Maoist Encounter / ସରଣ୍ଡାରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ
·4 months ago·2 min read

Key Points
ସରଣ୍ଡା ଜଙ୍ଗଲରେ ପୁଲିସ-ମାଓବାଦୀ ମୁହାଁମୁହିଁ
ଉଭୟ ପକ୍ଷରୁ ଗୁଳିବର୍ଷା
ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ
ଉଭୟ ପକ୍ଷରୁ ଗୁଳିବର୍ଷା
ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ
ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ସରଣ୍ଡା ଜଙ୍ଗଲରେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି।
ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ ।
ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା। ଜଙ୍ଗଲ ଭିତରୁ ଲଗାତାର ଗୁଳିଗୋଳା ଶବ୍ଦ ଶୁଣି ନିକଟସ୍ଥ ଗାଁ ଗୁଡ଼ିକରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦିନକ ତଳେ ସିଆର୍ପିଏଫ୍ ଡିଜି ଚାଇଁବସା ଗସ୍ତରେ ଆସି ନକ୍ସଲ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରିବାକୁ ସୁରକ୍ଷାବଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସେପଟେ ତେଲେଙ୍ଗାନାରେ ନକ୍ସଲ ସଂଗଠନକୁ ଲାଗିଛି ଶକ୍ତ ଝଟକା,୧୨୪ ବନ୍ଧୁକ ସହ ୧୩୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନିକଟରେ ୧୩୦ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ହାଇଦ୍ରାବାଦରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବା ସହ ୧୨୪ ଅତ୍ୟାଧୁନିକ ବନ୍ଧୁକ ହସ୍ତାନ୍ତର କରିଛନ୍ତି।
ଇନସାସ୍ ଏଲ୍ଏମ୍ଜି ରାଇଫଲ ଗୋଟିଏ, ୩୧ଟି ଏକେ-୪୭, ୨୧ଟି ଇନସାସ୍, ୨୦ଟି ଏସ୍ଏଲ୍ଆର୍, ୧୮ଟି ୩୦୩, ୯ ଏସ୍ଏମ୍ ପିସ୍ତଲ ଗୋଟିଏ, ୮ ଏସ୍ଏମ୍ ପିସ୍ତଲ ଦୁଇଟି, ୧୮ଟି ସିଙ୍ଗଲ ସଟ୍ ବନ୍ଧୁକ, ୨ଟି ବିଜିଏଲ୍ ସମେତ ଅନ୍ୟ ହତିଆର ରହିଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲ୍ଜିଏ ବାଟାଲିଅନ-୧ର ୨ କେନ୍ଦ୍ରୀୟ କମିଟି ସଦସ୍ୟ, ଡିଭିଜନାଲ୍ କମିଟି ମେମ୍ବର ୩, ଏସିଏମ୍ ୧୮, ପାର୍ଟି ମେମ୍ବର ୧୯ ଜଣ ରହିଛନ୍ତି | ତେଲେଙ୍ଗାନା ରାଜ୍ୟ କମିଟିର ୩୦ ସଦସ୍ୟଙ୍କ ମଧ୍ୟରୁ ଡିଭିସିଏମ୍ ୨, ଏସିଏମ୍ ୧୨, ପାର୍ଟି ମେମ୍ବର ୧୬, ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ୍ କମିଟିର ୩୨ ସଦସ୍ୟଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ଡିଭିସିଏମ୍ ୩, ଏସିଏମ୍ ୭, ୨୧ ପାର୍ଟି ମେମ୍ବର, ଦ୍ବିତୀୟ ସିଆର୍ସିର ୧୬ ନକ୍ସଲଙ୍କ ମଧ୍ୟରୁ ୨ ଡିଭିସିଏମ୍, ୪ ଏସିଏମ୍ ଏବଂ ୧୦ ପାର୍ଟି ମେମ୍ବର, ସେଣ୍ଟ୍ରାଲ କମିଟି ଷ୍ଟାଫ୍ ୧୦ ନକ୍ସଲଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ୫ ଏସିଏମ୍ ଏବଂ ୪ ପାର୍ଟି ମେମ୍ବର ରହିଛନ୍ତି। କେନ୍ଦ୍ରୀୟ କମିଟି ସଦସ୍ୟଙ୍କ ନାମରେ ୨୫ ଲକ୍ଷ, ଡିଭିସିଏମ୍ କ୍ୟାଡରକୁ ୫ ଲକ୍ଷ, ଏସିଏମ୍ ୪ ଲକ୍ଷ ଏବଂ ପାର୍ଟି ସଦସ୍ୟଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରହିଛି।
ସେହିପରି ଏଲ୍ସ୍ଏମ୍ଜି ବନ୍ଧୁକ ଲାଗି ୫ ଲକ୍ଷ, ଏକେ-୪୭ ପାଇଁ ୪ ଲକ୍ଷ, ଇନସାସ୍ ପାଇଁ ୨ ଲକ୍ଷ, ଏସ୍ଏଲ୍ଆର୍ ପାଇଁ ୨ ଲକ୍ଷ, ୩୦୩ ରାଇଫଲ୍କୁ ୧ ଲକ୍ଷ, ୟୁଜିବିଏଲ୍କୁ ୪୦ ହଜାର ଏବଂ ୧୨ ବୋର୍ ବନ୍ଧୁକକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ । ସମସ୍ତ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି ପୁଲିସ କହିଛି।
ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ନକ୍ସଲ ମୁକ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ | ଡେଡ୍ଲାଇନକୁ ଆଉ ୨୩ ଦିନ ବାକିଥିବା ବେଳେ ଆନ୍ଧ୍ର-ତେଲେଙ୍ଗାନା-ଓଡ଼ିଶା ସୀମାରେ ନକ୍ସଲ ଦମନ ଅଭିଯାନକୁ ଜୋର୍ଦାର କରିଛି ପୁଲିସା ସମୟ ସୀମା ମଧ୍ୟରେ ନକ୍ସଲ ଆତ୍ମସମର୍ପଣ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ୍ ଘୋଷଣା କରିଥିବାରୁ ଜଙ୍ଗଲ ଛାଡ଼ି ମୁଖ୍ୟସ୍ରୋତକୁ ଫେରିବାରେ ଲାଗିଛନ୍ତି ନକ୍ସଲ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories