Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଲିଆ ବାପାର ପୁଅ ଏକ ନମ୍ବର  

Odisha

ମୁଲିଆ ବାପାର ପୁଅ ଏକ ନମ୍ବର  

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁଲିଆ ବାପାର ପୁଅ ଏକ ନମ୍ବର  

ମାଲକାନଗିରି:  ଦୃଢ ଇଚ୍ଛା ଶକ୍ତି ହିଁ ସବୁଠୁ ବଡ ସମ୍ପତ୍ତି।  ଏହାକୁ ପ୍ରମାଣିତ କରିଛନ୍ତି  ଜଣେ ଗରିବ, ମୁଲିଆ ବାପାର  ପୁଅ ।  ଏ ହେଉଛନ୍ତି  ପ୍ରକାଶ ବିଶୋଇ। ଦାରିଦ୍ରତାର କଶାଘାତ ଭିତରେ ବହୁ ସଂଘର୍ଷ କରି ଆଇଆଇଟିରେ ନମ୍ବର  ଏକ ରାଙ୍କ ରଖି  ସଫଳତା ଅର୍ଜନ କରିଛନ୍ତି ପ୍ରକାଶ ।   ପ୍ରକାଶଙ୍କ ସଫଳତାରେ ଖୁସିର ଲହରି ଖେଳିଯାଇଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତି ଗୁଡା ପଞ୍ଚାୟତର ଦୁରାଗୁଡା ଗ୍ରାମରେ।   ଅର୍ଥ ଅଭାବରୁ ୟୁଟ୍ୟୁବ୍‌ ର ଶିକ୍ଷା ଗ୍ରହଣ କରିଥିଲେ ପ୍ରକାଶ ମନକୁ କୁ ଦୁର୍ବଳ ନ କରି ପାଠ ପଢାରେ ନିମଗ୍ନ ରହିଥିଲେ । ଯାହାର ଫଳ ସେ ଆଜି ପାଇଛନ୍ତି।  ବାପା କର୍ଣ୍ଣ ବିଶୋଇ ଓ ମନିରାଣୀ ବିଶୋଇ ଙ୍କ ଚାରି ପୁଅ ମଧ୍ୟରେ ବଡ଼ ପୁଅ ପ୍ରକାଶ କୁମାର ବିଶୋଇ ।  

ପ୍ରକାଶଙ୍କ ବାପା କହିଛନ୍ତି  ପିଲା ବେଳୁ  ତାର ପାଠପଢା ପ୍ରତି ଆଗ୍ରହ ଥିଲା। ଆଜି ମୋତେ ଖାଲି ଗର୍ବିତ କରିନି ଜିଲ୍ଲା, ରାଜ୍ୟକୁ ମଧ୍ୟ ଗର୍ବିତ କରିଛି  ।  ପ୍ରକାଶଙ୍କ ପାଇଁ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହେବା ଏକ ସ୍ୱପ୍ନ ଥିଲା। କାରଣ ଯେତେବେଳେ  ରେଜଲ୍ଟ ବାହାରିଲା ପ୍ରକାଶଙ୍କ ଶାହସ ନଥିଲା ରେଜଳ୍ୱ ଦେଖିବା ପାଇଁ।  ଏହି ସଫଳତା ପାଇବା ପରେ ପ୍ରକାଶକୁ ନିଜର ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥି ଓ ଗ୍ରାମବାସୀ ମାନେ ଶୁଭେଚ୍ଛା ଜଣାଇଛନ୍ତି ।  ଘରେ ବାପା ରୋଗଗ୍ରସ୍ତ ଥିବାବେଳେ ମା ମଧ୍ୟ ମାନସିକ ଅନଗ୍ରସର ଥିବାରୁ ପ୍ରକାଶ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିଥାନ୍ତି।  ମାଙ୍କୁ ମଧ୍ୟ ରୋଷେଇ କାର୍ଯ୍ୟରେ ସହଯୋଗ କରନ୍ତି  । ଆଗକୁ ପାଠ ପଢିବା ପାଇଁ ବହୁ ପଇସା ଆବଶ୍ୟକ ଥିବାରୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରକାଶ।   ତେବେ ଦେଖିବାର ବାକି ରହିଲା ସରକାରଙ୍କ ଶୁଭ ଦୃଷ୍ଟି ପ୍ରକାଶଙ୍କ ଉପରେ କେବେ ପଡୁଛି।
 
 ଅଧିକ ଦେଖନ୍ତୁ: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prakash achieved success by ranking number one in IIT | Argus News