ଜେଲ୍ ଗଲେ ପ୍ରତାରକ ପ୍ରେମିକ ଥାନା ଅଧିକାରୀ

ଜେଲ ଗଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଆଇଆଇସି ତପନ ନାହାକ। ଗତକାଲି ନିଲମ୍ବିତ ଥାନା ଅଧିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜଗତସିଂହପୁର ଆଳିପିଙ୍ଗଳ ଉପକାରାଗାରକୁ ପଠାଇ ଦିଆଯାଇଛି।
ଅବିବାହିତ ମହିଳା ହୋମ ଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଗିରଫ କରିଥିଲା ପୋଲିସ। ମହିଳା ହୋମଗାର୍ଡଙ୍କ ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରିଥିଲେ ପୋଲିସ ଡିଜି। ମହିଳାଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ଥାନା ଅଧିକୋରୀ ଜଣଙ୍କ ପୂର୍ବର ବିବାହ କରିଥିଲେ, ତାଙ୍କର ପିଲା ରହିଛନ୍ତି। ସେ କିଛି ବର୍ଷ ତଳେ ଜଗତସିଂହପୁର ସଦର ପୋଲିସ ଷ୍ଟେସନରେ ଏଏସ୍ଆଇ ଭାବରେ ନିଯୁକ୍ତ ହୋଇଥିଲେ।
📱 Get Argus News App
✨ସେତେବେଳେ ମହିଳା ହୋମଗାର୍ଡ ଜଣଙ୍କ ଟାଇପ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ତପନ ବିବାହର ପ୍ରତିଶୃତି ଦେଇ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ପରେ କୁଜଙ୍ଗ ଥାନା ଆଇଆଇସି ଭାବେ ଯୋଗଦେବା ପରେ ମହିଳାଙ୍କ ସହ ପ୍ରତାରଣା କରିଥିଲେ। ଏନେଇ ମହିଳା ହୋମଗାର୍ଡ ଜଗତସିଂହପୁର ଏସ୍ପିଙ୍କ ଦ୍ଵାରସ୍ଥ ହୋଇଥିଲେ।
ଅଭିଯୋଗକୁ ଗ୍ରହଣ କରି ଜଗତ୍ସିଂହପୁର ପୋଲିସ ଥାନାରେ ମାମଲା (ନଂ. ୧୧୭/୨୫) ରୁଜୁକରି ତଦନ୍ତ ତଦନ୍ତ ଚଳାଇଛି ପୋଲିସ। ପୀଡ଼ିତାଙ୍କ ଏତଲା ପରେ କୁଜଙ୍ଗ ଥାନା ଛାଡ଼ି ତପନ ନାହାକ ଫେରାର୍ ହୋଇ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ମାଡ଼ି ବସିଥିଲା ପୋଲିସ । ଗିରଫ ତପନଙ୍କୁ ଗତକାଲି ସଦର ଥାନା ପୋଲିସ ଜଗତସିଂହପୁର କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ୍ ଯାଇଛନ୍ତି ପ୍ରତାରକ ପ୍ରେମିକ ବାବୁ।