Kendrapara News / ଟାଟୁ ପାଇଁ ୩୫ ବର୍ଷ ପରେ ପରିବାର ସହ ଯୋଡ଼ିହେଲେ ପ୍ରମିଳା
·45 mins ago·4 min read

Key Points
ଟାଟୁ ଯୋଡ଼ିଲା ସମ୍ପର୍କ
ଟାଟୁ ପାଇଁ ପରିବାର ସହ ଯୋଡିହେଲେ ପ୍ରମିଳା
୩୫ ବର୍ଷ ପରେ ହିମାଚଳରୁ ଠାବ ହେଲେ ପ୍ରମିଳା
ଟାଟୁ ପାଇଁ ପରିବାର ସହ ଯୋଡିହେଲେ ପ୍ରମିଳା
୩୫ ବର୍ଷ ପରେ ହିମାଚଳରୁ ଠାବ ହେଲେ ପ୍ରମିଳା
ପଟ୍ଟାମୁଣ୍ଡାଇ,୨୪/୦୯: ଟାଟୁ ଯୋଡ଼ିଲା ସମ୍ପର୍କ। ଟାଟୁ ପାଇଁ ଦୀର୍ଘ ୩୫ ବର୍ଷ ପରେ ନିଜ ପରିବାର ସହ ଯୋଡ଼ି ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ପ୍ରମିଳା ମଲିକ। ହାତରେ ଓଡ଼ିଆରେ ଲେଖାଥିବା ଟାଟୁ ପାଇଁ ତାଙ୍କୁ ଚିହ୍ନଟ କରିଥିଲେ ପରିବାର ସଦସ୍ୟ। ଏବେ ୩୫ ବର୍ଷ ପରେ ପ୍ରମିଳାଙ୍କ ଖୋଜଖବର ପାଇ ପରିବାରରେ ଆନନ୍ଦର ଲହରୀ ଖେଳି ଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ଅଳପୁଆ ପଞ୍ଚାୟତ ଅଳପୁଆ ଗାଁର ପ୍ରମିଳା ମଲିକ । ତାଙ୍କୁ ଏବେ ୬୨ ବର୍ଷ ବୟସ । ହିମାଚଳ ପ୍ରଦେଶରେ ରହୁଥିବା ପ୍ରମିଳାଙ୍କ ଭିଡିଓ ଯେତେବେଳେ ମୋବାଇଲ ଫୋନ୍ ସ୍କ୍ରିନ୍ ରେ ତାଙ୍କ ପରିବାର ଲୋକଙ୍କ ଆଗରେ ଫୁଟି ଉଠିଲା, ସେତେବେଳେ ଏକପ୍ରକାର ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କୁ ଦେଖି ପରିବାର ସଦସ୍ୟମାନେ ଭାବବିହ୍ୱଳ ହୋଇ ପଡ଼ିଥିଲେ । ପ୍ରମିଳାଙ୍କ ପାଇଁ ମଧ୍ୟ ନିଜ ପରିବାର, ଆତ୍ମୀୟଙ୍କ ସହ ପୁଣି ଥରେ ଲମ୍ବା ବ୍ୟବଧାନ ପରେ ଯୋଡ଼ି ହେବା ଏକ ସ୍ୱପ୍ନ ଭଳି ଥିଲା । ହାତରେ ଓଡ଼ିଆରେ ଲେଖାଥିବା ଟାଟୁ ଓ ଅନ୍ୟ କେତେକ ସ୍ମୃତି ଚିହ୍ନ ପାଇଁ ତାଙ୍କୁ ଚିହ୍ନଟ କରିଥିଲେ ପରିବାର ସଦସ୍ୟ । ପ୍ରମିଳା ଅଳପୁଆଠାରେ ଥିବା ନିଜ ପରିବାରଠାରୁ ୩୫ ବର୍ଷ ତଳେ ଦୁର୍ଭାଗ୍ୟକ୍ରମେ ଅଲଗା ହୋଇଯାଇ ହିମାଚଳପ୍ରଦେଶରେ ରହି ଆସୁଥିଲେ । ତାଙ୍କୁ ଆଉ ଦେଖିବେ ବୋଲି ପରିବାର ଲୋକେ, ସମ୍ପର୍କୀୟମାନେ ଆଶା ଛାଡ଼ି ଦେଇଥିଲେ । ଭିଡିଓ କଲ୍ ଟି ସେମାନଙ୍କୁ ପରସ୍ପର ସହ ସାମ୍ନାସାମ୍ନି କରାଇଥିଲା । ସମସ୍ତେ କଥା ହୋଇଥିଲେ, ଦୁଃଖସୁଖ ବାଣ୍ଟିଥିଲେ ।
