Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଦି ଆଳୁ ଦେଲେନି : ହେଲେ ବି ଓଡ଼ିଶାରେ ଆଳୁ ମିଳିବ ୩୦ ଟଙ୍କାରେ

Odisha

ଦିଦି ଆଳୁ ଦେଲେନି : ହେଲେ ବି ଓଡ଼ିଶାରେ ଆଳୁ ମିଳିବ ୩୦ ଟଙ୍କାରେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦିଦି ଆଳୁ ଦେଲେନି : ହେଲେ ବି ଓଡ଼ିଶାରେ ଆଳୁ ମିଳିବ ୩୦ ଟଙ୍କାରେ

Key Points

  • ଦିଦି ଆଳୁ ଦେଲେନି
  • ହେଲେ ବି ଓଡ଼ିଶାରେ ଆଳୁ ମିଳିବ ୩୦ ଟଙ୍କାରେ
  • ଆଳୁ ଟେନସନ୍‌ରେ ଲାଗିବ ବିରାମ

ଅର୍ଗସ ବ୍ୟୁରୋ : ୨୦ ଦିନ ହେଲାଣି ରାଜ୍ୟରେ ଆଳୁକୁ ନେଇ ଟେନସନ୍‌ ଦେଖିବାକୁ ମିଳିଛି । କେଉଁଠି କିଲୋ ପିଛା ୬୦ ତ ଆଉ କେଉଁଠି ୭୦ରେ ମିଳୁଛି । ଚାହିଦା ଅଧିକ ଥିବା ବେଳେ ଆମଦାନି କମ ଥିବାରୁ ଦର ଉଚ୍ଚା ରହିଛି । ସେପଟେ ସୀମାରୁ ଟ୍ରକ୍‌ ଓଡ଼ିଶା ଆସୁନଥିବାରୁ ଟେନସନ୍‌ରେ ବେପାରୀ ଥିଲେ । ହେଲେ ଏବେ ନାଫେଡ୍‌ ଜରିଆରେ ଆଳୁ କିଣିବା ସହିତ କଂଟ୍ରୋଲରେ ଆଳୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ।

ଆଉ ଚଳିବନି ମମତାଙ୍କ ମନମାନୀ । ଆଜିଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ମିଳିବ । ଆଳୁ କେଜି ପିଛା ମାତ୍ର ୩୩ ଟଙ୍କାରେ ଯୋଗାଇଦେବେ ରାଜ୍ୟ ସରକାର । ୧୦୦ ଟଙ୍କାରେ ୩ କେଜି ଆଳୁ ସାରା ଓଡ଼ିଶାରେ ଯୋଗାଇ ଦେବେ ରାଜ୍ୟ ସରକାର । ତେଣୁ ଆଳୁକୁ ନେଇ ଟେନସନ୍‌ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହାସହ ମନ୍ତ୍ରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ନାଫେଡରୁ 300 ଟନ ଆଳୁ ଓଡ଼ିଶାକୁ ଆସୁଛି । ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ଆଳୁ ବି ଆସିବ । ତେଣୁ ଆଗାମୀ ଦିନରେ ଆଳୁର ଅଭାବ ରହିବନି ।

ଆଳୁକୁ ନେଇ ପ୍ରତି ମୁହୂର୍ତ୍ତରେ କିଛି ନା ଖବର ଆସୁଛି । ଖାସ କରି ଦିଦି ଯେଉଁପରି ଭାବରେ ହୀନ ରାଜନୀତି କରୁଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ବି ରାଜ୍ୟବାସୀଙ୍କୁ କମ୍‌ ଟଙ୍କାରେ ଆଳୁ ଦେବାକୁ ମୋହନ ସରକାର ମାଷ୍ଟର ପ୍ଲାନ କରିଛନ୍ତି । ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ୨୭୦ ଆଳୁ ଗାଡ଼ି ଆସିଥିବା ବେଳେ ବଳକା ୩୦ ଟ୍ରକ୍ ଉତ୍ତରପ୍ରଦେଶରୁ ଆସିଛି । ପାଇକାରୀ ବ୍ୟବସାୟୀଙ୍କ କହିବା କଥା, ଏବେ ବି ରାଜ୍ୟ ସୀମାରେ ପଶ୍ଚିମବଙ୍ଗ ପୋଲିସ ଆଳୁ ଗାଡ଼ିକୁ ଓଡ଼ିଶାକୁ ପଶିବାକୁ ଅନୁମତି ଦେଉନି । ଏଣୁ ବାଧ୍ୟହୋଇ ପାଇକାରୀ ବ୍ୟବସାୟୀ ଅଧିକ ଗାଡ଼ି ଭଡ଼ା ଦେଇ ଝାଡ଼ଖଣ୍ଡ ରାସ୍ତାରେ ରାଜ୍ୟକୁ ଆଳୁ ବୋଝେଇ ଟ୍ରକ୍ ଆଣୁଛନ୍ତି ।  ତେଣୁ ରାଜ୍ୟକୁ ଏକକାଳୀନ ଏତେ ସଂଖ୍ୟକ ଆଳୁ ଗାଡ଼ି ଆସିଥିବାରୁ ପାଇକାରୀ ବଜାରରେ ଦର ଏବେ କିଲୋପିଛା ୩୦ ଟଙ୍କା ରହିଛି । ଯଦିଓ ପାଇକାରୀ ଦର କିଲୋପିଛା ୫ ଟଙ୍କା ପର୍ଯ୍ୟନ୍ତ ଖସିଛି, ଆଳୁର ଖୁଚୁରା ଦର କିନ୍ତୁ ଖସୁନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଥା ହେଲା ଅଭାବ ଭିତରେ କିଛି ମୁନାଫାଖୋର ବେପାରୀ ମନଇଚ୍ଛା ଆଳୁ ବିକ୍ରି କରିଛନ୍ତି । ତେଣୁ ସେମାନଙ୍କ ଉପରେ ଚଢାଉ କରାଯାଇ ତାଗିଦ କରାଯାଇଛି । ଏପଟେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଥିବା ୯୯ଟି ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଖାଉଟିଙ୍କୁ ଶସ୍ତାରେ ଆଳୁ ଯୋଗାଣ ଆରମ୍ଭ ହୋଇଛି । ଏସବୁ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଲୋକମାନେ ୧୦୦ ଟଙ୍କାରେ ୩ କିଲୋ ଆଳୁ ପାଇପାରିବେ। ଯେପର୍ଯ୍ୟନ୍ତ ବଜାର ଦରରେ ସ୍ଥିରତା ନ ଆସିଛି, ସେ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଶସ୍ତାରେ ଆଳୁ ଯୋଗାଣ ଜାରି ରହିବ ବୋଲି କୁହାଯାଇଛି।
 

Sponsored
Potato Price | Argus News