Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ ! ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଣ୍ଡିଆନ

Odisha

ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ ! ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଣ୍ଡିଆନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ ! ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଣ୍ଡିଆନ

Key Points

  • ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ
  • ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ପାଣ୍ଡିଆନ
  • ବିଜୁଙ୍କୁ ଚାହୁଁନଥିଲେ ଭାରତରତ୍ନ ମିଳୁ

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । କେମିତି ଓଡ଼ିଶାର ଖଣି, ଧନ ସମ୍ପତ୍ତି ଉପରେ ତାଙ୍କର ନଜର ଥିଲା ସେନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଖୋଦ ବିଜେଡି ନେତା ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛନ୍ତି । କେମିତି ଦଳରେ ସେ ହୁକୁମାତି ଚଳାଉଥିଲେ? କେମିତି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ ? କାହିଁକି ବିଜୁ ବାବୁଙ୍କୁ ଭାରତ ରତ୍ନ ମିଳୁ ବୋଲି ସେ ଚାହୁଁନଥିଲେ ସେନେଇ ଗଣମାଧ୍ୟମ ସାମ୍ନାରେ ଭାଣ୍ଡାଫୋଡ୍‌ କରିଛନ୍ତି ପୂର୍ବତନ ବିଜେଡି ନେତା ତଥା ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ।

୨୪ ବର୍ଷର ସ୍ଥିର ସରକାର, ୨୪ ବର୍ଷର ସ୍ଥିର ମୁଖ୍ୟମନ୍ତ୍ରୀ । ଏଥର ନିର୍ବାଚନରେ ବିଜେଡି ପୁଣି ଥରେ ସରକାର କରିବ ବୋଲି ଦଳୀୟ ନେତାଙ୍କର କୌଣସି ସନ୍ଦେହ ନଥିଲା । କିନ୍ତୁ ନିର୍ବାଚନ ରଣନୀତିରେ ଯେଉଁପରି ଭାବରେ ଭୁଲ ରଣନୀତି ଓ ପାଣ୍ଡିଆନଙ୍କର ଅଖଣ୍ଡ କ୍ଷମତା ରହିଲା ତାହାକୁ ପ୍ରତ୍ୟାଖ୍ୟାନ କଲେ ଓଡ଼ିଶାବାସୀ । ସେଇଥି ଲାଗି ତ ହାରିଲା ବିଜେଡି । ହେଲେ ଏବେ ନେତାଏ ଯେଉଁ ବିସ୍ଫୋରକ ବୟାନ ଦେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର । ପ୍ରସନ୍ନ କହିଛନ୍ତି, ନବୀନଙ୍କୁ ଚୌକିରୁ ହଟାଇ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବାକୁ ଚକ୍ରାନ୍ତ କରିଥିଲେ । ଓଡିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ମିଳୁ ତାହା ପାଣ୍ଡିଆନ୍ ଚାହୁଁନଥିଲେ । ବାବା ପ୍ରସନ୍ନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ବଡ଼ ଝଡ଼ । ନିର୍ବାଚନ ପ୍ରଚାର ବେଳେ ପାଣ୍ଡିଆନ୍ ସର୍ବ ସମ୍ମୁଖରେ ନବୀନଙ୍କ ହାତ ଟଣିବା ଓ ଗୋଇଠା ମାରିବା ଦୃଶ୍ୟ ସାରା ଓଡିଶା ବାସୀଙ୍କ ଭିତରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏପରିକି ନିର୍ବାଚନ ପରାଜୟ ପରେ ବି ଦଳୀୟ ମହଲରେ ଜୋରଦାର ବିରୋଧ ହେବାରୁ ରାଜନିତୀରୁ ସନ୍ୟାସ ନେବାର ମିଛ ଡ୍ରାମା କରିଥିଲେ ପାଣ୍ଡିଆନ୍ । କିନ୍ତୁ ଏବେ ବି ବିଜେଡିକୁ ପରଦା ପଛରେ ରହି ଡାଇରେକ୍‌ସନ୍‌ ଦେଉଥିବା କହିଛନ୍ତି ପାଟ୍ଟଶାଣୀ ।

କେବଳ ପାଟ୍ଟଶାଣୀ ନୁହନ୍ତି ବରଂ ପୂର୍ବରୁ ମମତା ଓ ସୁଜିତ୍‌ ରାଜ୍ୟସଭା ପଦ ଛାଡିବା ପରେ ବିଜେଡିରେ କେମିତି ନେତାଙ୍କୁ ଅଣନିଶ୍ଵାମୀ କରାଯାଉଥିଲା ସେନେଇ ଗୁମର ଖୋଲିଛନ୍ତି । ଏବେ ପୁଣି ପାଟ୍ଟଶାଣୀଙ୍କ ପରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ ବି ତେରଛା ବାଣ ମାରିଛନ୍ତି । କହିଛନ୍ତି,ପରାଜୟ ପାଇଁ ପ୍ରାର୍ଥୀ, ପରିସ୍ଥିତି, ପରିଚାଳନା, ଫଣ୍ଡିଂ ଓ ଦାୟିତ୍ବ ଭଳି ଅନେକ ଗୁଡିଏ କାରଣ ରହିଛି । କେଉଁଠି ତ୍ରୁଟି ରହିଲା କଣ ହେଲା ତାହା ଦଳର ପରିଚାଳନା କରୁଥିବା ଲୋକ ହିଁ କହି ପାରିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ନେତାଙ୍କ ବାଣରେ ବିଜେଡି ଘାଇଲା ହୋଇଥିବା ବେଳେ ବିଜେପି ବିଧାୟକ ଜୟନାରାଣ ମିଶ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଅନେକ ବିଜେଡି ନେତା ଆମ ଯୋଗାଯୋଗରେ ଅଛନ୍ତି । ଖୁବଶୀଘ୍ର ଛିନଛତର ହୋଇଯିବ ବିଜେଡି । ସେପଟେ ଏହାର ଜବାବ ରଖିଛନ୍ତି ମୁଖପାତ୍ର ଲେଲିନ୍ ମହାନ୍ତି । ମୋଟ୍‌ ଉପରେ ବିଜେଡିରେ ନିଇତି ଗୋଟିଏ ପରେ ଗୋଟିଏ କନ୍ଦଳ ଦେଖାଯାଉଛି । ଆଉ ଏହାରି ଭିତରେ ଦଳୀୟ ନେତା ଯେଉଁପରି ଭାବରେ ପ୍ରତିକ୍ରିୟା ଦେଉଛନ୍ତି ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।
 

Argus Whatsapp Channel Mobile Top
Sponsored
Prasanna Patasani | Argus News