ମିଳିଥିବା ସୂଚନା ଅନୁସାରେ, ସ୍ୱର୍ଗତ ଦୀନବନ୍ଧୁ ମଲିକଙ୍କ ପତ୍ନୀ ପ୍ରମିଳା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ବଲ୍ହା ଉପଖଣ୍ଡ ଅଞ୍ଚଳର ଧରମ୍ଶିଳା ତହସିଲ ଅଧୀନ ଭାନଗ୍ରୋଟୁଠାରେ ଏକ ବୃଦ୍ଧାଶ୍ରମରେ ଭିନ୍ନ ଏକ ପରିଚୟ ନେଇ ରହୁଥିଲେ । କିଛି ସରକାରୀ ରେକର୍ଡରେ ତାଙ୍କୁ ରାମକାଳୀ ମଲିକ ଭାବରେ ଚିହ୍ନଟ କରାଯାଇଥିଲା । ତେବେ ତାଙ୍କ ପରିଚୟ ଅସ୍ପଷ୍ଟ ଥିଲା ଓ ପରିବାର ସଂପର୍କରେ ତଥ୍ୟ ମିଳୁନଥିଲା । ସେଠାକାର ସରକାରଙ୍କ ତରଫରୁ ‘ମିଶନ୍ ଅପନୋ ତକ୍' କାର୍ଯ୍ୟକ୍ରମରେ କିଛି ଲୋକଙ୍କ ମିଳିତ ପ୍ରୟାସ ଏବଂ ତାଙ୍କ ଅତୀତର କିଛି ତଥ୍ୟ ଆଧାରରେ ତାଙ୍କ ପରିବାରକୁ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା । ବଲ୍ହା ଉପଖଣ୍ଡ ମାଜିଷ୍ଟ୍ରେଟ୍ ସ୍ମୃତିକା ନେଗି ଏବଂ ତହସିଲ୍ କଲ୍ୟାଣ ଅଧିକାରୀ ବୃଦ୍ଧାଶ୍ରମକୁ ଯାଇ ପ୍ରମିଳାଙ୍କ ସହ କଥା ହେବା ପରେ ପ୍ରମିଳାଙ୍କ ପ୍ରକୃତ ପରିଚୟ ସାମ୍ନାକୁ ଆସିଥିଲା । ତାଙ୍କ ସହ ଆଲୋଚନା ବେଳେ ସେ ତାଙ୍କର ବିଗତ ଦିନର କିଛି ସ୍ମୃତି ଓ ପରିବାର ଲୋକଙ୍କ ସହ କାଟିଥିବା ଦିନର ଅନୁଭୂତି ବାବଦରେ ସୂଚନା ଦେଇଥିଲେ । ତାଙ୍କ ହାତରେ ଓଡ଼ିଆରେ ଚିତା କୁଟା ହୋଇ ଲେଖା ହୋଇଥିବା ଅକ୍ଷରର ଟାଟୁ ତାଙ୍କୁ ଚିହ୍ନଟ କରିବାରେ ବେଶ୍ ସହାୟକ ହୋଇଥିଲା ।
ପଢନ୍ତୁ ଏହି ଖବର: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର, କୋର୍ଟ ଯିବା ପୂର୍ବରୁ ଦେବାକୁ ପଡିବ ନାହିଁ ଜରିମାନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ପ୍ରଥମେ କଟକ ଓ ଓଡ଼ିଶାର ଅନ୍ୟ କିଛି ଅଞ୍ଚଳର ନାଁ ନେଇଥିଲେ । ଯାହା ପରେ ତାଙ୍କୁ ନିଜ ଘର