Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବ୍ଲକ ସଭାପତିରୁ ରାଜ୍ୟ ବିଜେପି ମୁଖ୍ୟ ପୁଣି କେନ୍ଦ୍ରମନ୍ତ୍ରୀ, କେମିତି ଥିଲା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା

Odisha

ବ୍ଲକ ସଭାପତିରୁ ରାଜ୍ୟ ବିଜେପି ମୁଖ୍ୟ ପୁଣି କେନ୍ଦ୍ରମନ୍ତ୍ରୀ, କେମିତି ଥିଲା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବ୍ଲକ ସଭାପତିରୁ ରାଜ୍ୟ ବିଜେପି ମୁଖ୍ୟ ପୁଣି କେନ୍ଦ୍ରମନ୍ତ୍ରୀ, କେମିତି ଥିଲା ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଯାତ୍ରା

ସ୍ଵଭାବରେ ନମ୍ର, ଓଠରେ ସ୍ମିତ ହାସ୍ୟ । ତାଙ୍କୁ ଦେଖିଲେ ରାଗିଥିବା ଲୋକର ମନ ବି ନରମି ଯାଏ । କଥାରେ ସେ ମନ ଜିଣି ନିଅନ୍ତି । ସମସ୍ତଙ୍କ ମନ ଜିଣି ନେଉଥିବା ଡାକ୍ତର ଦେବେନ୍ଦ୍ର ପ୍ରଧାନ ଆଉ ନାହାନ୍ତି । ଡାକ୍ତରୀ ପେସାରୁ ରାଜନୀତିକୁ ଆସି ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ପରିବହନ ମନ୍ତ୍ରୀ ହୋଇଥିଲେ ଦେବେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ତୁଲାଇ ଥିଲେ ।


୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଏନ୍‌ଡିଏ ନେତୃତ୍ଵାଧିନ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଦେବେନ୍ଦ୍ର ପ୍ରଧାନ ପରିବହନ ଓ କୃଷି ମନ୍ତ୍ରୀ ରହିଥିଲେ । ରାଜନୀତିକୁ ଆସିବା ପୂର୍ବରୁ ପେସାରେ ଡାକ୍ତର ଥିଲେ ଦେବେନ୍ଦ୍ର । କଟକ ଏସ୍‌ସିବି ମେଡିକାଲ୍ କଲେଜରୁ ଏମ୍‌ବିବିଏସ୍ ପାସ୍ କରିବା ପରେ ତାଳଚେର ଡେରାରେ ଅତିରିକ୍ତ ମେଡିକାଲ୍ ଅଫିସର ଭାବେ ୧୯୬୭ରେ ଚାକିରି ଆରମ୍ଭ କରିଥିଲେ । ୧୯୭୩ରେ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇ ଘରୋଇ ଭାବେ ସେବା ଯୋଗାଇ ଆସୁଥିଲେ ।


ଏହା ପରେ ୧୯୮୦ରେ ରାଜନୀତିକୁ ଆସନ୍ତି ଡକ୍ଟର ଦେବେନ୍ଦ୍ର ପ୍ରଧାନ । ବିଜେପିରେ ଯୋଗ ଦେବା ସହ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ପାଲଟନ୍ତି ବିଜେପିର ବଡ଼ ଚେହେରା । ପ୍ରଥମ ବ୍ଲକ ସଭାପତି ଦାୟିତ୍ଵ ମିଳେ । ଏହା ପରେ ୧୯୮୩ରୁ ୧୯୮୫ ଓ ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ଦାୟିତ୍ଵ ତୁଲାନ୍ତି । ୧୯୮୮ରେ ହୁଅନ୍ତି ରାଜ୍ୟ ବିଜେପି ସଭାପତି । ୧୯୯୦ରେ ପୁଣି ରାଜ୍ୟ ସଭାପତି ଭାବେ ପୁନଃ ନିର୍ବାଚିତ ହୁଅନ୍ତି । ତା ପରେ ୧୯୯୫ରୁ ୧୯୯୭ ଯାଏଁ ପୁନଃଶ୍ଚ ମିଳେ ରାଜ୍ୟ ବିଜେପି ସଭାପତି ପଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୧୯୯୮ରେ ଦେବଗଡ଼ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ପ୍ରଥମଥର ଲୋକସଭାକୁ ନିର୍ବାଚିତ ହେବା ସହ ବାଜପେୟୀ ସରକାରରେ ହୋଇଥିଲେ କେନ୍ଦ୍ର ରାଷ୍ଟ୍ର ପରିବହନ ମନ୍ତ୍ରୀ । ପୁଣି ଥରେ ୧୯୯୯ରେ ଦେବେନ୍ଦ୍ର ଲୋକସଭାକୁ ନିର୍ବାଚିତ ହୁଅନ୍ତି । ତାଙ୍କୁ ପୁଣି ଥରେ ପରିବହନ ସହ କୃଷି ବିଭାଗ ମିଳେ । ୧୯୯୯ରୁ ୨୦୦୧ ମସିହା ପର୍ଯ୍ୟନ୍ତ ସେ ଦୁଇ ବିଭାଗର ଦାୟିତ୍ଵ ତୁଲାନ୍ତି । ଏହା ପରେ ୨୦୦୧ରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିଲେ ଡକ୍ଟର ଦେବେନ୍ଦ୍ର ପ୍ରଧାନ ।


Sponsored
Political Journey Of Ex Union Minister Debendra Pradhan | Argus News