KISS Student Murder / ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଛାତ୍ର ମୃତ୍ୟୁର ରହସ୍ୟ, ଜୋକର ଗ୍ୟାଙ୍ଗ କରିଛି ହତ୍ୟା

Key Points
ଘଟଣା ଘଟିବା ପରେ ପୁଅ ମୃତ୍ୟୁରେ ନ୍ୟାୟ ପାଇଁ ଦାବି କରିଥିଲେ ତାଙ୍କ ମା ।
କିସ୍ ଛାତ୍ର ମୃତ୍ୟୁ ମାମଲାରେ ପୋଲିସର ବଡ଼ ଖୁଲାସା । ଛାତ୍ରଙ୍କର ଅସ୍ବାଭାବିକ ମୃତ୍ୟୁ ନୁହେଁ ବରଂ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଖୋଲିଛି ଛାତ୍ର ମୃତ୍ୟୁର ରହସ୍ୟ । ଘଟଣାସ୍ଥଳରେ ପୋଲିସ, ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷାଙ୍କ ସମେତ ୫ ଜଣିଆ ଟିମ୍ ତଦନ୍ତ କରିଛନ୍ତି ।
କିସ୍ ଛାତ୍ରଙ୍କ ମୃତ୍ୟୁ ଅସ୍ବାଭାବିକ ନୁହେଁ, ଛାତ୍ରଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ସୁତ୍ରରୁ ଏହି ସୂଚନା ମିଳିଛି । ୩ ସହପାଠୀ ମିଶି ଛାତ୍ରଙ୍କୁ ତଣ୍ଟିଚିପି ମାରିଦେଇଥିଲେ। ଜିରୋ FIRରେ ତଦନ୍ତ କରି ଘଟଣାର ଖୁଲାସା କରିଛି ଇନଫୋସିଟି ପୋଲିସ। ଏହି ଘଟଣାରେ ୩ ଛାତ୍ରଙ୍କୁ ଅଟକ ରଖି ତଦନ୍ତ ଚାଲିଛି । ୫ ଜଣ ଅଧିକାରୀଙ୍କୁ ମଧ୍ୟ ଇନ୍ଫୋସିଟି ପୋଲିସ ଉଠାଇ ଆଣିଥିବା ସୂଚନା ମିଳଛି।
ପୋଲିସ ସୂଚନା ଅନୁସାରେ ଘଟଣା କିଛି ଏମିତି ଘଟିଥିଲା । ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ। ହଷ୍ଟେଲରେ ଡାଲି ପଡ଼ିଯିବାକୁ କେନ୍ଦ୍ର କରି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ସଂପୃକ୍ତ ଛାତ୍ରଙ୍କୁ ବାଥରୁମରେ ମାଡ଼ମାରିଥିଲେ । ତଣ୍ଟି ଚିପି ହତ୍ୟା କରିଥିଲେ ସହପାଠୀ। ତେବେ ଘଟଣାକୁ ଚପାଇବାକୁ ଜୋରଦାର ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ପୁଅ ବାଥରୁମ୍ ଯିବା ବେଳେ ବାଥରୁମରେ ପଡ଼ି ଜୀବନ ଯାଇଥିବା ପରିବାରକୁ ସୂଚନା ଦେଇଥିଲା କିସ୍। ସେତେବେଳେ ସ୍କୁଲ କର୍ତ୍ତୃପକ୍ଷ କହିଥିଲେ, ପାଇଖାନାରେ ପଡ଼ି ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ପ୍ରଶ୍ନ ଥିଲା ତଳେ ପଡ଼ିଲେ ବେକରେ କିଭଳି ଦାଗ ହେବ। ଘଟଣା ଘଟିବା ପରେ ପୁଅ ମୃତ୍ୟୁରେ ନ୍ୟାୟ ପାଇଁ ଦାବି କରିଥିଲେ ତାଙ୍କ ମା ।
