Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୁବଶୀଘ୍ର ଖୋଲିବ ପ୍ରି ମେରିଟାଲ ମେଣ୍ଟାଲ ହେଲଥ କାଉନସିଲିଂ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଖୁବଶୀଘ୍ର ଖୋଲିବ ପ୍ରି ମେରିଟାଲ ମେଣ୍ଟାଲ ହେଲଥ କାଉନସିଲିଂ

ବିବାହ । ତ୍ୟାଗର ଅନୁଷ୍ଠାନ । ଜନମ ଜନମ ପାଇଁ ସାଥି । ଆଜିର ସମୟରେ ବିବାହ ପରେ ସମ୍ପର୍କ ତିଷ୍ଠି ରହିବା କାଠିକରପାଠ ହେଉଛି । ରାଜ୍ୟରେ ବଢୁଛି ବିବାହ ବିଚ୍ଛେଦ ମାମଲା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କହିଛନ୍ତି ବିବାହ ବିଚ୍ଛେଦକୁ ରୋକିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଖୋଲିବ ପ୍ରି ମେରିଟାଲ ମେଣ୍ଟାଲ ହେଲଥ କାଉସିଲିଂ ସେଣ୍ଟର । ଏହା ପରିବାରକୁ ଯୋଡିବ । ବିବାହ ପୂର୍ବରୁ କାଉନସେଲିଂ ସେଣ୍ଟରକୁ ଯିବେ ପୁଅ ଓ ଝିଅ। ସେମାନଙ୍କ ମାନସିକ ସ୍ଵାସ୍ଥ୍ୟକୁ ସୁଧାରିବା ପାଇଁ ଉଦ୍ୟମ କରାଯିବ । ଛାଡ଼ପତ୍ରକୁ ରୋକିବା ଏବଂ ବିବାହକୁ ସଠିକ୍ ଭାବରେ ବୁଝିବା ପାଇଁ ଏହି ସେଣ୍ଟର୍ କାର୍ଯ୍ୟ କରିବ। ମଦରର୍ସ କୋର୍ଟ କିମ୍ବା ମାର ଛାଟ ନାମରେ ଏହାକୁ ନାମିତ କରାଯିବ । ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୨ ତମ ପ୍ରତିଷ୍ଠା ଦିବସରେ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ବିଜୟା କେ ରାହତକରଙ୍କ ଉପସ୍ଥିତିରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି ଘୋଷଣା କରିଛନ୍ତି । ଗ୍ରାମାଞ୍ଚଳରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଗ୍ରାମ ସଭା କରିବାକୁ ମଧ୍ୟ ନିଷ୍ପତି ହୋଇଛି। ମାର୍ଚ୍ଚ 8 ରୁ ଦେଶ ସାରା ଏହି ଗ୍ରାମ ସଭା ଆରମ୍ଭ ହେବ ବୋଲି ଜାତୀୟ ମହିଳା ଆୟୋଗ ଅଧକ୍ଷା କହିଛନ୍ତି।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ସମାଜସେବୀ କହିଛନ୍ତି, ସମାଜରେ ଏବେ ବହୁତ ଛାଡପତ୍ର ହେଉଥିବା ସାମନାକୁ ଆସୁଛି। ଯାହା ମାନସିକସ୍ତରରେ ଉଭୟ ମହିଳା ଓ ପୁରୁଷଙ୍କୁ କ୍ଷତି ପହଂଚାଉଛି । ହଇରାଣ ହେଉଛନ୍ତି ଦୁଇ ପରିବାର। ସମାଜରେ ମଧ୍ୟ ଏହା କୁପ୍ରଭାବ ପକାଉଛି। ଅନେକ କ୍ଷେତ୍ରରେ ଡିଭୋର୍ସ ପୁର୍ବରୁ କାଉନସେଲିଂ ହେଲେ କିଛି ତ୍ରୁଟିରେ ସୁଧାର ଆସିପାରୁଛି । ତେଣୁ ସରକାର ଚିନ୍ତା କରିଥିବା ପ୍ରି ମେରିଟାଲ ମେଣ୍ଟାଲ ହେଲଥ କାଉନସିଲିଂ ନିଶ୍ଚୟ ଅନେକ ଦମ୍ପତିକୁ ବିବାହ ପରର ଦାୟିତ୍ବବୋଧତା , ସମ୍ପର୍କରେ ଆଡ଼ଜଷ୍ଟମେଣ୍ଟ ଶିଖାଇବ। ସେମାନେ ପରସ୍ପରକୁ ଜାଣିବେ, ସମୟ ନେବେ ଯାହା ଫଳରେ ବିବାହ ବିଚ୍ଛେଦ କମ ହେବ।

ରାଜ୍ୟରେ ବିବାହ ବିଚ୍ଛେଦକୁ ରୋକିବା ଏବଂ ବିବାହକୁ ସ୍ବୟଂ ସମ୍ପୁର୍ଣ୍ଣ କରିବା ପାଇଁ ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ସ୍ବାଗତ କରିଛନ୍ତି । ସାରା ଭାରତବର୍ଷରେ ଯଦି ବିବାହ ବିଚ୍ଛେଦ ମାମଲାକୁ ଦେଖାଯାଏ ତେବେ ଏହି ସଂଖ୍ୟା ରହିଛି ଭାରତର ଜନସଂଖ୍ୟାର .84 ପ୍ରତିଶତ । ଓଡ଼ିଶାରେ ବିବାହ ବିଚ୍ଛେଦ ମାମଲା ରହିଛି ରାଜ୍ୟ ଜନସଂଖ୍ୟାର .88 ପ୍ରତିଶତ । କିନ୍ତୁ ଓଡ଼ିଶାରେ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତା ବଢାଇଛି । ଏବେ ଏହା ଉପରେ ରୋକ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
prabhati Parida concern over the increasing number of divorce cases in the state | Argus News