Videos
|
Odisha

ED Raids Odisha / ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା , ୯ଟି ସ୍ଥାନରେ ଚାଲିଛି ED ରେଡ୍

Bikash Mohanty
Browse all articles by Bikash Mohanty
·1 hour ago·1 min read
ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା , ୯ଟି ସ୍ଥାନରେ ଚାଲିଛି ED ରେଡ୍
ED Raid

Key Points

ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲା
୯ଟି ସ୍ଥାନରେ ଚାଲିଛି ED ରେଡ୍
ସ୍କାମରେ ଜେଲରେ ଥିବା ଦଲାଲ ମୁନା ମହାନ୍ତିଙ୍କ ଘରେ ରେଡ୍
ପଞ୍ଚ ସଫ୍ଟ କମ୍ପାନୀ,ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ଓ ସୁରେଶ ନାୟକଙ୍କ ଘରେ ରେଡ୍
ଭୁବନେଶ୍ବର,୦୯/୧୦: ପୋଲିସ SI ପରୀକ୍ଷା କେଳେଙ୍କାରୀ ମାମଲାରେ ୯ଟି ସ୍ଥାନରେ ଚାଲିଛି ED ରେଡ୍ । SI ସ୍କାମରେ ଗିରଫ ହୋଇ ଜେଲରେ ଥିବା ଦଲାଲ ମୁନା ମହାନ୍ତିଙ୍କ ବାଙ୍କୀସ୍ଥିତ କଳାପଥର ଘରେ, ପଞ୍ଚ ସଫ୍ଟ କମ୍ପାନୀ ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ । ବ୍ରହ୍ମପୁର ଉପକଣ୍ଠ ଡିଫେନ୍ସ କଲୋନୀରେ ଇଡି ରେଡ୍ କରୁଛି । ଅନୈତିକ ଆର୍ଥିକ କାରବାରର ଖୋଳତାଡ଼ । ଶଙ୍କର ପୃଷ୍ଟିର ଘରେ ଇଡିର ରେଡ୍ । ମୋଟ ୯ ଟି ସ୍ଥାନରେ ରେଡ୍ କରୁଛି ଇଡି । ଏହି ମାମଲାରେ CBI ତଦନ୍ତ କରିବା ସହ ଏକାଧିକ ଲୋକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି ।

ପଢନ୍ତୁ ଏହି ଖବର: ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ, ପୁଳା ପୁଳା ସୁନା ଓ ଲକ୍ଷାଧିକ ଟଙ୍କା ଜବତ

୨୦୨୫ ମାର୍ଚ୍ଚରେ ପ୍ରଥମେ ହେବାର ଥିଲା ପରୀକ୍ଷା । ସେତେବେଳେ ପ୍ରଶ୍ନପତ୍ର ଲିକ୍ ଖବର ଆସିଲା । ପରୀକ୍ଷାକୁ ତୁରନ୍ତ ବାତିଲ୍ କରାଗଲା । ପୁଣି ଅକ୍ଟୋବରରେ ପରୀକ୍ଷା ହେବାର ଥିଲା, ହେଲେ ପୁଣି ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ବାତିଲ ହେଲା, ନିରାଶ ହେଲେ ଆଶାୟୀ । ଗିରଫ ହେଲେ ୧୧୪ ଛାତ୍ର ତା’ ସହିତ ପେପର୍ ଲିକ୍ର ମାଷ୍ଟର ମାଇଣ୍ଡ । ମୁଖ୍ୟ ଅଭିଯୁକ୍ତ ଥିଲେ ଶଙ୍କର ପୃଷ୍ଟି, ମୁନ୍ନା ମହାନ୍ତି, ସୁରେଶ ନାୟକ ଓ ଅନ୍ୟମାନେ । ବିଜୟନଗରମ୍ ଓ ଦିଘା ମଡେଲ ଆସିଥିଲା ସାମ୍ନାକୁ ଆସିଥିଲା।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: