ଦମ୍ପତିଙ୍କ ଝଗଡ଼ା ତୁଟାଇବାକୁ ଯାଇ ଫସିଲା ପୋଲିସ, ଥାନାରେ ୮ ଜଣ ପିଟିଥିବା ସ୍ତ୍ରୀଙ୍କ ଅଭିଯୋଗ

Key Points
ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ା ତୁଟାଇବାକୁ ଯାଇ ଫସିଲା ପୋଲିସ । ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅଞ୍ଚଳରେ ।
ଭଦ୍ରକ: ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ା ତୁଟାଇବାକୁ ଯାଇ ଫସିଲା ପୋଲିସ । ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନ୍ ଥାନା ଅଞ୍ଚଳରେ । ମୋଟେଲ ଛକରେ ସ୍ତ୍ରୀକୁ ମାଡ଼ ମାରୁଥିଲେ ମଦ୍ୟପ ସ୍ଵାମୀ । ଏଥିରେ ଜଣେ ମହିଳା କନଷ୍ଟେବଲ ହସ୍ତକ୍ଷେପ କରିଥିଲେ । ସେତେବେଳେ ଯୁବକ ଜଣଙ୍କ କନଷ୍ଟେବଲଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ ।
ଏହା ପରେ ପୋଲିସ ଯୁବକ ଜଣଙ୍କୁ ଥାନାକୁ ଆଣିଥିଲା । ତେବେ ଥାନାରେ ସ୍ଵାମୀଙ୍କୁ ୮ରୁ ଅଧିକ ପୋଲିସ ମିଶି ଏକାଠି ମାଡ଼ କରିଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ । ଆହତ ଅବସ୍ଥାରେ ତାଙ୍କ ସ୍ଵାମୀଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
📱 Get Argus News App
✨ସୂଚନା ଅନୁସାରେ, ଗତ ୫ ତାରିଖରେ ମୋଟେଲ ଛକରେ ମଦ ପିଇ ସ୍ତ୍ରୀକୁ ମାଡ଼ ମାରୁଥିଲେ ଯୁବକ ଜଣଙ୍କ । ଏପରିକି ମହିଳା କନଷ୍ଟେବଲଙ୍କୁ ମଧ୍ୟ ଧକ୍କା ମାରିଥିଲେ । ଏହାପରେ ପୋଲିସ ତାଙ୍କୁ ଥାନାକୁ ନେଇ ପରଦିନ ମେଡିକାଲ୍ରେ ଭର୍ତ୍ତି କରିଥିଲା । ତେବେ ଯୁବକଙ୍କ ଶରୀର ସାରା ମାଡ଼ ଚିହ୍ନ ରହିଥିବା ଦେଖିଥିଲେ ପରିବାର ଲୋକ ।
ଏପରିକି ପୋଲିସ ମାଡ଼ ମାରି ତରବରିଆ ଭାବେ ରାତି ଅଧରେ ସ୍ଵାମୀଙ୍କୁ କୋର୍ଟ ଚାଲାଣ କରିଥିବା ସ୍ତ୍ରୀ ରୁବିନା ଅଭିଯୋଗ କରିଛନ୍ତି । ଥାନାରେ ସ୍ଵାମୀଙ୍କୁ ଥାର୍ଡ ଡିଗ୍ରୀ ହୋଇଥିବା ନେଇ ସ୍ତ୍ରୀ ଅଭିଯୋଗ କରିଥିବା ବେଳେ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନାହିଁ ।