Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୧ଲକ୍ଷ ୨୦ ହଜାର ବଦଳରେ ୧ଲକ୍ଷ ୮୦ ହଜାର ପାଇବେ ହିତାଧିକାରୀ

Odisha

ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୧ଲକ୍ଷ ୨୦ ହଜାର ବଦଳରେ ୧ଲକ୍ଷ ୮୦ ହଜାର ପାଇବେ ହିତାଧିକାରୀ

Sangram Tripathy
Browse all articles by Sangram Tripathy
·1 year ago·2 min read
ପ୍ରଧାନମନ୍ତ୍ରୀ ଆବାସ ଯୋଜନା:୧ଲକ୍ଷ ୨୦ ହଜାର ବଦଳରେ ୧ଲକ୍ଷ ୮୦ ହଜାର ପାଇବେ ହିତାଧିକାରୀ


ଅର୍ଗସ ବ୍ୟୁରୋ:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖୁବଶୀଘ୍ର ଓଡ଼ିଶା ହିତାଧିକାରୀ ପାଇବେ ଅଧିକ ଟଙ୍କା। ୧ଲକ୍ଷ ୨୦ବଦଳରେ ମିଳିବ ୧ଲକ୍ଷ ୮୦ ହଜାର ଟଙ୍କା । ଫୁଟିବ ହିତାଧିକାରୀଙ୍କ ଓଠରେ ହସ ।  ପିଏମ୍ ଆବାସ ଗ୍ରାମୀଣ ଯୋଜନାରେ ଓଡ଼ିଶାର ୨୭ ଲକ୍ଷ ୨୫ ହଜାର ୫ଶହ ୮୫ ହିତାଧିକାରୀଙ୍କୁ ପକ୍କାଘର ଯୋଗାଣର ଲକ୍ଷ୍ୟ ରହିଥିଲା ଏଥିପାଇଁ ୨୮ ଲକ୍ଷ ୫୮ ହଜାର ୫ଶହ ୪୫ ଜଣ ହିତାଧିକାରୀନିଜ ନାମ ପଞ୍ଜିକୃତ କରିଥିଲେ ସେମାନଙ୍କ ମଧ୍ୟରୁ ୨୭ ଲକ୍ଷ ୨୩ ହଜାର ୨ଶହ ଘରକୁ ମଂଜୁରୀ ମିଳିଛି୨୨ ଲକ୍ଷ ୫୬ ହଜାର ୨ଶହ ୧୩ଟି ଘରର ନିର୍ମାଣ ଶେଷ ହୋଇହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସେହିପରି ପିଏମ୍‌ ଆବାସ ସହରାଞ୍ଚଳରେ ଯୋଜନା ଅଧିନରେ ଓଡ଼ିଶାର ୨ ଲକ୍ଷ ୩ ହଜାର ୩ଶହ ୮୦ଟି ପକ୍କାଘର ମଂଜୁର ହୋଇଛି। ୧ଲକ୍ଷ ୫୦ ହଜାର ୮ଶହ ୮୬ଜଣ ହିତାଧିକାରୀଙ୍କ ଘର ସମ୍ପୁର୍ଣ୍ଣ ହୋଇ ସେମାନଙ୍କୁ ପ୍ରଦାନ କରାଯାଇଛି ବାକି ନିର୍ମାଣାଧିନ ରହିଛି ଏବେବି ଉଭୟ ପିଏମ୍‌ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ଲକ୍ଷାଧିକ ହିତାଧିକାରୀ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଏହାରି ମଧ୍ୟରେ କେନ୍ଦ୍ରର ମୋଦି ସରକାର ଜନସାଧାରଣଙ୍କୁ ଏହି ଯୋଜନାର ଫାଇଦା ଉଠାଇବାକୁ ପୁଣି ଦେଇଛନ୍ତି ସୁଯୋଗ। ନୂଆ ୩ କୋଟି ପକ୍କାଘର ଯୋଗାଣରେ ପୂର୍ବରୁ ବଂଚିତ ଓଡ଼ିଶାର ଗ୍ରାମାଂଚଳ ଓ ସହରାଂଚଳର ହିତାଧିକାରୀ ମଧ୍ୟ ସ୍ଥାନ ପାଇବେ ତେବେ ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ହିତାଧିକାରୀଙ୍କୁ ୧ଲକ୍ଷ ୨୦ ହଜାର ବଦଳରେ ୧ଲକ୍ଷ ୮୦ ହଜାରଟଙ୍କା ମିଳିବ ବୋଲି ପ୍ରକାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ। ସମସ୍ତ ସୁବିଧା ସହ ପ୍ରତି ଆବାସ ଘରକୁ ମଡେଲ ଗୃହ ଭାବେ ନିର୍ମାଣ କରାଇବେ ରାଜ୍ୟ ସରକାର। ପୂର୍ବରୁ ଯେଉଁମାନେ ପକ୍କାଘର ପାଇଛନ୍ତି ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି ଯେଉଁମାନ ବର୍ଷ ବର୍ଷ ଧରି ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ଅନାଇ ବସିଛନ୍ତି,ସେମାନେ ମଧ୍ୟ ପାଇବେ ବୋଲି ଆଶା ବାନ୍ଦି ବସିଛନ୍ତି । 

ପିଏମ୍ ଆବାସ ଯୋଜନାକୁ ୨୦୨୪-୨୫ରୁ ୨୦୨୮-୨୯ ଯାଏ ବୃଦ୍ଧି କରାଯାଇଛିପୂର୍ବ ଯୋଜନାରେ ପକ୍କାଘର ନିର୍ମାଣ ଶେଷ ହେବା ସହ ନୂତନ ଭାବରେ ଆହୁରି ୩ କୋଟି ପକ୍କାଘର ଯୋଗାଇ ଦିଆଯିବଏହା ସହ ଦେଶରେ ଗରୀବ ବାସହୀନ ଲୋକଙ୍କ ମନରେ ସୃଷ୍ଟି କରିଛି ମୋଦି ସରକାରଙ୍କ ପ୍ରତି ଆସ୍ଥା ଭରଷା । ଡବଲ ଇଞ୍ଜିନ ସରକାର ଯୋଗୁ ଓଡ଼ିଶାବାସୀଙ୍କ ଆବଶ୍ୟକତା ପୂରଣ ହେବ ବୋଲି ଆଶା ରଖିଛନ୍ତି ଜନତା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Pradhan Mantri Abhajan Yojana: Instead of 1 lakh 20 thousand, the beneficiaries will get 1 lakh 80 thousand | Argus News