SI Scam / ପୋଲିସ SI ପରୀକ୍ଷା ମହା କେଳେଙ୍କାରୀ ବଡ଼ ଖୁଲାସା !

Key Points
OPRBକୁ ତଥ୍ୟ ପରେ ପରୀକ୍ଷା ପରିଚାଳନା ହାତେଇଥିଲା ସିଲିକନ୍ ।
ପୋଲିସ SI ପରୀକ୍ଷା ମହା କେଳେଙ୍କାରୀ ବଡ଼ ଖୁଲାସା । ପୂର୍ବରୁ ସିଲିକନ୍ ଟେକ୍ ଲ୍ୟାବକୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । OPRBକୁ ତଥ୍ୟ ପରେ ପରୀକ୍ଷା ପରିଚାଳନା ହାତେଇଥିଲା ସିଲିକନ୍ ।
ଅକ୍ଟୋବର ମାସ ପୋଲିସ SI ପରୀକ୍ଷା ପୂର୍ବରୁ ସିଲିକନ୍ ଟେକ୍ ଲାବକୁ କ୍ଲିନ୍ ଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ । ୫ ଦିନ ଭିତରେ ତରବରିଆ ଭାବେ ସିଲିକନ ଟେକଲାବର ବ୍ୟାକଗ୍ରାଉଣ୍ଡ ଯାଞ୍ଚ କରି OPRBକୁ ତଥ୍ୟ ଦେଇଥିଲା କ୍ରାଇମବ୍ରାଞ୍ଚ । ଅଗଷ୍ଟ ୪ ତାରିଖରେ କ୍ରାଇମବ୍ରାଞ୍ଚ ଦେଇଥିବା କ୍ଲିନଚିଟ୍ର ଚିଠି ଲାଗିଛି ଅର୍ଗସ ହାତରେ ।
ସୂଚନା ଅନୁସାରେ OPRB, ITI ଲିମିଟେଡ୍ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦେଇଥିଲା । ଏହାପରେ ITI ଥାର୍ଡ ପାର୍ଟି ଭେଣ୍ଡର ଭାବରେ ସିଲିକନ ଟେକଲାବକୁ ସିଲେକ୍ଟ କରି OPRBକୁ ଜଣାଇବା ପରେ OPRB ସିଲିକନ ବିଷୟରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ମାଗିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ କରି ସିଲିକନ୍ ଟେକଲାବକୁ କ୍ଲିନ୍ ଚିଟ୍ ଦେଇଥିଲା । କ୍ଲିନଚିଟ ଦେବାର ମାସେ ପରେ ସିଲିକନ ଟେକଲାବ୍ ପୋଲିସ SI କେଲେଙ୍କାରୀ କରିଥିଲା । ସିଲିକନ ଟେକଲାବର ମୁଖ୍ୟ ସୁରେଶ ନାୟକଙ୍କୁ ମଧ୍ୟ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସିଲିକନ ଟେକଲାବର ସମସ୍ତ ଦରକାରୀ କାଗଜ ପତ୍ର ଜବତ କରିବା ସହ ସଂସ୍ଥାକୁ ସିଲ କରିଥିଲା ।
ପୋଲିସ SI ପରୀକ୍ଷା ପରିଚାଳନା ପାଇଁ OPRB ITI ଲିମିଟେଡ୍ କମ୍ପାନୀକୁ ଟେଣ୍ଡର ଦେଇଥିଲା । ଥାର୍ଡ଼ ପାର୍ଟି ଭେଣ୍ଡର ଭାବେ ସିଲିକନ ଟେକ ଲାବକୁ ଚୟନ କରିଥିଲା ITI ଲିମିଟେଡ୍ । ଏହାପରେ ୩୧ ଜୁଲାଇ ୨୦୨୫ ରେ OPRB ଅନୁମତି ଲୋଡ଼ିଥିଲା ITI କମ୍ପାନୀ । ସିଲିକନ ଟେକ ଲାବ ବିଷୟରେ ତଦନ୍ତ କରି ରିପୋର୍ଟ ଦେବାକୁ OPRB ପକ୍ଷରୁ କ୍ରାଇମବ୍ରାଞ୍ଚକୁ କୁହା ଯାଇଥିଲା । ଅଗଷ୍ଟ ୪ ତାରିଖରେ OPRB କୁ ତଦନ୍ତ ରିପୋର୍ଟ ଦେଇଥିଲା କ୍ରାଇମବ୍ରାଞ୍ଚ ।
ତେବେ ଏଠି ପ୍ରଶ୍ନ ଉଠୁଛି କ୍ରାଇମବ୍ରାଞ୍ଚ ତଦନ୍ତ କରି ରିପୋର୍ଟ ଦେଇଥିଲା ନା ମନମୁଖୀ ରିପୋର୍ଟ ଦେଇଥିଲା ? କାହିଁକି ତରବରିଆ ଭାବରେ ୫ ଦିନରେ ତଦନ୍ତ ରିପୋର୍ଟ ଦେଇଥିଲା କ୍ରାଇମବ୍ରାଞ୍ଚ ? କାହା ଚାପରେ ଏଭଳି କ୍ଲିନ ଚିଟ ଦେଇଥିଲା କି କ୍ରାଇମବ୍ରାଞ୍ଚ । ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ? ତେବେ ନୂଆ ତଥ୍ୟ ସାମ୍ନାକୁ ଆସିବା ପରେ CBI ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ନଜର ।
📱 Get Argus News App
✨Related Topics
Explore more stories