ପ୍ରସନ୍ନଙ୍କ କଡ଼ା ଟିପ୍ପଣୀ : ପାଣ୍ଡିଆନ ଥିଲା ଯାଏଁ ବିଜେଡି କ୍ଷମତାକୁ ଆସିବନି

Key Points
- ବିଜେଡିକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ
- କହିଲେ, ପାଣ୍ଡିଆନ ଥିଲା ପର୍ଯ୍ୟନ୍ତ ବିଜେଡି ଆସିବନି
- କେବଳ ଜଣଙ୍କ ଲାଗି ବିଜେଡିର ଲୋକପ୍ରିୟତା ଗଲା
ଅର୍ଗସ ବ୍ୟୁରୋ: ଏଥର ବୁଲେଇ ବଙ୍କାଇ ନୁହେଁ ବରଂ ରୋକଠୋକ ସିଧାସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । କହିଛନ୍ତି, କେବଳ ଜଣଙ୍କ ଲାଗି ବିଜେଡି ସରକାରରୁ ଗଲା । ଆଉ ଏ କଥା ବି କହିଛନ୍ତି, ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଅଛନ୍ତି ସେ ପର୍ଯ୍ୟନ୍ତ ବିଜେଡି କ୍ଷମତାକୁ ଆସିପାରିବ ନାହିଁ ।
କାହିଁକି ୨୪ ନିର୍ବାଚନରେ ହାରିଲା ବିଜେଡି ? ସେନେଇ ପୂର୍ବତନ ସାଂସଦ ପ୍ରସନ୍ନ ପଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି । କହିଛନ୍ତି, ମୋ ଜନ୍ମ ଜାତକରେ ମୋ ନା ପଢିବେ । ଦଳ ଗଢିକି ଦଳ ଛାଡିଲା ବେଳେ ବଡ଼ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡ଼ିକି ଆସିନଥାନ୍ତି । ଅମର ଶତପଥୀ ଯାହା କହିଛନ୍ତି କିଛି ଖରାପ କହିନାହାନ୍ତି । ଯେତେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆସିବ ନାହିଁ । କେବଳ ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି ବୋଲି ପ୍ରସନ୍ନ କହିବା ପରେ ଏବେ ବିଜେଡି ରାଜନୀତିରେ କମ୍ପନ । କାରଣ ଜଣଙ୍କ ପରେ ଜଣେ ନେତା ପ୍ରକୃତରେ ବିଜେଡିରେ କଣ ଚାଲିଥିଲା ସେନେଇ ଗୁମର ଖୋଲିଦେଇଛନ୍ତି ।
ନବୀନଙ୍କୁ ଭଲ କହିଲେ, ପାଣ୍ଡିଆନଙ୍କ ଭାଣ୍ଡାଫୋଡ୍ କଲେ । ପ୍ରତିକ୍ରିୟା ରଖି ପ୍ରସନ୍ନ କହିଛନ୍ତି, ନବୀନଙ୍କ ପ୍ରତି ମୋର ଦୁର୍ବଳତା ଅଛି କିନ୍ତୁ ପାଣ୍ଡିଆନ ଯୋଗୁଁ ଲୋକପ୍ରିୟ ବିଜେଡି ସରକାର ଚାଲିଗଲା । ବିଜେଡିରେ ତ କେହି ନବୀନଙ୍କ ବିରୋଧରେ କହୁନାହାନ୍ତି । ପାଣ୍ଡିଆନଙ୍କୁ କାହିଁକି କହୁଛନ୍ତି ? ରାଜନୀତି କରିବା ପାଇଁ ବହୁତ ଭଲ ଭଲ ଲୋକ ଅଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କ’ଣ ହେବ ? ଲୋକ ମାନେ ଯେଉଁ ଦଳକୁ ଫୋପାଡି ଦେଲେ ସେ ଦଳର କ’ଣ ହେବ ବୋଲି ସେ ପ୍ରଶ୍ନ ବି କରିଛନ୍ତି ।
📱 Get Argus News App
✨୨୪ ନିର୍ବାଚନ ପୂର୍ବରୁ ବିଜେଡି ଅବସ୍ଥା ଯାହା ହୋଇଥିଲା ପଂଚାୟତ ନିର୍ବାଚନ ପୂର୍ବରୁ ଆହୁରି ଖରାପ ହୋଇଗଲାଣି । କାରଣ ସାଧାରଣ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ଅତ୍ୟଧିକ ଅହଙ୍କାର ବିଜେଡି ପାଇଁ ଭାରି ପଡ଼ିଲା । ଏମିତିକି ୨୪ ବର୍ଷର ସରକାର କ୍ଷମତାଚ୍ୟୁତ ହେଲା । ଆଉ ଏବେ ଅମର ବି ପାଣ୍ଡିଆନଙ୍କୁ ଘେରିବା ସହିତ ବର୍ଷିଛନ୍ତି । କହିଥିଲେ ବିଜେଡି ଆଉ ପୂର୍ବପରି ନାହିଁ । ଏହାପରେ ଲେନିନ୍ ମହାନ୍ତି ଅମରଙ୍କୁ ଦଳ ଛାଡିବାକୁ କହିବା ପରେ ଜବାବ ରଖିଥିଲେ ଅମର । କହିଥିଲେ, ଲେନିନ୍ ରାଜନୀତିରେ ଅପରିପକ୍ଵ । ଆଉ ଆଜି ପ୍ରସନ୍ନଙ୍କ ବୟାନ ପରେ ଗୋଟିଏ କଥା ସ୍ପଷ୍ଟ ବିଜେଡି ଆଉ କେବେ ବି କ୍ଷମତାକୁ ଆସିବା ସ୍ଵପ୍ନ ।