ସ୍ଵାଧିନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ଗରିବ ଲୋକଙ୍କୁ ଦିଆଯିବ ଅଧିକ ଚାଉଳ

Key Points
ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା
ଗରିବ ଲୋକଙ୍କୁ ଅଧିକ ଚାଉଳ ଯୋଗାଇଦେବେ ମୋହନ ସରକାର
୩ ମାସ ପାଇଁ ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ
ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ପଛୁଆ ଅଞ୍ଚଳ ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗରିବ ଲୋକଙ୍କୁ ଅଧିକ ଚାଉଳ ଯୋଗାଇଦେବେ ମୋହନ ସରକାର। ୭୯ ତମ ସ୍ବାଧିନତା ଦିବସ ଅବସରରେ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ପଦେ ଆଗକୁ ନେଇ ୧୧ ଟି ଜିଲ୍ଲାର ୨୭ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ୩ ମାସ ପାଇଁ ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ଯୋଗଇ ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଘୋଷଣା ଅନୁଯାୟୀ ୮ ଟି କେବିକେ ଜିଲ୍ଲା ସହ ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏହି ମାଗଣା ଅତିରିକ୍ତ ୫ କିଲୋ ଚାଉଳ ଯୋଗାଇଦେବା ପାଇଁ ସରକାର ନିଷ୍ପତି ନେଇଛନ୍ତି ବୋଲି ଗାନ୍ଧୀ ମାର୍ଗରେ ଲୋକଙ୍କ ଉଦ୍ଦେଶ୍ୟରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସ୍ତରୀୟ ୭୯ ତମ ସ୍ବାଧିନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରି, ପୋଲିସ ଡିଜି, ମୁଖ୍ୟ ଶାସନ ସଚିବଙ୍କ ସହ ରାଜ୍ୟର ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ଵାଗତ କରିଛନ୍ତି ସାଧାରଣ ଲୋକେ।
ଏଥି ସହ ରାଜ୍ୟର ୧୭ ପ୍ରତିଶତ ଜନସଂଖ୍ୟା ସହରଞ୍ଚଲରେ ବସବାସ କରୁଥିବା ବେଳେ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୧ ଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥାପନ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ସେତିକି ନୁହେଁ ସ୍ବାଧିନତା ଦିବସ ଅବସରରେ ରାଜ୍ୟର ଯୁବ ବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରିବା ସହ ଦେଶ ସେବାରେ ନିୟୋଜିତ ହେବା ପାଇଁ ସୁଜୋଗ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ଅଗ୍ନିବିର ପ୍ରଶିକ୍ଷଣ ଯୋଜନା କାର୍ଯ୍ୟକାରୀ କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୭୯ ତମ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଗାନ୍ଧୀ ମାର୍ଗରେ ମୂଖ୍ୟମନ୍ତ୍ରୀ ଯୋଗ ଦେଇ ସାଧାରଣ ଲୋକଙ୍କ ସହ ଭାବର ଆଦନ ପ୍ରଦାନ କରିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ
ପ୍ରଭାତୀ ପରିଡ଼ା କଟକ ସହ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ କେଉଁଝର ଜିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ୭୯ ତମ ସ୍ବାଧିନତା ଦିବସ ପାଳନ କରିଛନ୍ତି। ଦେଶର ସ୍ବାଧିନତା ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ମହାନ ସଂଗ୍ରାମୀ ଏବଂ ବୀର ସହୀଦ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକେଇ ଗାଁ ଠୁ ଦେଶ ସଭିଏଁ ପାଳିଛନ୍ତି ୭୯ ତମ ସ୍ବାଧିନତା ଦିବସ।