Videos
|
Odisha

ଆବାସ ଅପେକ୍ଷାରେ ଗରିବ ହିତାଧିକାରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆବାସ ଅପେକ୍ଷାରେ ଗରିବ ହିତାଧିକାରୀ

ଅର୍ଗସ ବ୍ୟୁରୋ: ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବଡ଼ସାହି ବ୍ଲକ୍ ଅଧିନରେ ଥିବା ଯଦୁନାଥପୁର୍ ପଞ୍ଚାୟତର କାର୍ଗିଲ୍ ସାହି । ଶିମିଳିପାଳ ପାହାଡର ପାଦଦେଶରେ ରହିଛି ଏହି ଗାଁ। ଯେଉଁଠି ବିକାଶ ଏବେବି ସାତସପନ। ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନଥିବାବେଳେ ମୁଣ୍ଡ ଗୁଞ୍ଜି ରହିିବା ପାଇଁ ଭଲ ଘରଟିଏ ନାହିଁ ।


ଗରିବ ଖଟିଖିଆ ଆଦିବାସୀ ଲୋକମାନେ ଭଙ୍ଗା ଝାଟିମାଟି ଛିଣ୍ଡା ପଲିଥିନ୍ ଟଣା ଘରେ ଜୀବନ କାଟୁଛନ୍ତି । କାର୍ଗିଲ୍ ସାହିର ସସ୍ମିତା ବିନ୍ଧାଣୀ, ସାରଥୀ ବିନ୍ଧାଣୀ, ଲବିନ୍ ସିଂ, ପେତନ୍ ଗିରିଙ୍କ ଭଳି ଅନେକ ପରିବାର‌ ରହିଛନ୍ତି । ଯେଉଁମାନଙ୍କର ଆର୍ଥିକ ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଘରଟିଏ ତିଆରି କରିନପାରି ଏଭଳି ଖରା ବର୍ଷା, ଶୀତ କାକରରେ ଅତି ଦୟନୀୟ ଜୀବନ ଯାପନ କରି ଆସୁଛନ୍ତି। ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହୋଇ ମଧ୍ୟ ଏମାନଙ୍କୁ ଘର ମିଳୁନି।

କାର୍ଗିଲ୍ ସାହି ଠାରୁ ମଧୁପୁର, ଚନ୍ଦନଚତୁରି, ବେଲଡୁଙ୍ଗୁରି ଚାଉଳ ଭିଜା ଜଳପ୍ରପାତ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ସୋଚନୀୟ। ୨୪ ବର୍ଷ ନବୀନ ସରକାର ଶାସନ କଲାପରେ ମଧ୍ୟ ଏଠିକା ଲୋକଙ୍କୁ ନାଁ ଘର ମିଳିଲା, ନାଁ ମିଳିଲା ପାଣି। ଆଜିବି ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଏହି ଅଞ୍ଚଳବାସୀ। ମାଳମାଳ ଯୋଜନା ହେଲେ ଥିଲା... ହେଲେ ଲୋକ ପାଇ ନାହାନ୍ତି ଏହାର ଲାଭ। ଏବେବି ମୈଳିକ ସୁବିଧାରୁ ବଞ୍ଚିତ ଏହି ଦୁର୍ଗମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

poor beneficiaries waiting for awas yojana | Argus News