Videos
|
Odisha

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

Key Points

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

୧୦ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ। ମାମଲାରୁ ନାମ କୁ କାଟିବାକୁ ନେଇ ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବାଙ୍କୋଇ ଫାଣ୍ଡି ଏଏସଆଇ ତୁଷାରକାନ୍ତ ନାୟକ ଓ ହୋମଗାର୍ଡ ପି କେ ସୁନ୍ଦରାୟ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଏକ କେସ ଡାଇରୀରୁ ନାଁ ହଟାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଗତକାଲି ବିଳମ୍ବିତ ରାତିରେ ଚାଲିଥିଲା ଡିଲ ସମୟରେ ଛକି ବସିଥିବା ଭିଜିଲାନ୍ସ ଟିମ ଉଭୟଙ୍କୁ ମାଡ଼ିବସିଥିଲା । ପରେ ଏଏସ ଆଇ ତୁଷାରକାନ୍ତ ରହୁଥିବା ଘରେ ଖୋଳତାଡ଼ ସହିତ ଉଭୟଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଚଳାଇଛି । ପୂର୍ବରୁ ଏଏସଆଇ ତୁଷାରକାନ୍ତ ନାୟକଙ୍କୁ ଉଲ୍ଲେଖନୀୟ ସେବା ପାଇଁ ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
policeman-caught-in-vigilance-net-while-taking-bribe | Argus News