Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିରେ ମିଶିବାରୁ ରକ୍ତମୁଖା ହେଉଛି ବିଜେଡି ! ରାତି ଅଧରେ ଭାଙ୍ଗିଦେଲେ ୯ ଗାଡ଼ି

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିଜେପିରେ ମିଶିବାରୁ ରକ୍ତମୁଖା ହେଉଛି ବିଜେଡି ! ରାତି ଅଧରେ ଭାଙ୍ଗିଦେଲେ ୯ ଗାଡ଼ି

Key Points


ଆଠଗଡ଼: ଅଶାନ୍ତ ଆଠଗଡ଼ । ବୋମା ପରେ ଫୁଟିଲା ଗୁଳି । ଆଠଗଡ଼ ଥାନା କନ୍ତୋଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ବିଜେପି କର୍ମୀ ରମଜାନ ମହମ୍ମଦଙ୍କ ଘର ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବିଜେଡିର ପ୍ରାୟ ୪୦ କର୍ମୀ ଏକାଠି ହୋଇ ଘର ଉପରକୁ ଆକ୍ରମଣ କରିବା ସହ ୪ଟି କାର ଓ ୫ଟି ବାଇକକୁ ଭାଙ୍ଗି ଦେଇଛନ୍ତି ।


ମୋଟ ୯ ଗୋଟି ଗାଡ଼ି ଭଙ୍ଗାରୁଜା କରିବା ସହ ୩ ରାଉଣ୍ଡ ଗୁଳି ଫୁଟାଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ସାଧାରଣ ନିର୍ବାଚନ ପରଠାରୁ ଆଠଗଡ଼ କନ୍ତୋଲ ଗାଁ ଏଭଳି ଅଶାନ୍ତ ହୋଇ ପଡ଼ିଛି । ନିକଟରେ ବିଜେଡି ଛାଡି କନ୍ତୋଲ ୧୭ ନମ୍ବର ୱାର୍ଡର ଅନେକ ଲୋକ ବିଜେପିରେ ଯୋଗ ଦେଇଥିଲେ । ଏହି ରାଗରେ ବିଜେପି କର୍ମୀ ରମଜାନ ମହମ୍ମଦଙ୍କ ଘର ଉପରକୁ ବିଜେଡି କର୍ମୀ ବାରମ୍ବାର ଆକ୍ରମଣ କରୁଥିବା ଅଭିଯୋଗ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Post Election Fresh Violence In Athagarh Police Jurisdiction | Argus News