Videos
|
Odisha

ସବୁଜ ଦୀପାବଳୀ ପାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦ୍ଦେଶନାମା ଜାରି

Smruti Parija
Browse all articles by Smruti Parija
·2 years ago·2 min read
ସବୁଜ ଦୀପାବଳୀ ପାଳିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦୀପାବଳୀ । ତେବେ ଏହା ପୂର୍ବରୁ ଘାରିଛି ପ୍ରଦୂଷଣ ଚିନ୍ତା । ସମସ୍ତ କଲେକ୍ଟର, ଏସପିଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ନିର୍ଦେଶନାମା ଜାରି ହୋଇଛି । ସବୁଜ ଦୀପାବଳି ସହ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦୀପାବଳି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର ସହ ମୋଟ 7 ସହରର ପ୍ରଦୂଷଣ ଉପରେ ନଜର ରହିଛି । ଏହାସହ ସବୁ ସହରରେ ଦୀପାବଳି ପୂର୍ବରୁ , ଦୀପାବଳି ବେଳେ ଓ ଦୀପାବଳି ପରେ ପ୍ରଦୂଷଣ ମାତ୍ର କଣ ରହୁଛି ତାହାର ରିପୋର୍ଟ ନିଆଯିବ । ସେପଟେ ଏବେ ଠୁ ଦିଲ୍ଲୀ ସ୍ଥିତି ଭଲ ନାହିଁ । 

ଚୋରାରେ ବାଣ ତିଆରି ଓ ବିକ୍ରୟ ଉପରେ ଚଢ଼ାଉ, ପୋଲିସର ତଦନ୍ତ ଜାରି

ଗାଡ଼କଣ ଡମ୍ପିଙ୍ଗୟାର୍ଡ ନେଇ NHRCଙ୍କ ନିର୍ଦେଶ ନାମା ପାଇନୁ । ପାଇବା ପରେ ଆମେ ଆକ୍ସନ ନେବୁ । ଆମ ଟିମ ମଧ୍ୟ ଘଟଣାସ୍ଥଳକୁ ଯିବେ । ରାଜ୍ୟର ଭୁଆସୁଣିରେ ସମସ୍ତ ଅଳିଆ ପକାଇବା ବ୍ୟବସ୍ଥା ଥିଲା । ଏବେ ତାହାକୁ ବାୟୋ ରିମେନିଙ୍ଗ୍ କରାଯାଇଛି । କାହିଁକି ଅଳିଆ ଉଠାଇବାରେ ବିଳମ୍ବ ହେଉଛି ତାହା ମଧ୍ୟ ଆମେ ଦେଖିବୁ ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ ମୁରୁଗେଶନ୍ ।   

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଲକ୍ଷ୍ନୌର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟକସିକ୍ ଆଣ୍ଡ ରିସର୍ଚ୍ଚ ସହ ଏମଓୟୁ ସ୍ଵାକ୍ଷର କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଯେଉଁଠି ପ୍ରଦୂଷଣ ଜନିତ ରୋଗ ପାଇଁ ଲୋକଙ୍କ ଅଭିଯୋଗ ଆସିବ ସାମ୍ପୂଲ୍ ନେଇ ଯାଞ୍ଜ କରାଯିବା ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହାସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଲାବ୍ରୋଟୋରୀ କର୍ମଚାରୀଙ୍କୁ ସେମାନେ ଟ୍ରେନିଂ କରିବେ । ଇଣ୍ଡଷ୍ଟ୍ରିରୁ ବାହାରୁ ଥିବା ଦୂଷିତ ଜଳ ଓ ବାୟୁ ପାଇଁ ରୋଗ ହେଉଛି କି ତାହା ସେମାନେ ଯାଞ୍ଜ କରିବେ । 

 

Pollution Control Board issued directives to follow green light norms-to-all-the-district-collectors-and-sp | Argus News