Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କୋରେଇ ଅଙ୍କ କେଁ : ଦାସ ପରିବାର ଓ ଘଡେଇ ପରିବାରରେ ବଢୁଛି ବିବାଦ

Odisha

କୋରେଇ ଅଙ୍କ କେଁ : ଦାସ ପରିବାର ଓ ଘଡେଇ ପରିବାରରେ ବଢୁଛି ବିବାଦ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କୋରେଇ ଅଙ୍କ କେଁ : ଦାସ ପରିବାର ଓ ଘଡେଇ ପରିବାରରେ ବଢୁଛି ବିବାଦ

Key Points

  • କୋରେଇ ଅଙ୍କ କେଁ
  • ଦାସ ପରିବାର ଓ ଘଡେଇ ପରିବାରରେ ବଢୁଛି ବିବାଦ
  • ଏଯାଏଁ ଝୁଲିରହିଛି ପ୍ରାର୍ଥୀ ତାଲିକା

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢୁଛି କୋରେଇ କେଁ । କାହାକୁ ବିଜେଡି ପ୍ରାର୍ଥୀ କରିବ ? ସେନେଇ ଆଜି ପର୍ଯ୍ୟନ୍ତ ଅଙ୍କ ଛିଣ୍ଡୁନି । କେତେବେଳେ ଅଶୋକ ତ ଆଉ କେତେବେଳେ ଝିଲିକ ପୁଣି କେତେବେଳେ ବବିଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଛି । ହେଲେ ୟା ଭିତରେ କୋରେଇ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଯାଇଛି ଘଡ଼େଇ ବନାମ ଦାସ ପରିବାରର ଲିଗାସି ୱାର ।

ରୋଚକ ହେଉଛି କୋରେଇ ପଲିଟିକ୍ସ । ଟିକଟ ପାଇଁ ଏବେଠୁ ତେଜିଲାଣି ଘଡେଇ ବନାମ ଦାସ ଲିଗାସୀ ୱାର। ଜିଲ୍ଲାର ଦୁଇ ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ପ୍ରାର୍ଥୀ ହେବା ଓ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁ ସୁକିନ୍ଦା ବିଧାନସଭା ଆସନ ପାଇଁ ଘୋଷଣା ହେବା ପରେ ଏବେ ଚର୍ଚ୍ଚା, କିଏ ହେବେ କୋରେଇରୁ ଶଙ୍ଖ ଦଳର ଯୋଦ୍ଧା ? ହେଲେ ଏ ଦ୍ୱନ୍ଦ୍ୱ ଭିତରେ ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ବବି ଦାସଙ୍କ ଭାଇ ଭବପ୍ରସାଦ ଦାସଙ୍କ ନାଁ ଉଠାଇଲେଣି ତ ଅନ୍ୟ ଏକ ଗୋଷ୍ଠୀ ପ୍ରୀତିରଞ୍ଜନ ଘଡ଼େଇଙ୍କ ପତ୍ନୀ ତଥା ଓଲିଉଡ଼ ଅଭିନେତ୍ରୀ ଝିଲିକ୍‌ଙ୍କୁ ଟିକେଟ୍ ଦେବାକୁ ଦାବି କଲେଣି । 

ସମ୍ବଲପୁର ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହେବା ପରେ ବି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କୋରେଇ ଆସନରେ ପ୍ରାର୍ଥୀ ହେବାକୁ କାଳେ ମନବଳାଉଛନ୍ତି । ଆଉ ତାଙ୍କ ସମର୍ଥକ ବି କୁଆଡେ ତାଙ୍କୁ ପ୍ରାର୍ଥୀ କରିବାକୁ ଜିଦି କରୁଛନ୍ତି । ହେଲେ ପ୍ରଶ୍ନ,  ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କୋରେଇ ବିଧାନସଭା ଆସନରେ ଲଢ଼ିବାକୁ ଫେରିବେ ? ନାଁ ତାଙ୍କ କୌଣସି ଅନୁଗତଙ୍କୁ ବିଜେଡି ସୁପ୍ରିମୋ ଟିକେଟ୍ ଦେବେ ? ସେମିତି ଯଦି ଘଡ଼େଇ ଲିଗାସିକୁ ଗୁରୁତ୍ୱ ଦିଆଯାଏ, ତହାଲେ ଗୋଟିଏ ପରିବାରରୁ କଣ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କୁ ଟିକେଟ୍ ମିଳିବ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ସତ ହେଲେ ଚିତ୍ର କିନ୍ତୁ ହେଉନି ସ୍ପଷ୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠାରେ କହିରଖୁଛୁ କି, ଏକଦା ଚର୍ଚ୍ଚିତ ନେତା ଅଶୋକ ଦାସଙ୍କ ଗଡ଼ ଥିବା କୋରେଇରୁ ୨୦୦୯ରେ ପ୍ରୀତିରଞ୍ଜନ ଘଡ଼ାଇ, ୨୦୧୪ରେ ଆକାଶ ଦାସ ନାୟକ ଓ ୨୦୧୯ରେ ଅଶୋକ ବଳ ବିଜେଡିରୁ ଜିତିଥିଲେ । କିନ୍ତୁ ଏଥର ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍‌ କୋରେଇରେ ବିଜେଡିର ଅଙ୍କ ଛିଣ୍ଡୁନି । ତେବେ ସମୟ କହିବ କେବେ କୋରେଇ ଟିକଟ ହେଉଛି ଘୋଷଣା ।
 

Sponsored
Ghadai & Das might | Argus News