ଜୀବନ ସହ ଲଢେଇ କରୁଛନ୍ତି ଏଫଏମ ଛାତ୍ରୀ, ସରକାରଙ୍କୁ ଘେରିଲେ ବିରୋଧୀ

Key Points
ଜୀବନ ସହ ଲଢେଇ କରୁଛନ୍ତି ଏଫଏମ ଛାତ୍ରୀ
ସରକାରଙ୍କୁ ଘେରିଲେ ବିରୋଧୀ
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ବିଜୁ ଛାତ୍ର ଜନତା ଦଳ
ଗୋଟିଏ ପଟେ ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ଭେଣ୍ଟିଲେଟର ରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଜୋର ଧରିଛି ପୀଡିତା ଙ୍କ ନ୍ୟାୟ ଦାବି । ସରକାରକୁ ଘେରିଲେ ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ.... ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଙ୍କ ବାସ ଭବନ ଘେରିଛି ଛାତ୍ର କଂଗ୍ରେସ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଘର ଆଗରେ ନବ ନିର୍ମାଣ ଛାତ୍ର ସଂଗଠନ ଧାରଣ ଦେଇଥିଲେ ।
ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ନବୀନ । ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଠିକ ଢଙ୍ଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସର ଏକ ଟିମ ଆସନ୍ତାକାଲି ବାଲେଶ୍ଵର FM କଲେଜକୁ ଯିବ । ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ବିରୋଧି ରାଜନୈତିକ ବୟାନବାଜି ନ କରନ୍ତୁ ।
📱 Get Argus News App
✨ଗତ 5 ବର୍ଷ ରେ ରାଜ୍ୟ ରେ 70 ରୁ ଅଧିକ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି । ତେବେ ଏଭଳି ସମ୍ବେଦନଶୀଳ ମାମଲା ରେ ଆଗକୁ ସରକାର ଙ୍କ କଣ ପଦକ୍ଷେପ ରହୁଛି ତାହା ଉପରେ ସମସ୍ତଙ୍କ ନଜର ।