ଏ ସମ୍ପର୍କରେ କିସ୍ କର୍ତ୍ତୃପକ୍ଷଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ସେପଟେ କିସ୍ ଛାତ୍ର ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ ହୋଇଯାଇଛି । ଶିଶୁ ସୁରକ୍ଷା ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ୫ ଜଣିଆ ଟିମ୍ ସହ ଯାଇ ତଦନ୍ତ କରିଛନ୍ତି । କିସକୁ ଅବହେଳାର ରିପୋର୍ଟ ମାଗିଲା ଶିଶୁ ସୁରକ୍ଷା ଅଧିକାର ଆୟୋଗ। ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଦେଢ଼ ଘଣ୍ଟା ଧରି କିସରେ ସ୍ଥିତି ଅନୁଧ୍ୟାନ କରିଥିଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ। ବିନା ପୋଷ୍ଟମର୍ଟମରେ କେମିତି ପରିବାର ଲୋକଙ୍କୁ ଶିଶୁର ମୃତଦେହ ଦିଆଗଲା ତାର ତଦନ୍ତ ହେବ । ଯିଏ ଦୋଷୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ସେପଟେ କିସ୍ ଛାତ୍ର ହତ୍ୟା ଘଟଣାରେ ତଦନ୍ତ ପାଇଁ କିମ୍ସ ମେଡିକାଲ୍ରେ ପୋଲିସ ଟିମ୍ ବି ପହଂଚିଯାଇଥିଲେ । କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ମେଡିକାଲ୍ ଆସିଥିଲେ ସେନେଇ ପଚରାଉଚରା କରୁଛି ପୋଲିସ ।
ସ୍କୁଲ ଛାତ୍ରଙ୍କ ଭିତରେ ଵଢୁଛି ଅପରାଧ ମାନସିକତା । ପରସ୍ପର ପ୍ରତି ଅସହିଷ୍ଣୁ ହୋଇ ପଡୁଛନ୍ତି କମ୍ ବୟସର ପିଲା । ବାଳ ଅପରାଧକୁ ନେଇ ଏନସିଆର ବି ତଥ୍ୟ ଚମକାଇଲା ଭଳି । ୨୦୨୧ରେ ୧, ୩୩୪ଟି, ୨୦୨୨ରେ ୧,୧୬୩ଟି, ୨୦୨୩ରେ ୧,୫୦୭ଟି ବାଳ ଅପରାଧ ଘଟିଛି । ୨୦୨୩ରେ କେବଳ ଓଡ଼ିଶାରେ ୧୦.୫% ମାମଲା ଘଟିଛି । ଏହା ମଧ୍ୟରୁ ୬୭ ହତ୍ୟା ଓ ୧୭୯ଟି ହତ୍ୟା ଉଦ୍ୟମ ମାମଲା ।
କିସ୍ ଛାତ୍ରକୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଥିଲେ ପୋଲିସ କମିଶନର । କିସ୍ ଅଫିସିଆଲ୍ ଷ୍ଟାଫ୍ର ୮ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ଅତିରିକ୍ତ ସିଇଓ, ଟିଜିଟି, ସହକାରୀ ଶିକ୍ଷକ । ୮ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂହ ।
ଯେଉଁ ଛାତ୍ରମାନେ ମାରିଛନ୍ତି ସେହି ସାଙ୍ଗମାନେ ଜୋକର୍ ଗ୍ୟାଙ୍ଗ ଗଢ଼ିଥିଲେ । ସମ୍ପୃକ୍ତ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ କୋର୍ଟରେ ହାଜର କରାଯାଇଛି । ହତ୍ୟାର ପ୍ରମାଣ ନଷ୍ଟ କରିଛନ୍ତି କିସ୍ କର୍ତ୍ତୃପକ୍ଷ । ପ୍ରମାଣ ଲୁଚାଇବା ଉଦେଶ୍ୟରେ, ପୋଲିସକୁ ଜାଣିଶୁଣି ଖବର ଦେଇନଥିଲେ କର୍ତ୍ତୃପକ୍ଷ । ପୋଷ୍ଟମର୍ଟମ ରିପୋର୍ଟରେ ଛାତ୍ର ଦେହରେ ଦାଗ ଥିଲା । ପୋଷ୍ଟମର୍ଟମ୍ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି । କିସ୍ କର୍ତ୍ତୃପକ୍ଷ ହୃଦ୍ଘାତରେ ମୃତ୍ୟୁ ବୋଲି ମିଛ କହି ମୃତଦେହ ଦେଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ କିସ୍ କର୍ତ୍ତୃପକ୍ଷ ଜଣାଇନଥିଲେ ବୋଲି କହିଛନ୍ତି ପୋଲିସ କମିଶନର ।
📱 Get Argus News App
✨Related Topics
Explore more stories