|
logo
Live

Argus News - ସାରା ରାଜ୍ୟରେ ଜଳୁଛି ଅପମାନିତ ନିଆଁ

Odisha

ସାରା ରାଜ୍ୟରେ ଜଳୁଛି ଅପମାନିତ ନିଆଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସାରା ରାଜ୍ୟରେ ଜଳୁଛି ଅପମାନିତ ନିଆଁ

Key Points

  • ସାରା ରାଜ୍ୟରେ ଜଳୁଛି ଅପମାନିତ ନିଆଁ
  • ନବୀନଙ୍କ ସାମ୍ନାରେ ବରପୁତ୍ରଙ୍କ ଅପମାନିତ କରାଗଲା, ତୁଣ୍ଡି ବାନ୍ଧିଥିଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଆ ଭାଷା କହିପାରୁନ ଯଦି କାହିଁକି କଦର୍ଥ କରୁଛ ଉଠିଲା ପ୍ରଶ୍ନ ?

ଅର୍ଗସ ବ୍ୟୁରୋ: ନିର୍ବାଚନୀ ମଂଚରୁ ଓଡ଼ିଆ ଅସ୍ମିତାଙ୍କୁ ସାଙ୍ଘାତିକ ଅପମାନିତ କଲେ ପାଣ୍ଡିଆନ । ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପସ୍ଥିତିରେ ସ୍ଵଭାବ କବିଙ୍କୁ ସନ୍ଥକବି କହିଲେ, ଭୁଲିଗଲେ ଭୀମଭୋଇଙ୍କ ଉପାଧୀ । ଖଣ୍ଡି ଓଡ଼ିଆ ରାଜରେ ଅପମାନିତ ହେଲା ଓଡ଼ିଆ ସ୍ଵାଭିମାନ.। ଉପକୂଳରୁ ଉପାନ୍ତ...ପ୍ରତିଟି ଓଡ଼ିଆ ମର୍ମାହତ...ଆଉ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟରେ ଏ କି ଅଜବ ସ୍ଥିତି ? 

ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ.. ନିଜକୁ ନବୀନଙ୍କ ଉତ୍ତରାଧିକାରୀ କହୁଥିବା ପାଣ୍ଡିଆନ ବି ସାଙ୍ଗରେ ଥିଲେ । ହେଲେ ଭାଷଣ ଛଳରେ ଓଡିଆ ଭାଷା, ସଂସ୍କୃତି, ସ୍ଵାଭିମାନ ଓ ଅସ୍ମିତାକୁ କଲେ ଅପମାନିତ...ବିରୋଧୀଙ୍କୁ ଟାର୍ଗେଟ କରୁଥିବା ବେଳେ ଓଡିଆ ବରପୁତ୍ରଙ୍କ ନାଁ ଉଚ୍ଚାରଣ ବେଳେ  ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ ସନ୍ଥ କବି । ଆଉ ଭୁଲି ଗଲେ ଭୀମ ଭୋଇଙ୍କ ଉପାଧି । ପାଣ୍ଡିଆନଙ୍କ ଏ ଭାଷଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରି କହିଛନ୍ତି ସ୍ବଭାବ କବି ଓ ସନ୍ଥ କବି ମଧ୍ୟରେ ଫରକ ଯିଏ ଜାଣି ନାହାଁନ୍ତି ସିଏ  କହୁଛନ୍ତି ଓଡିଶାର ନେତା ହେବେ । 

କଥା ହେଲା, ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଓଡିଶାରେ ଓଡିଆ ବରପୁତ୍ରଙ୍କୁ ଅପମାନ ନେଇ ଉପକୂଳରୁ ଉପାନ୍ତ ଯାଏଁ ସମସ୍ତେ ଆହତ ହୋଇଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ବଡ ନେତା କହିଥିଲେ ପାଣ୍ଡିଆନ ନେତା ହେଲେ ଓଡିଆ ସ୍ବାଭିମାନ ଭୁଲୁଣ୍ଟିତ  ହେବ..  ବିଜେପି ସରକାରକୁ ଆସିଲେ ଓଡିଆ ପୁଅ କିମ୍ବା ଝିଅ ମୁଖ୍ୟମନ୍ତ୍ରୀ ହେବେ ବୋଲି  କହିଥିଲେ ମୋଦି।  ଖଣ୍ଡି ଓଡିଆଙ୍କ ହାତରେ ଏବେ ଓଡିଶା ଶାସନର ଡୋରି..  ନେତୃତ୍ବ ନେଉଥିବା ନେତାଙ୍କ ଓଡିଆ ଭାଷା ସହ ସଂପର୍କ ନାହିଁ... ପଦୁଟିଏ  ଶୁଦ୍ଧ ଓଡିଆ କହିପାରୁନଥିବା ଲୋକ 24 ବର୍ଷ ଧରି ମୁଖ୍ୟମନ୍ତ୍ରୀ... ଆଉ ଏବେ ଚର୍ଚ୍ଚା ତାଙ୍କର ଉତ୍ତରାଧିକାରୀ ଭାବେ ପଛପଟ ଦ୍ବାରରେ କ୍ଷମତା ଦଖଲ ପାଇଁ  ଚେଷ୍ଟା କରୁଥିବା ତାମିଲ ବାବୁ ବି ଓଡିଆ ସ୍ବାଭିମାନକୁ କରୁଛନ୍ତି  ସାଙ୍ଘାତିକ ଆଘାତ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସାରା ରାଜ୍ୟରେ ଜଳୁଛି ଅପମାନିତ ନିଆଁ | Argus News