Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପୁଷରେ କହିବିନି, ମାଘରେ କହିବି'

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
'ପୁଷରେ କହିବିନି, ମାଘରେ କହିବି'

ଅର୍ଗସ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଯେଉଁ କଥାକୁ ଅପେକ୍ଷା ଥିଲା ସେହି କଥାକୁ କହିଦେଲେ ପ୍ରଦୀପ । ଅର୍ଥାତ୍‌ ବିଜେଡିରୁ ବହିଷ୍କାର ହେବା ପରେ କେଉଁ ଦଳରେ ମିଶିବେ ତାହାକୁ ନେଇ ଚର୍ଚ୍ଚା ବଝୁଥିବା ବେଳେ ଖୋଦ୍‌ ନିଆଁରେ ଘିଅ ଢାଳିଛନ୍ତି ପ୍ରଦୀପ । କହିଛନ୍ତି, ମାଘ ହେଉ କହିବି, ପୁଷରେ କହିବିନ । 

ନିର୍ଦ୍ଧିଷ୍ଟ ଦଳରେ ମିଶିବାକୁ ନେଇ ଚର୍ଚ୍ଚା ବଢୁଥିବା ବେଳେ ପ୍ରଦୀପ ଗଣମାଧ୍ୟମରେ ଯେଉଁ ପରି ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ହଟ୍ଟଚମଟ ହେଉଛି । କାରଣ ପ୍ରଦୀପଙ୍କ ଇସାରାକୁ ଯଦି ଆପଣ ଭଲରେ ବିଶ୍ଳେଷଣ କରିବେ ତେବେ ଗୋଟିଏ କଥା ପୂରା ଜଳଜଳ ହୋଇ ଦିଶୁଛି କି ପ୍ରଦୀପ ଆଗାମୀ ଦିନରେ ନିଶ୍ଚୟ କେଉଁ ଦଳରେ ଯୋଗ ଦେବେ ।

ବିଜେଡିରୁ ବହିଷ୍କାର ହେବା ଦିନରୁ ବିଜେଡି ସରକାରର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ପ୍ରଦୀପ । ବିଧାୟକ ପାଣ୍ଠିରୁ ଖର୍ଚ୍ଚ ନହେବା ପ୍ରସଙ୍ଗ ହେଉ କିମ୍ବା ଗୋପାଳପୁର ମହୋତ୍ସବ ହେଉ..ଏମିତି ଅନେକ ପ୍ରସଙ୍ଗରେ ମୁହଁ ଖୋଲି ପ୍ରଦୀପ କହିଛନ୍ତି ମୁଖ୍ୟମନ୍ତ୍ରୀ ମତେ ବୁଝିଲେନି କିନ୍ତୁ ଦୋଷ ମୋ ମୁଣ୍ଡରେ ଢାଳିଲେ । ଖାଲି ଏତିକି ନୁହେଁ ବରଂ ମଦ ବ୍ୟବସାୟୀଙ୍କ ରେଡ୍‌କୁ ନେଇ ସେ ମୁହଁ ଖୋଲିଛନ୍ତି । ମୋ ଘରେ କିଛି ନଥିଲା ସବୁ ରେଡ୍‌ କଲ, ସେଠି ରେଡ୍‌ କରିବାକୁ କିଆଁ ଡରୁଛ ବୋଲ ପ୍ରଶ୍ନ କରିଛନ୍ତି ପ୍ରଦୀପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗୁରୁତ୍ଵପୂର୍ଣ୍ଣ କଥା ହେଲା ବିଜେଡିରେ ଥିବା ବେଳେ ଦଳ କେମିତି ଜିତିବ ସେନେଇ ପ୍ରଦୀପ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ  । ହେଲେ ଦଳରୁ ବିଦା ହେବା ପରେ ଗଂଜାମରେ ପ୍ରଦୀପଙ୍କ ବିନା ସାହାଯ୍ୟରେ ଏଥର ବିଜେଡି ଲଢିବ ନିର୍ବାଚନ । ତେଣୁ ପ୍ରଦୀପଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଏବେ ସୃଷ୍ଟି ହେଲାଣି ଝଡ଼ ।
(ବ୍ରହ୍ମପୁରରୁ ପିତାମ୍ବର ନାହାକଙ୍କ ରିପୋର୍ଟ)

 

Sponsored
General Election | Argus News