Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୁସ୍ତି ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ କଟକର ପ୍ରମୋଦ ମୁଖୀ

Odisha

କୁସ୍ତି ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ କଟକର ପ୍ରମୋଦ ମୁଖୀ

Ritu Das
Browse all articles by Ritu Das
·2 years ago·1 min read
କୁସ୍ତି ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ କଟକର ପ୍ରମୋଦ ମୁଖୀ

ଅର୍ଗସ ବ୍ୟୁରୋ: ସର୍ବ ଭାରତୀୟ ସ୍ତରର ବାହୁ କୁସ୍ତି ଚାମ୍ପିଅନସିପରେ ଓଡ଼ିଶା ପାଇଁ ଗର୍ବ ଆଣିଲେ କଟକର ପ୍ରମୋଦ ମୁଖୀ। ଚଳିତ ବର୍ଷ ଫେବୃଆରୀ ମାସ ୨୪ ତାରିଖରେ ମୁମ୍ବାଇର ଇଣ୍ଡିଆ ଗେଟ ସମ୍ମୁଖରେ ହୋଇଥିବା ଅଲ୍ ଇଣ୍ଡିଆ ହେଭି ୱେଟ ଆର୍ମ ରେଷ୍ଟଲିଂ ଚାମ୍ପିୟନସିପରେ ପ୍ରମୋଦ ଗୋଲ୍ଡ ମେଡାଲ ହାସଲ କରିଛନ୍ତି। ନିଜସ୍ଵ ପ୍ରଚେଷ୍ଟା, ନିଜସ୍ଵ ଖର୍ଚ୍ଚରେ ସେ ରାଜ୍ୟ ପାଇଁ ଏହି ଗର୍ବ ଆଣିଛନ୍ତି। ଏସିଆ ମହାଦେଶର କୋଣ ଅନୁକୋଣରୁ ଆସିଥିବା ବାହୁ କୁସ୍ତି ଖେଳାଳିଙ୍କୁ ୮୦ କେଜିରୁ ଉର୍ଦ୍ଧ୍ବ ବର୍ଗରେ ପରାସ୍ତ କରି ପ୍ରମୋଦ ଏହି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। 

ଆଗାମୀ ସମୟରେ ଏସିଆନ ଚାମ୍ପିଅନସିପରେ ଭାଗ ନେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ହେଲେ ସରକାରୀ ସ୍ତରରୁ କୌଣସି ପ୍ରୋତ୍ସାହନ କିମ୍ବା ସହଯୋଗ ନମିଳିବା କାରଣରୁ ତାଙ୍କର ଏହି ସ୍ବପ୍ନ ଅଧୁରା ହୋଇ ରହିଯାଉଛି। ତେବେ ତାଙ୍କର ଏହି ଗୋଲ୍ଡ ମେଡାଲ ଯାତ୍ରା କିପରି ଥିଲା। କେମିତି ସେ ରାଜ୍ୟ ପାଇଁ ଗୌରବ ଆଣିଲେ। ଏ ନେଇ ଆର୍ମ ରେଷ୍ଟଲର ପ୍ରମୋଦ ମୁଖୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ବ୍ୟୁରୋ ଚିଫ ଇମରାନ ଖାନ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Pramod Mukhi | Argus News