Videos
|
Odisha

ଥାନାରୁ କଫ୍ ସିରଫ ଚୋରି କରି ସସପେଣ୍ଡ ହେଲେ ଥାନା ବାବୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଥାନାରୁ କଫ୍ ସିରଫ ଚୋରି କରି ସସପେଣ୍ଡ ହେଲେ ଥାନା ବାବୁ

Key Points

କଫ୍ ସିରଫ ଚୋରି କରି ସମ୍ବଲପୁର ଟାଉନ ଥାନା ASI ନିଲମ୍ବିତ
ସମ୍ବଲପୁର ଟାଉନ ଥାନା ASI ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ
ଟାଉନ ଥାନା ପରିସରରୁ ୨ଟି ବକ୍ସ ଭର୍ତ୍ତି କଫ୍ ସିରଫ୍ ନେଇଯାଇଥିଲେ

ଥାନାରୁ ଚୋରି କରି ସସପେଣ୍ଡ ହେଲେ ଥାନା ବାବୁ । ସମ୍ବଲପୁର ଟାଉନ ଥାନା ଏସଆଇ ବିଦ୍ୟୁତ ରଞ୍ଜନ ପଣ୍ଡା ନିଲମ୍ବିତ । ଟାଉନ ଥାନା ପରିସରରୁ କଫ୍ ସିରଫ୍ ଭର୍ତ୍ତି ୨ଟି ବକ୍ସ ନେଇଯିବା ଅଭିଯୋଗରେ ନିଲମ୍ବନ କରାଯାଇଛି । ଏନେଇ ସମ୍ବଲପୁର ଏସପି ଜାଣିବା ପରେ ତାଙ୍କୁ ନିଲମ୍ବନ କରିଛନ୍ତି ।

କଫ୍ ସିରପ ଚୋରି କରି ଏଏସଆଇ ନିଲମ୍ବିତ । ନୂତନ ଭାବେ ଏଏସଆଇକୁ ପଦୋନ୍ନତି ପାଇଥିବା ସମ୍ବଲପୁର ଟାଉନ ଥାନାର ଏଏସଆଇ ବିଦ୍ୟୁତ ପଣ୍ଡା ନିଲମ୍ବିତ । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ନିକଟରେ ଟାଉନ ପୋଲିସ ପ୍ରାୟ ୧୫ ହଜ଼ାର କଫ୍ ସିରପ ଜବତ କରିଥିଲା । ସେହି କଫ୍ ସିରପ ସବୁ ଥାନା ମାଲଖାନାରେ ରଖା ଯାଇଥିଲା ।

ଏଏସଆଇ ବିଦ୍ୟୁତ ପଣ୍ଡା ମାଲ ଖାନାରୁ ଚଞ୍ଚକତା କରି ସେଥିରୁ ଦୁଇ ପେଟି କଫ୍ ସିରପ ଅନ୍ୟତ୍ର ରଖି ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଅନ୍ୟ ଅଧିକାରୀ ମାନେ ଜାଣିବାକୁ ପାଇଥିଲେ । ଏହି ଘଟଣା ସମ୍ବଲପୁର ଏସପି ଜାଣିବା ପରେ ବିଦ୍ୟୁତ ପଣ୍ଡାକୁ ନିଲମ୍ବିତ କରିବା ସହ ଦୁଇ ପେଟି କଫ୍ ସିରପ ମଧ୍ୟ ଜବତ କରିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
police-officer-suspended-for-stealing-cough-syrup-from-police-station | Argus News