Videos
|
Odisha

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଜୋର ଧରିଲା ରାଜନୀତି

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଜୋର ଧରିଲା ରାଜନୀତି

Key Points

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଜୋର ଧରିଲା ରାଜନୀତି
ବାପା-ଭାଇଙ୍କ କୋହଭରା ନିବେଦନ ପରେ ନଛୋଡ଼ ବନ୍ଧା ବିରୋଧୀ
ବିଜେପି କହିଲା, ଶାଗୁଣା ଭଳି ଶବ ଉପରେ ବି ରାଜନୀତି କରୁଛନ୍ତି କଂଗ୍ରେସ ଓ ବିଜେଡି

ନାବାଳିକା ଝିଅ ପୋଡ଼ି ହୋଇ ଗୁରୁତର ହେଲା । ଦୀର୍ଘ ଦିନ ମେଡିକାଲରେ ମୃତ୍ୟୁ ଯନ୍ତ୍ରଣା ପାଇଲା । ଆଉ ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ବଳଙ୍ଗା ପୀଡିତା । ଏଭଳି ଦୁଃଖଦ ପରିସ୍ଥିତିରେ କୋହ ଭରା କଣ୍ଠରେ ଆକୁଳ ନିବେଦନ କଲେ ପୀଡ଼ିତାଙ୍କ ବାପା ଓ ଭାଇ । କହିଲେ ରାଜନୀତି କରନି । କିନ୍ତୁ ଏପଟେ କୌଣସି ସୁଯୋଗ ଛାଡିବାକୁ ପ୍ରସ୍ତୁତ ନୁହାନ୍ତି ରାଜ୍ୟର ବିରୋଧୀ ଦଳ । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଯାଇଛି କାଦୁଅ ପିଙ୍ଗା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଓ ବିଜେଡି ।


ବିରୋଧୀଙ୍କୁ କଡ଼ା ଜବାବ ଦେଇଛି ବିଜେପି। ମୁଖପାତ୍ର ମନୋଜ ମହାପାତ୍ର, କହିଛନ୍ତି, ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ, ସେମିତି ଶବ ଉପରେ ରାଜନୀତି କରୁଛନ୍ତି କଂଗ୍ରେସ ଓ ବିଜେଡି ।

ମାନସିକ ଚିନ୍ତା ଯୋଗୁଁ ଜୀବନ ଗଲା । ଝିଅର ଚିକିତ୍ସା ପାଇଁ ସରକାର ସବୁ ପଦକ୍ଷେପ ନେଇଥିଲେ । ଏ କଥା ନିଜେ କହିଛନ୍ତି ବଳଙ୍ଗା ପୀଡିତାଙ୍କ ବାପା ଓ ଭାଇ । ତା ସତ୍ବେ ତେଜୁଛି ରାଜନୈତିକ ବୟାନବାଜି। ଆରୋପ ପ୍ରତ୍ୟାରୋପର ଏହି ଲଢ଼େଇ ଆଗକୁ ବି ଜୋର ଧରିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: