Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାଣିକୋଇଲି ଛକରେ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାରେ ପୋଲିସର ଛାନଭିନ

Odisha

ପାଣିକୋଇଲି ଛକରେ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାରେ ପୋଲିସର ଛାନଭିନ

Smruti Parija
Browse all articles by Smruti Parija
·1 year ago·1 min read
ପାଣିକୋଇଲି ଛକରେ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାରେ ପୋଲିସର ଛାନଭିନ

Key Points

ପାଣିକୋଇଲି ଛକରେ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାରେ ତନାଘନା।

ଯାଜପୁର: ପାଣିକୋଇଲି ଛକରେ ଲୁଟ୍ ପାଇଁ ଗୁଳିମାଡ଼ ଘଟଣାରେ ତନାଘନା । ଫେରାର୍ 3 ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି ପୋଲିସ୍ । ଗିରଫ ଦୁଇ ଲୁଟେରାଙ୍କ କଟକ ଏସସିବି ମେଡିକାଲରେ ଚିକିତ୍ସା ଚାଲିଛି । ଗତକାଲି ଯାଜପୁର ପାଣିକୋଇଲି ଛକରେ ଆତଙ୍କ ଖେଳାଇଥିଲେ ଅନ୍ତରାଜ୍ୟ ଲୁଟେରା ।



16 ନଂ ଜାତୀୟ ରାଜପଥ କଡ଼ରେ ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟ୍ ପାଇଁ ଗ୍ରାହକ ବେଶରେ ପଶିଥିଲେ ପ୍ରାୟ 5 ଜଣ ଦୁର୍ବୃତ୍ତ । ସମସ୍ତଙ୍କ ପାଖରେ ଥିଲା ବନ୍ଧୁକ । ରିଭଲଭର ଦେଖାଇ ସୁରକ୍ଷା କର୍ମୀ ଓ ଦୋକାନ କର୍ମଚାରୀଙ୍କୁ ଧମକ ଦେଇ ସୁନା ଗହଣା ଲୁଟ୍ କଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୋକାନରୁ ବାହାରି 2ଟି ବାଇକରେ 5 ଜଣ ଦୁର୍ବୃତ୍ତ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ପାଣିକୋଇଲି ଛକରେ ପଛରେ ଥିବା ବାଇକକୁ ଧକ୍କା ଦେଇଥିଲା ଗୋଟିଏ କାର୍ । ସେହି ବାଇକରେ ବସିଥିବା 2 ଜଣ ଦୁର୍ବୃତ୍ତ ସେଠାରେ ପଡ଼ିଯାଇଥିବାବେଳେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ସ୍ଥାନୀୟ ଲୋକେ । ଏହି ସମୟରେ ଅନ୍ୟ ବାଇକରେ ଥିବା ଦୁର୍ବୃତ୍ତମାନେ ଲୋକଙ୍କ ଉପରକୁ କରିଥିଲେ ଫାୟାରିଂ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।


ତେବେ ବାଇକରୁ ପଡ଼ିଥିବା 2 ଜଣ ଦୁର୍ବୃତ୍ତଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଅନ୍ୟ 3 ଜଣ ଫେରାର୍ ହୋଇଯାଇଥିଲେ । ପୋଲିସ୍ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।

Sponsored
police-investigating-shooting-incident-for-robbery-at-panikkoili | Argus News