Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ

Smruti Parija
Browse all articles by Smruti Parija
·1 year ago·1 min read
ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ

Key Points

ହତ୍ୟା ଅଭିଯୁକ୍ତଙ୍କ ବିରୋଧରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ
ସରକାରୀ ଜମିରେ ଘର କରି ଚଳାଇଥିଲା ବ୍ରାଉନସୁଗାର ବେପାର
ଅପରାଧୀ ଘରେ ବୁଲିଲା ବୁଲଡ୍ରୋଜର

ଶିଶୁ ଭବନ ଛକ ନିକଟ କେଦାରପଲି ବସ୍ତିରେ ଥିବା ହତ୍ୟା ଅଭିଯୁକ୍ତ ରାଜାର ଘର ଉପରେ ବହୁଲଡୋଜର ଚଢିଛି...ଘର ଭାଙ୍ଗି ଛିନଛତର...ସରକାରୀ ଜମିରେ ଘର କରି ବାରମ୍ବାର ଅପରାଧ କରୁଥିଲା ରାଜା ...ପୋଲିସ ରାଜାର ଘରକୁ ମାଟିରେ ମିଶେଇଛି ।


ଜାନୁଆରୀ 8, 2025 । ଭୁବନେଶ୍ୱର ରସୁଲଗଡ଼ ବ୍ରିଜ ନିକଟରେ ସଫେଇ କର୍ମଚାରୀ ସହଦେଵ ନାୟକଙ୍କୁ ଅତି ବିଭତ୍ସ ଭାବେ କରାଯାଇଥିଲା ହତ୍ୟା । ଏହି ଘଟଣାରେ ଏବେ ବି ଫେରାର ଅଛି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରାଜା ନାୟକ। ରାଜାକୁ ପୋଲିସ ଗିରଫ କରି ନଥିବା ବେଳେ ଆଜି ତା ଘର ଉପରେ ବୁଲଡ୍ରୋଜର ବୁଲାଇଛି କମିଶନରେଟ ପୋଲିସ ।

ରାଜା ନାୟକଙ୍କ ଘର ଭାଙ୍ଗିବା ବେଳେ ଉତେଜନା ଦେଖା ଯାଇଥିଲା । ରାଜାଙ୍କ ପରିବାର ଲୋକେ ଘର ଭାଙ୍ଗିବାକୁ ବିରୋଧ କରୁଥିଲେ । ସେପଟେ ସହଦେବ ନାୟକ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ସମେତ 7 ଜଣଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଅନ୍ୟ ମାନଙ୍କ ଘର କାହିଁକି ଭଙ୍ଗାଯାଉନି ବୋଲି ଅଭିଯୋଗ କରିଛନ୍ତି ମୃତ ସହଦେଵଙ୍କ ଭାଇ ।

ଯେଉଁମାନେ ସରକାରୀ ଜାଗାରେ ଘର କରି ନିଶା କାରବାର ଅବା ଅପରାଧିଙ୍କୁ ପ୍ରଶୟ ଦେଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚେତାବନୀ ଦେଉଛି ପୋଲିସ । ପୋଲିସର ଏଭଳି ପଦକ୍ଷେପ ଅପରାଧ ମୂଳପୋଛ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
police-take-strict-action-against-murder-accused | Argus News