ଟେନସନ୍ ଦେଉଛି ଆଳୁ : ସପ୍ତାହକ ଭିତରେ ପୁଣି ବଢିଲାଣି ୫ ଟଙ୍କା

Key Points
- ଟେନସନ୍ ଦେଉଛି ଆଳୁ
- ସପ୍ତାହିକ ଭିତରେ ପୁଣି ବଢିଲାଣି ୫ ଟଙ୍କା
- ଥିଲା ୩୫, ହେଲା ୪୦
ଅର୍ଗସ ବ୍ୟୁରୋ : ପୁଣି ଆଳୁ ଟେନସନ୍ । ମାତ୍ର ୭ ଦିନରେ ବଢିଲାଣି ୫ ଟଙ୍କା । ଯେଉଁଠି କିଲୋ ପିଛା ୩୫ ଟଙ୍କାରେ ଆଳୁ ବିକ୍ରି ହେଉଥିଲା ସେଇଠି ଏବେ ୪୦ ଛୁଇଁଲାଣି ଦର । ଖାଲି ଆଳୁ କାହିଁକି ? ବରଂ ପିଆଜ ବି ତାଳ ବଢୁଛି । ତେବେ ନିଇତି ଭାରି ମାତ୍ରାରେ ଦରକାର ହେଉଥିବା ଆଳୁ ଓ ପିଆଜର ଦର ଏମିତି ଅହେତୁକ ଭାବରେ ବଢିବାରୁ ଚିନ୍ତାରେ ଖାଉଟି । ସେପଟେ ରାଜ୍ୟ ସରକାର କହିଛନ୍ତି, ଖୁବଶୀଘ୍ର ଆଳୁ ଦର ହେବ ନିୟନ୍ତ୍ରଣ ।
ରାଜ୍ୟରେ ଏମିତି ଆଳୁ ଦର ବଢିବା ପଛରେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀଙ୍କ ଧର୍ମଘଟ ମୁଖ୍ୟ କାରଣ ବୋଲି କୁହାଯାଉଛି । ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ନେଇ ଚେତାବନୀ ଦେଇଥିବାରୁ ରବିବାରଠାରୁ ଆଉ ଆଳୁ ଗାଡି ଆସୁନି । ତେଣୁ ଚାହିଦା ଅନୁସାରେ, ଗାଡି ନଆସୁଥିବାରୁ ରେଟ୍ ବଢୁଛି ।
ଆଳୁ ପିଆଜ ମହରଗ, ଚିନ୍ତାରେ ଖାଉଟି । ଦିନେ କି ଦୁଇଦିନ ନୁହେଁ ବରଂ ମାସେ ହେଲାଣି ରାଜ୍ୟରେ ଆଳୁକୁ ନେଇ ଚର୍ଚ୍ଚା ଥମୁନି । ସେପଟେ ଚଢା ଦରରେ ଆଳୁ ବିକ୍ରି ହେଉଥିବାରୁ ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଏହାସହ ପାଞ୍ଚଦିନ ଭିତରେ ଉତ୍ତର ପ୍ରଦେଶରୁ ଦୁଇଟି ଟ୍ରେନରେ ୪୮ ହଜାର କୁଇଣ୍ଟାଲ ଆଳୁ ଆସି ପହଂଚିବ । ଏଣେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳଭଣ୍ଡାର ମାଲିକମାନେ ପ୍ରସ୍ତାବିତ ଧର୍ମଘଟରୁ ଓହରିଥିବା ସୂଚନା ମିଳିଛି । ତେଣୁ ପଶ୍ଚିମବଙ୍ଗରୁ ଆଳୁ ଯୋଗାଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।
📱 Get Argus News App
✨ପ୍ରବଳ ଚାଷ ଭିତରେ ଓଡ଼ିଶାକୁ ଆଳୁ ଦେବାକୁ ରାଜି ହୋଇଛନ୍ତି ପଶ୍ଚିମବଙ୍ଗ ସରକାର । ଫଳରେ ଖୁବଶୀଘ୍ର ଓଡ଼ିଶାରେ ଆଳୁ ଦର ସ୍ଵାଭାବିକ ହେବ । ଗତକାଲି ପଶ୍ଚିମବଙ୍ଗର ସଚିବାଳୟ ‘ନବାନ୍ନ’ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା ସରକାର । ସପ୍ତାହକ ମଧ୍ୟରେ ପଡ଼ୋଶୀ ରାଜ୍ୟକୁ ୨ ଲକ୍ଷ ଟନ୍ ପର୍ଯ୍ୟନ୍ତ ଆଳୁ ରପ୍ତାନୀକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଫଳରେ ଓଡ଼ିଶା ସମେତ ଅନ୍ୟ ପଡୋଶୀ ରାଜ୍ୟ ଏହାଦ୍ୱାରା ଉପକୃତ ହେବେ। ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଥିଲେ । ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ଆଳୁ ବ୍ୟବସାୟୀ ମଧ୍ୟ ବିରୋଧ କରିଛନ୍ତି । ସରକାରଙ୍କ ନିଷ୍ପତି ଦ୍ୱାରା ବ୍ୟବସାୟୀ ମାନେ ଘାଟାରେ ପଡ଼ିଥିବା ଦାବି କରିଥିଲେ । ତେବେ ମମତା ଆଳୁ ଦେବା ପାଇଁ ଗ୍ରୀନ ସିଗ୍ନନାଲ ଦେବା ପରେ ଗୋଟିଏ କଥା ସ୍ପଷ୍ଟ, ରାଜ୍ୟରେ କମିବ ଆଳୁ ଦର ।