Videos
|
Odisha

Police Officer Beaten / ରାତି ଅଧରେ ମହିଳାଙ୍କ ଘରେ ପଶି ମାଡ଼ ଖାଇଲେ ପୋଲିସ ବାବୁ

Bikash Mohanty
Browse all articles by Bikash Mohanty
·2 months ago·2 min read
ରାତି ଅଧରେ ମହିଳାଙ୍କ ଘରେ ପଶି ମାଡ଼ ଖାଇଲେ ପୋଲିସ ବାବୁ
Police Officer

Key Points

ରଣପୁରରେ ପୋଲିସ ASIଙ୍କୁ ନେଇ ହାଇଡ୍ରାମା
ରାତି ଅଧରେ ମହିଳାଙ୍କ ଘରେ ପଶିଥିବା ଅଭିଯୋଗ
ରଣପୁର କୋର୍ଟରେ କାର୍ଯ୍ୟରତ ASI ପ୍ରଶାନ୍ତ ପରିଡ଼ାଙ୍କ ନାଁରେ ଅଭିଯୋଗ
ପୋଲିସ ବାବୁଙ୍କୁ ଧରି ଅଟକ ରଖିଥିଲେ ସ୍ଥାନୀୟ ବାସିନ୍ଦା
ନୟାଗଡ଼,୧୧/୦୭: ଖାକିରେ କଳଙ୍କ। ଚୋରା ପୀରତି କରି ହରଡ଼ଘଣାରେ ପୋଲିସ୍ ଏଏସ୍ଆଇ। ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ଘରେ ପଶିଥିବା ବେଳେ ଧରିଲେ ପରିବାର ଓ ସ୍ଥାନୀୟ ଲୋକ। ପରେ ସଂପୃକ୍ତ ପୁଲିସ ବାବଙ୍କୁ ଉତ୍ତମମଧ୍ୟମ ଦେଇଥିବା ଜଣାପଡିଛି। ଏଭଳି ଘଟଣା ରଣପୁର ଥାନା ଅଞ୍ଚଳରେ ଘଟିଛି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରଣପୁର ଥାନାର ଏଏସ୍ଆଇ ପ୍ରଶାନ୍ତ ପରିଡା ବିବାଦକୁ ଆସିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ସାନକୂଆ ସାହିର ଜଣେ ମହିଳାଙ୍କ ଘରେ ଏଏସ୍ଆଇ ବାବୁ ପଶିଥିଲେ। ଏହାପରେ  ପରିବାର ଲୋକେ ପ୍ରଶାନ୍ତଙ୍କୁ ଧରି ଉତ୍ତମ ମଧ୍ୟମ ଦେଇଥିବା ଜଣାପଡିଛି।

ସମ୍ପୃକ୍ତ ମହିଳାଙ୍କ ଘରେ ପୂର୍ବରୁ ପ୍ରଶାନ୍ତ ଭଡ଼ାରେ ରହୁଥିଲେ। ଏବେ କିଛିଦିନ ତଳେ ଘର ଛାଡି ଅନ୍ୟତ୍ର ରହୁଥିଲେ । ସେଠାରେ ରହୁଥିବା ସମୟରେ ପରିବାରର ଜଣେ ମହିଳାଙ୍କ ଉପରେ ପ୍ରଶାନ୍ତଙ୍କର ଖରାପ ନଜର ପଡିଥିଲା। ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ପ୍ରଶାନ୍ତ ସମ୍ପୃକ୍ତ ମହିଳାଙ୍କ ଘରେ ପଶିଥିବାବେଳେ ପରିବାର ଲୋକେ ତାଙ୍କୁ ଧରି ପ୍ରବଳ ମାଡ ମାରିଥିଲେ । ପ୍ରଶାନ୍ତ କ୍ଷମା ମାଗିବା ପରେ ପରିବାର ଲୋକେ ଏବଂ ସାହି ଲୋକ ପ୍ରଶାନ୍ତଙ୍କୁ ଛାଡିଥିବା ଜଣାପଡ଼ିଛି । ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ତେବେ ପୁଲିସ ବାବୁ ଧରାପଡିବା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ନୟାଗଡ଼ ପୋଲିସର ପିଛା ଛାଡୁନି ଚୋରାପୀରତି ବିବାଦ

ପୁର୍ବରୁ ଖଣ୍ଡପଡ଼ା SDPO ମଦନମୋହନ ପ୍ରଧାନଙ୍କ ବିରୋଧରେ ଆସିଥିଲା ସାଙ୍ଘାତିକ ଅଭିଯୋଗ। ଜଣେ ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବାର ଅଭିଯୋଗ ହୋଇଥିଲା। ମହିଳାଙ୍କ ଅଭିଯୋଗ ପରେ ମଦନମୋହନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଥିଲରା। ଏହାସହ SDPO ମଦନ ମୋହନ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। SDPOଙ୍କ ବିରୋଧରେ ମହିଳା କମିଶନଙ୍କୁ ଭେଟିଥିଲେ ପୀଡିତା । ଏଭଳି ପୋଲିସ ଅଧିକାରୀଙ୍କୁ କେବଳ ବଦଳି କରି ଚୁପ ବସିଗଲେ ହେବନାହିଁ । ତାଙ୍କୁ ଜେଲ୍ ପଠାଇବା ଦରକାର । ଯାହାଫଳରେ ଅନ୍ୟ କୌଣସି ସ୍ଥାନରେ ପୋଲିସ ମହିଳାଙ୍କ ପ୍ରତି ଅସମ୍ମାନ କରିବାକୁ ସାହସ କରିବନାହିଁ ବୋଲି କହିଥିଲେ ପୀଡ଼ିତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ସେହିଭଳି ନୟାଗଡ଼ ଜିଲ୍ଳା ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନାମରେ ଜନୈକା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ମହିଳା ନୟାଗଡ଼ ଏସ୍‌ପିଙ୍କୁ ଦେଖା କରି ଅଭିଯୋଗ କରିଥିଲେ। ସୁଜିତଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ତୁରନ୍ତ ବଦଳି କରାଯାଇଥିଲା। ଏବଂ ମହିଳାଙ୍କ ଅଭିଯୋଗ ଆଧାରରେ ଶରଣକୁଳ ଥାନା ଅଧିକାରୀ ସୁଜିତଙ୍କ ନାମରେ ମାମଲା ରୁଜୁ ହୋଇଥିଲା।
Police Officer Beaten After Allegedly Entering Woman's House at Midnight | Argus News