Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସଂକୁଚିତ ହେଲା ସଚିବଙ୍କ କ୍ଷମତା, ବଢିଲା ମନ୍ତ୍ରୀଙ୍କ କ୍ଷମତା

Smruti Parija
Browse all articles by Smruti Parija
·1 year ago·1 min read
ସଂକୁଚିତ ହେଲା ସଚିବଙ୍କ କ୍ଷମତା, ବଢିଲା ମନ୍ତ୍ରୀଙ୍କ କ୍ଷମତା

Key Points

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା

ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା

ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ । ୫ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟ ବସିବାର ତାରିଖ । ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ ।


୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବର ଫାଇଲ୍ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ବି ପ୍ରସ୍ତାବ କ୍ୟାବିନେଟକୁ ଆସିପାରିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେ ନାହିଁ । କ୍ୟାବିନେଟ ଏଜେଣ୍ଡାରେ ଥିବା ପ୍ରସ୍ତାବ ସମ୍ପର୍କିତ ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆବଶ୍ୟକସ୍ଥଳେ ବିଭାଗୀୟ ସଚିବମାନେ କ୍ୟାବିନେଟ ବୈଠକ ରୁମକୁ ଯାଇପାରିବେ । ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ହେଉଛି ମନ୍ତ୍ରୀଙ୍କ ଦାୟିତ୍ବ । କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ମନା । ପ୍ରସ୍ତାବ ଗୁଡ଼ିକ ଉପରେ ମୋହର ବାଜିବା ପରେ ତାକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀ ମାନଙ୍କ ଦାୟିତ୍ୱ ବୋଲି କୁହାଯାଇଛି ।


୮ ତାରିଖର ଏହି ନିର୍ଦ୍ଦେଶନାମା ଆଧାରରେ ୧୪ ତାରିଖ ଦିନ ବସିଥିଲା ରାଜ୍ୟ କ୍ୟାବିନେଟ । ବିଜେଡି ସରକାର ସମୟରେ କ୍ୟାବିନେଟ ଏଜେଣ୍ଡା ମନ୍ତ୍ରୀମାନଙ୍କ ପାଖକୁ ଯାଉନଥିବାର ଅଭିଯୋଗ କରୁଥିଲେ ବିରୋଧୀ । ମନ୍ତ୍ରୀ କହୁଥିଲେ କ୍ୟାବିନେଟ ପାରିତ ହୋଇଥିବା ପ୍ରସ୍ତାବ ବିଷୟରେ ସଚିବଙ୍କୁ ପଚାର । ନୂଆ ନିୟମ ଅନୁଯାୟୀ କ୍ୟାବିନେଟରେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ବ୍ୟତୀତ ଅନ୍ୟ କେହି ବସି ପାରିବେ ନାହିଁ । ତିନି ଦିନ ପୂର୍ବରୁ ମନ୍ତ୍ରୀ ମାନଙ୍କୁ ପାଖକୁ ଯିବ ଏଜେଣ୍ଡା ।

Sponsored
powers-of-the-secretary-were-reduced-while-the-powers-of-the-minister-were-increased | Argus News