ଲାଲବାହିନୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ, କମ୍ବିଂ ଅପରେସନ୍ ବେଳେ ଯବାନଙ୍କ ଚଢାଉ
·1 year ago

ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା। ଜଙ୍ଗଲରେ ଲାଲବାହିନୀଙ୍କ ସ୍ୱାସ୍ଥ୍ୟ କ୍ୟାମ୍ପ ଠାବ ହୋଇଛି । କମ୍ବିଂ ଅପରେସନ୍ ବେଳେ ଯବାନଙ୍କ ଚଢାଉ । ଅତ୍ୟାଧୁନିକ ଅପଟୋମିଟର ସହ ଷ୍ଟେଥୋସ୍କୋପ ଜବତ । କୋବ୍ରା ଯବାନଙ୍କ 203 ବାଟାଲିୟନ ଓ crpfଙ୍କ 241 ବାଟାଲିୟନର ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା । ଛତିଶଗଡ଼ ସୁକମା ଜିଲ୍ଲା ଚିନ୍ତଲନାର ଥାନା ଗୋମଗୁଡା ଜଙ୍ଗଲରେ ମାଓବାଦୀ ସ୍ୱାସ୍ଥ୍ୟ ଶିବିର କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ମାଟି ତଳୁ ଏକାଧିକ ସ୍ୱାସ୍ଥ୍ୟ ଉପକରଣ ସାମଗ୍ରୀ ସହ ମାଓ ସାମଗ୍ରୀ ଜବତ ହୋଇଛି । ସାମଗ୍ରୀ ମଧ୍ୟରେ ଗୋଟିଏ ମାଷ୍ଟର ଅପଟୋମିଟର, ଲେନ୍ସ କୀଟ, କଟର ମେସିନ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: