River Protection Padyatra / ପ୍ରାଚୀ ନଦୀ ସୁରକ୍ଷା ପାଇଁ ପଦଯାତ୍ରା, ସାଧୁ-ସନ୍ଥଙ୍କ ସମାଗମରେ ଭକ୍ତିମୟ ପରିବେଶ
·5 months ago·2 min read

Key Points
ମହାରାଜ ଆଉ ମଧ୍ୟ କହିଛନ୍ତି ଓଡ଼ିଶାର ଐତିହ୍ୟ ବହୁ ପ୍ରାଚୀନ
ପ୍ରାଚୀ ସରସ୍ବତୀ ନଦୀ ହେଉଛି ପୌରାଣିକ ନଦୀ
ପ୍ରାଚୀ ସରସ୍ବତୀଙ୍କ ସୁରକ୍ଷା ଆମ ରାଜ୍ୟବାସୀଙ୍କ କର୍ତ୍ତବ୍ୟ

ପବିତ୍ର ପ୍ରାଚୀ ନଦୀର ସୁରକ୍ଷା, ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପରିବେଶ ସଚେତନତାର ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ୧୫ତମ ପ୍ରାଚୀ ନଦୀ ପରିକ୍ରମା ପଦଯାତ୍ରା ଆଜି ନିଆଳି ନିକଟସ୍ଥ ଅନ୍ଧ କପିଳେଶ୍ୱର ମନ୍ଦିରରୁ ଶୁଭାରମ୍ଭ ହୋଇଛି। ସନ୍ଧ୍ୟା ସମୟରେ ମନ୍ଦିର ପରିସରରେ ବିଧିବତ ପୂଜାର୍ଚ୍ଚନା, ପ୍ରାଚୀ ନଦୀ ପୂଜା, ଆରତି ଓ ପୁଷ୍ପାଞ୍ଜଳି ସମ୍ପନ୍ନ ହେବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଦେଶ-ବିଦେଶରୁ ଆସିଥିବା ସାଧୁ-ସନ୍ଥ ଓ ଭକ୍ତମାନଙ୍କ ସାମିଲରେ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।
ସ୍ୱାମୀ ପ୍ରଜ୍ଞାନନ୍ଦ ମହାରାଜଙ୍କ ତତ୍ତ୍ୱାବଧାନରେ ଗତ ୧୫ ବର୍ଷ ଧରି ଏହି ପରିକ୍ରମା ନିୟମିତ ଭାବେ ଆୟୋଜିତ ହୋଇଆସୁଛି। ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ପ୍ରାଚୀ ନଦୀର ଐତିହାସିକ, ଧାର୍ମିକ ଓ ପରିବେଶଗତ ଗୁରୁତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଜଳ ସଂରକ୍ଷଣ ଓ ପ୍ରକୃତି ସୁରକ୍ଷା ପ୍ରତି ଦାୟିତ୍ୱବୋଧ ଯୋଗାଇବା। ଆୟୋଜକମାନଙ୍କ କହିବା ଅନୁସାରେ, ପ୍ରାଚୀ ଉପତ୍ୟକା ଓଡ଼ିଶାର ପ୍ରାଚୀନ ସଭ୍ୟତା ଓ ସଂସ୍କୃତିର ଜୀବନ୍ତ ଧାରକ, ଯେଉଁଠାରେ ଦ୍ୱାଦଶ ମାଧବ, ଦ୍ୱାଦଶ ଶମ୍ଭୁ ଓ ଦ୍ୱାଦଶ ଶକ୍ତିପୀଠ ସହ ବହୁ ପୁରାତନ ମନ୍ଦିର ଓ ଆଶ୍ରମର ଉଲ୍ଲେଖ ମିଳେ।
ପ୍ରଥମ ଦିନରେ ପ୍ରାୟ ୭ କି.ମି. ପଦଯାତ୍ରା କରି ପଦଯାତ୍ରୀମାନେ କପିଳେଶ୍ୱରପୁରରୁ ଯାତ୍ରା ଆରମ୍ଭ କରି ନୂଆଗାଁ ଅବସ୍ଥିତ ରାଧାକାନ୍ତ ମଠରେ ପହଞ୍ଚିଥିଲେ। ସେଠାରେ ସନ୍ଧ୍ୟାରେ ଆରତି ସହ ଭଜନ-କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସକ୍ରିୟ ସହଭାଗୀତାରେ ପରିବେଶ ଓ ସଂସ୍କୃତି ସୁରକ୍ଷାର ସନ୍ଦେଶ ପ୍ରଚାର ହୋଇଥିଲା।
ପରିକ୍ରମା ଆଗାମୀ ଦିନଗୁଡ଼ିକରେ ପ୍ରାଚୀ ଉପତ୍ୟାକାର ବିଭିନ୍ନ ମଠ , ମନ୍ଦିର ଐତିହ୍ୟସ୍ଥଳୀକୁ ସ୍ପର୍ଶ କରିବ। ଆସନ୍ତା 13 ତାରିଖରେ ସମାପ୍ତ ହେବ। ଏହା ମାଧ୍ୟମରେ ଭାଷା, ସଂସ୍କୃତି ଓ ଇତିହାସ ପ୍ରତି ସମ୍ମାନବୋଧ ବଢ଼ିବା ସହ ପ୍ରାକୃତିକ ସମ୍ପଦ ସୁରକ୍ଷାର ଜାଗରଣ ଆହୁରି ମଜବୁତ ହେବ ବୋଲି କହିଛନ୍ତି ପ୍ରଜ୍ଞାନନ୍ଦ ମହାରାଜ।
ମହାରାଜ ଆଉ ମଧ୍ୟ କହିଛନ୍ତି ଓଡ଼ିଶାର ଐତିହ୍ୟ ବହୁ ପ୍ରାଚୀନ। ପ୍ରାଚୀ ସରସ୍ବତୀ ନଦୀ ହେଉଛି ପୌରାଣିକ ନଦୀ। ପ୍ରାଚୀ ସରସ୍ବତୀଙ୍କ ସୁରକ୍ଷା ଆମ ରାଜ୍ୟବାସୀଙ୍କ କର୍ତ୍ତବ୍ୟ। ଓଡ଼ିଶାବାସୀ ଶୋଇପଡ଼ିଛନ୍ତି। ଆମ ସମସ୍ତଙ୍କୁ ଜାଗ୍ରତ ହେବାକୁ ପଡ଼ିବ। ଯେମିତି ଚନ୍ଦ୍ରଭାଗା ନଦୀ କେଉଁଆଡେ ହଜିଗଲା ସେମିତି ପ୍ରାଚୀ ନଦୀ ମଧ୍ୟ ହଜିଯିବ। ଏଥିପାଇଁ ସାଧୁସନ୍ଥ ମାନେ ପ୍ରତିବର୍ଷ ପଦଯାତ୍ରା କରୁଛନ୍ତି। ଆମ ସମସ୍ତଙ୍କୁ ସମନ୍ବିତ ହୋଇ କାମ କରିବାକୁ ପଡ଼ିବ ବୋଲି ପ୍ରଜ୍ଞାନନ୍ଦ ମହାରାଜ ଜୀ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories