Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବିଫଳ ହୋଇଛି ଆଳୁ ମିଶନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଓଡ଼ିଶାରେ ବିଫଳ ହୋଇଛି ଆଳୁ ମିଶନ

Key Points

  • ଓଡ଼ିଶାରେ ବିଫଳ ହୋଇଛି ଆଳୁ ମିଶନ
  • ବିଫଳତା ପଛରେ ଚିଟଫଣ୍ଡ ପ୍ରେମ
  •  ଉପ ମୁଖ୍ୟମନ୍ତ୍ରୀ ଆଣିଲେ ସାଘାଂତିକ ଅଭିଯୋଗ
  • CHUNK BYTE- କେ ଭି ସିଂ ଦେଓ, ଉପ ମୁଖ୍ୟମନ୍ତ୍ରୀ
  •  ଆଳୁ ପଛେ ପଚି ଯାଉ, ଚିଟପଣ୍ଡ୍ ଭାଇ ଲାଭ ପାଉ
  •  ଏବେ ଓଡ଼ିଶା ସାମ୍ନା କରୁଛି ଦିଦିଙ୍କ ବ୍ଲାକମେଲ୍
  •  ଯୋଗାଣ ମନ୍ତ୍ରୀଙ୍କ କଟାକ୍ଷ- ରାକ୍ଷୀ ଭାଇଙ୍କ ସାଙ୍ଗରେ କରିଛନ୍ତି କି ଷଡ଼ଯନ୍ତ୍ର ?

ଅର୍ଗସ ବ୍ୟୁରୋ: ରାଜ୍ୟରେ ଆଳୁ ଅଭାବ କେମିତି ଦୂର ହେବ ? କେମିତି ଅଧିକ ଆଳୁ ଅମଳ ହେବ ? ପଶ୍ଚିମବଙ୍ଗ ଉପରେ କେମିତି ଆଉ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ ? ଏ ସବୁ ବିଷୟକୁ ନେଇ ଆଜି ବିଧାନସଭାର ପ୍ରଶ୍ନକାଳ ରେ ହୋଇଥିଲା ସରଗରମ ଆଲୋଚନା । ବିଜେପି ବିଧାୟକ ମାନସ ଦତ୍ତ ଙ୍କ ମୂଳ ପ୍ରଶ୍ନ ରେ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ଉପରେ ବର୍ଷିବା ସହ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ବିଜେଡ଼ି ବିଧାୟକ ଗଣେସ୍ୱର ବେହେରାଙ୍କ ପ୍ରଶ୍ନ କରିଥିଲେ ଯେ  ବିଜୁଳି ଦର ଅଧିକ ଥିବାରୁ ଶୀତଳ ଭଣ୍ଡାର ବନ୍ଦ ପଡିଛି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ବିଦ୍ୟୁତ ଦର ଯୋଗୁଁ ଏହା ବନ୍ଦ ହୋଇ ନଥିଲା. ଅର୍ଥ ତତ୍ୱ ପରି ଚିଟଫଣ୍ଡ ସଂସ୍ଥାକୁ ତାହା ଦିଆଗଲା. ସେମାନେ ଏହାକୁ ବନ୍ଧକ ରଖିବାରୁ, ଶୀତଳ ଭଣ୍ଡାର ବନ୍ଦ ରହିଲା

 ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ରାଜ୍ୟରେ ୧୩୩ ଟି ଶୀତଳ ଭଣ୍ଡାର ରୁ ମାତ୍ର ୩୫ ଟି କାର୍ଯ୍ୟକ୍ଷମ ରହିଥିବା ରୁ ଆଳୁ ସଂରକ୍ଷଣ ରେ ସମସ୍ୟା ଦେଖା ଦେଉଛି । ତେଣୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ୫୮ ସବଡିଭିଜନରେ ପିପିପି ମୋଡ଼ ରେ ହାଇବ୍ରିଡ଼ ମୋଡ଼ ରେ ଶୀତଳ ଭଣ୍ଡାର ଲାଗି ଆହ୍ୱାନ କରାଯାଇଛି । ଓଡିଶାରେ ଆଳୁ ସଙ୍କଟ ସମୟରେ ପଶ୍ଚିମବଙ୍ଗ ଆମକୁ ବ୍ଲାକମେଲ କରୁଛି । 

ତଥ୍ୟ କହୁଛି 2019-20 ରେ 2.95 ଲକ୍ଷ ମେଟ୍ରିକ ଟନ, 2020-21 ରେ 2.97 ମେଟ୍ରିକ ଟନ, 2021-22 ରେ 3.25 ଲକ୍ଷ ମେଟ୍ରିକ ଟନ, 2022-23 ରେ 3.26 ଲକ୍ଷ ମେଟ୍ରିକ ଟନ, 2023-24 ରେ 4.28 ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇଥିଲା ତେବେ ରବି ଋତୁରେ 64.17 କୋଟି ଟଙ୍କା ବ୍ୟୟରେ ରାଜ୍ୟରେ ଆଳୁ ଚାଷ ପାଇଁ ବ୍ୟବସ୍ଥା କରାଯାଇଛି. ଯାହା 43994 ହଜାର ହେକ୍ଟର ଜମିରେ ହେବ ସରକାରଙ୍କ ଟାର୍ଗେଟ ଏଥର 5.28 ଲକ୍ଷ ମେଟ୍ରିକ ଟନ ଆଳୁ ଉତ୍ପାଦନ କରିବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Potato Mission has failed in Odisha | Argus News