Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୁଟେରା ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ

Odisha

ଲୁଟେରା ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲୁଟେରା ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ

ଝାରସୁଗୁଡା:  ସାଧୁ ବାବା ବେଶରେ ରିଷ୍ଟ ଖଣ୍ଡନ କହି ଲୁଟୁଥିଲେ ସୁନା ଗହଣା । ଝାରସୁଗୁଡ଼ା ପୋଲିସ ହାତରେ ସୁନା ଲୁଟେରା ଗ୍ୟାଙ୍ଗ । ଗତ ୧୧ ତାରିଖରେ ବେଲପାହାଡ଼ରେ ଓ ୧୨ରେ ଝାରସୁଗୁଡ଼ାରେ ହୋଇଥିବା ସୁନା ଲୁଟ୍‌ ଅଭିଯୋଗର ଲୁଟେରା ବାବାଜି ଗ୍ୟାଙ୍ଗ୍‌ର ୪ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତରାଖଣ୍ଡର ସାହିଦ୍‌, ଏମ୍‌ଡି ଇକ୍‌ବାଲ ଏବଂ ଉତ୍ତରପ୍ରଦେଶର ଜୋହର ଅଲ୍ଲୀ ଓ ଏମ୍‌ଡି ଇସ୍‌ଲାମ୍‌ ।


ଅଭିଯୁକ୍ତଙ୍କ ନିକଟରୁ ୨ଟି ପଲସର୍‌ ବାଇକ୍‌, ୪ଟି ମୋବାଇଲ୍‌ ଫୋନ୍‌, ଲୁଟ୍‌ ହୋଇଥିବା ସୁନା ଅଳଙ୍କାର ସହ ନଗଦ ୨୧୫୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତମାନେ ନିଜକୁ ହରିଦ୍ବାରର ସାଧୁ ବାବା ବୋଲି ପରିଚୟ ଦେଇ ଲୁଟ୍ କରୁଥିଲେ । ଅଭିଯୁକ୍ତ ମହିଳାଙ୍କୁ ପୂର୍ବଜଙ୍କର କିଛି ଶୁଦ୍ଧିକ୍ରିୟା ବାକି ରହିଯାଇଥିବାରୁ ମନୋକାମନା ପୂରଣ ହୋଇପାରୁନଥିବା କହି ପ୍ରବର୍ତ୍ତାଉଥିଲେ। ଏହାପରେ ମହିଳାଙ୍କୁ ତାଙ୍କ ସୁନା ଗହଣା କାଢ଼ି ଏକ ବ୍ୟାଗ୍‌ରେ କିମ୍ବା କାଗଜରେ ରଖି ୫୧ ପାଦ ପଛକୁ ଚାଲିବାକୁ କହୁଥିଲେ। ମହିଳା ଗହଣା ରଖି ୫୧ ପାଦ ପଛକୁ ଯିବା ବେଳକୁ ଦୁର୍ବୃତ୍ତମାନେ ଏହି ଗହଣା ନେଇ ଛୁ ମାରୁଥିଲେ। ଝାରସୁଗୁଡ଼ାରେ ଲାଗିଥିବା ଏଆଇ କ୍ୟାମେରାରେ ଅଭିଯୁକ୍ତଙ୍କ ଗତିବିଧି ସ୍ପଷ୍ଟ ‌ହେବା ପରେ ଗଠନ ହୋଇଥିବା ୨ଟି ଟିମ୍‌ ସେମାନଙ୍କୁ ପିଛା କରି ସମ୍ବଲପୁର ଯାଇ ‌ହୋଟେଲରୁ ଧରିବାରେ ସଫଳ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Posing as Baba loot jewellery in jharsuguda | Argus News