ପଟ୍ଟାମୁଣ୍ଡାଇ ଅଳପୁଆ ଠିକଣାରେ ପହଞ୍ଚାଇଥିଲା । ପ୍ରମିଳାଙ୍କ ସହ ଆଲୋଚନା ବେଳର କିଛି ସଂକ୍ଷିପ୍ତ ଭିଡିଓ, ଇଣ୍ଡିଆ କୋର ଭଲ୍ୟୁଣ୍ଟିୟର ନେଟ୍ୱର୍କର ସାମାଜିକ କର୍ମୀ ତଥା ଜାତୀୟ ସଂଯୋଜକ ସବିତା ଚନ୍ଦା, ଓଡ଼ିଶା ରେଳବାଇ ପୁଲିସ୍ ଓ ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା ଏବଂ ପୁଲିସ୍ ଅଧିକାରୀ ଅମିତ କୁମାରଙ୍କ ସହ ମିଶି ଏପରି କିଛି ତଥ୍ୟ ପ୍ରଦାନ କରିଥିଲେ ଯାହା ଖୋଜିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲା । ନିରନ୍ତର ପ୍ରୟାସ ଓ ଯାଞ୍ଚ୍ ପରେ ଶେଷରେ ତାଙ୍କ ପରିବାରର ସନ୍ଧାନ ମିଳିପାରିଥିଲା । ପ୍ରାୟ ୩୫ ବର୍ଷର ବିଚ୍ଛେଦ ପରେ ପ୍ରମିଳା ଭିଡିଓ କଲ୍ ମାଧ୍ୟମରେ ନିଜ ପରିବାର ଲୋକ, ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ତାଙ୍କୁ ଆଉ ଫେରି ପାଇବାର ଆଶା ଛାଡ଼ିଦେଇଥିବା ପରିବାର ଲୋକେ ତାଙ୍କୁ ପୁନର୍ବାର ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ପ୍ରମିଳା କିପରି ପରିବାରଠୁ ଅଲଗା ହୋଇ ଓଡ଼ିଶାରୁ ନିଖୋଜ ହୋଇ ହିମାଚଳ ପ୍ରଦେଶ ଯାଇ ସେଠାରେ ରହିଥିଲେ ତାହା ଅସ୍ପଷ୍ଟ ରହିଛି । ସେ ୨୦୧୧ରୁ ୨୦୧୮ ମଧ୍ୟରେ ସିମ୍ଲାର ଏକ ମାନସିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିଲେ । ପରେ ସେ ସିମ୍ଲାର ‘ନାରୀ ନିକେତନ'ରେ ରହିଥିଲେ ଓ ତା'ପରେ ଭାନଗ୍ରୋଟୁସ୍ଥିତ ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ ହୋଇଥିଲେ । ଯେତେବେଳେ ପ୍ରମିଳା ଓଡ଼ିଶାରୁ ନିଖୋଜ ହୋଇ ଯାଇଥିଲେ, ସେତେବେଳେ ତାଙ୍କ ପୁଅର ବୟସ ମାତ୍ର ଦେଢ଼ ବର୍ଷ ଥିଲା । ବର୍ତ୍ତମାନ ତାଙ୍କ ପୁଅଙ୍କ ବୟସ ୩୭ ବର୍ଷ । ପ୍ରମିଳାଙ୍କୁ ଗାଁକୁ, ତାଙ୍କ ଘରକୁ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯାଉଥିବା ପରିବାରଠାରୁ ସୂଚନା ମିଳିଛି । ପ୍ରମିଳାଙ୍କ ସମ୍ପର୍କୀୟ ଦିଅର ଦୁଃଶାସନ ମଲିକଙ୍କ ସୂଚନା ଅନୁସାରେ, ପ୍ରମିଳା ତାଙ୍କ ପୁଅ ଧ୍ରୁବ(ଗଗି)ଙ୍କୁ ଜନ୍ମଦେବା ପରେ ତାଙ୍କଠାରେ ମାନସିକ ବିକାରଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିଲା । ସେ ବିଭିନ୍ନ ସମୟରେ କାହାକୁ କିଛି ନକହି ଘରୁ ଚାଲି ଯାଉଥିଲେ । ଏକଦା ତାଙ୍କୁ ଗାଁ ପୋଖରୀ କୂଳରୁ ମୁମୂର୍ଷୁ ଅବସ୍ଥାରେ ମଧ୍ୟ ଉଦ୍ଧାର କରାଯାଇଥିଲା । କ୍ରମାଗତ ଭାବେ ମାନସିକ ଅସ୍ଥିରତା ଲାଗି ରହିବାରୁ ପରେ ପ୍ରମିଳା ବଲୁରିଆ ପଞ୍ଚାୟତର ମହଲକଣ ପଡ଼ା ଗ୍ରାମସ୍ଥିତ ତାଙ୍କ ବାପଘରେ ରହିବାକୁ ଲାଗିଲେ । ସେଠାରେ ରହିବା ମଧ୍ୟରେ ବିଳମ୍ବିତ ରାତିରେ ସେ ଘରୁ ପଳାଇ ଆସିଥିଲେ । ତା’ ପରେ ତାଙ୍କ ସମ୍ପର୍କରେ କୌଣସି ଖୋଜ ଖବର ମିଳିନଥିଲା ।
ପ୍ରମିଳାଙ୍କ ଫେରିବା ଆଶା ଛାଡ଼ିଦେଇ ଶେଷରେ ଦୀନବନ୍ଧୁ ନିଜ ଶାଳୀ ତଥା ପ୍ରମିଳାଙ୍କ ସାନଭଉଣୀ ଉର୍ମିଳାଙ୍କୁ ବିବାହ କରିଥିଲେ । ଉର୍ମିଳାଙ୍କଠାରୁ ଦୀନବନ୍ଧୁଙ୍କର ୫ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଉର୍ମିଳାଙ୍କ ସମସ୍ତ ଝିଅଙ୍କର ବିବାହ ସରିଥିବା ବେଳେ ପୁଅ ଧୁଡ଼ା ମୁମ୍ବାଇରେ ରହି ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଛନ୍ତି । ପ୍ରମିଳାଙ୍କର ଏକମାତ୍ର ପୁଅ ଧ୍ରୁବ ଗାଁରେ ମୂଲ ଲାଗି ପେଟ ପୋଷୁଛନ୍ତି ।
ତାଙ୍କ ମା’ ହିମାଚଳ ପ୍ରଦେଶରେ ମେଣ୍ଟାଲ ହସ୍ପିଟାଲରେ ଥିବା ଡାକ୍ତରମାନେ ଫେସବୁକରେ ପଠାଇଥିଲେ । ଏହା ପରେ ତାଙ୍କ ଘର ଲୋକେ ଫୋନ୍ କରି ବୁଝିଥିଲେ । ଧୃବ ତାଙ୍କୁ ଆଣିବାକୁ ଚାହିଁଛନ୍ତି । ହିମାଚଳ ପ୍ରଦେଶ ସରକାର ମାସେ ପରେ ଆଣିବେ କହୁଛନ୍ତି । କିନ୍ତୁ ସେ ଯାଇ ଆଣିବାକୁ ଇଛା ପ୍ରକାଶ କରିଛନ୍ତି । ଏଥିପାଇଁ ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି ଧ୍ରୁବ ।

Related Topics
Explore more stories