|
logo
Live
Argus News App
GET APP

Argus News - ଚୁପ୍ ନ ରହି ନବୀନ ଶୀଘ୍ର ଉତ୍ତର ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ

Odisha

ଚୁପ୍ ନ ରହି ନବୀନ ଶୀଘ୍ର ଉତ୍ତର ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ

Sushanta Sahoo
Browse all articles by Sushanta Sahoo
·12 months ago·1 min read
ଚୁପ୍ ନ ରହି ନବୀନ ଶୀଘ୍ର ଉତ୍ତର ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ଵର: ୱାକଫ୍‌ ବିଲ୍‌କୁ ନେଇ ବିଜେଡିରେ ଝଡ଼ । ମୁହଁ ଖୋଲୁଛନ୍ତି ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା । କିଏ କହୁଛି ନବୀନଙ୍କୁ ଭେଟି ଜଣାଇବୁ ତ ଆଉ କିଏ ଚିଠି ଲେଖିଲେଣି । ୱାକଫ୍ ବିଲ୍‌କୁ ନେଇ ବିଜେଡିରେ ଦ୍ଵିମତକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ । କହିଛନ୍ତି, ଦଳର ନିଷ୍ପତ୍ତିକୁ ନେଇ କର୍ମୀ, ନେତା ସନ୍ଦେହ କରୁଛନ୍ତି । ନବୀନ ଚୁପ୍ ନ ରହି ଯଥାଶୀଘ୍ର ଉତ୍ତର ଦେଇ ଦେବା କଥା ।


ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ଦଳ ଭିତରେ କଣ ଚାଲିଛି, କଣ ହେଉଛି ଦଳର କାର୍ଯ୍ୟକର୍ତ୍ତା କହି ପାରିବେ । କିନ୍ତୁ ଦଳ ଅପ୍ରତ୍ୟାଶିତ ଭାବେ ଗତ ନିର୍ବାଚନରେ ହାରିଲା । ନିର୍ବାଚନ ସମୟରେ ପରିଚାଳନା ଦାୟିତ୍ଵିରେ ଯେଉଁମାନେ ଥିଲେ କାଉଣ୍ଟର କରି ପାରିଲେନି ।


ଏବେ ଦଳ ସଜାଡ଼ିବା ଲାଗି ଉଦ୍ୟମ ହେଉଥିବା ବେଳେ ୱାକଫ୍ ବିଲ୍‌କୁ ବିଜେଡି ବିରୋଧ କରିବା ନିଷ୍ପତ୍ତି ନେଇଥିଲା । ବିରୋଧ ନିଷ୍ପତ୍ତିକୁ ଯଥାର୍ଥ କହିବା ସହ ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି, ନିଷ୍ପତ୍ତି ପରେ ପରିବର୍ତ୍ତିତ ହୋଇଛି । ସାଂସଦ ଭାଗ ଭାଗ ହୋଇ ଯାଇଛନ୍ତି । ତେଣୁ ଦଳ ଭିତରେ ଯେଉଁମାନେ ଅଛନ୍ତି, ସେମାନେ ନବୀନଙ୍କୁ ଭେଟୁଛନ୍ତି । କଥା ହେଉଛନ୍ତି, ସେମାନେ ଅଧିକ କହି ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ୱାକଫ୍ ବିଲ୍‌କୁ ନେଇ ଥିବା ସନ୍ଦେହକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିରବ ନ ରହି ଦ୍ଵନ୍ଦ୍ଵ ଦୂର କରିବା ଆବଶ୍ୟକ ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡ଼େଇ । ୱାକଫ୍ ବିଲ୍‌କୁ ନେଇ ବିଜେଡି ନେତାଙ୍କ ଭିତରେ ନାନା ମତ ଦଳୀୟ କର୍ମୀଙ୍କୁ ବିବ୍ରତ କରିଥିବା ବେଳେ ନବୀନ କେବେ ମୁହଁ ଖୋଲିବେ ?

Sponsored
ଚୁପ୍ ନ ରହି ନବୀନ ଶୀଘ୍ର ଉତ୍ତର ଦିଅନ୍ତୁ: ପ୍ରଫୁଲ୍ଲ ଘଡ଼େଇ | Argus News