|
logo
Live

Argus News - ବଲାଙ୍ଗିର ଜଳଯୋଗାଣ ବିଭାଗକୁ ସାବାସି

Odisha

ବଲାଙ୍ଗିର ଜଳଯୋଗାଣ ବିଭାଗକୁ ସାବାସି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବଲାଙ୍ଗିର ଜଳଯୋଗାଣ ବିଭାଗକୁ ସାବାସି

ଅର୍ଗସ ବ୍ୟୁରୋ:  ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ ରାଜ୍ୟର ସବୁଠୁ ଉତ୍ତପ୍ତ ସହର। କିଏ କିଏ କୁହନ୍ତି ତତଲାଗଡ। ହେଲେ ଶୁଷ୍କରୁ ଆଦ୍ରତା। ଏହାର ସଦ୍ୟତମ ଉଦାହରଣ,ନୀତି ଆୟୋଗରେ ନିଷ୍ପତ୍ତି। ଦେଶର ୨୦ଟି ଜିଲ୍ଲାରେ ସ୍ଥାନ ପାଇଛି ବଲାଙ୍ଗିର। ସଇଁତଲା ବ୍ଲକ ବେଲଗାଁରେ ଥିବା ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ। ତେଲ ନଦୀର ପାଣିକୁ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କୁ ପିଇବା ପାଣି ଦିଆଯାଉଛି। ୭ରୁ ୨୦ ଅକ୍ଟୋବର ଯାଏ, ଦେଶର ୨୦ ଜିଲ୍ଲାକୁ ନେଇ ନୀତି ଆୟୋଗ ପାଳିଛି , ଜଳ ଉତ୍ସବ। ଏଥିରେ ଓଡ଼ିଶାରୁ ଏକମାତ୍ର ଜିଲ୍ଲା ଭାବେ ସ୍ଥାନ ପାଇଥିଲା ବଲାଙ୍ଗିର ।

ଜିରୋ ଲିକେଜ, ଓ୍ବାଟର ସିଓ୍ବାର୍ଡ, କାପାସିଟି ବିଲ୍ଡିଂ , ସସଟେନେବୁଲ ଓ୍ବାଟର, ରୁରାଲ ଲାଇଭଲିହୁଡ ଓ ଜନ ସଚେତନତା ପାଇଁ ରହିଥିଲା ଏ ଉତ୍ସବ। ପୂର୍ବରୁ ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିଲେ, ଝଗଡ଼ା ଲାଗୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ଘରକୁ ସ୍ବଛ୍ଛ ପାଣି ପହଞ୍ଚାଇବା ପାଇଁ ସଂକଳ୍ପ ନେଲେ। ଜଳ ଜୀବନ ମିଶନ ଓ ହର ଘର ଜଳ୍ ଯୋଜନାରେ ସବୁ ଘରକୁ ସ୍ବଛ୍ଛ ପାଣି ପାଇଁ ଶୁନିଶ୍ଚିତ କଲେ। ଏବେ ଟ୍ୟାପ ଯୋଗେ ସବୁ ଘରକୁ ସଂଯୋଗ ହୋଇଛି ଟ୍ୟାପ। ଲୋକଙ୍କ ହାତ ପାହାନ୍ତାରେ ମିଳୁଛି ବିଶୁଦ୍ଧ ପିଇବା ଜଳ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଲାଙ୍ଗିର ଜଳଯୋଗାଣ ବିଭାଗକୁ ସାବାସି | Argus News