞ୍ଜେଇ ଚାଲାଣ ହୋଉଥିଵାର ଜଣାପଡିଛି । ନାବାଳକକୁ ଗିରଫକରି ଜେଜେବୋର୍ଡରେ ହାଜର କରାଯାଇଥିଲା। ନାବାଳକ ଜଣକ ଛତିଶଗଡ଼ରୁ ବାଇକରେ ଗଞ୍ଜେଇ ନେବା ପାଇଁ ଆସିଥିବା ଜଣାପଡିଛି। ଏହି ଚଢଉରେ ତୁଷୁରା ଅବକାରୀର ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, କନଷ୍ଟେବଳ ବିଭୁତି ଭୁଷଣ ଭୋଇ, ଭୋଜରାଜ ବଢେଇ, ସୁନେଲି ପ୍ରଧାନ ଏହି କାର୍ଯ୍ୟରେ ସଫଳ ହୋଇଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: