bjd infighting / ପ୍ରତାପ ଜେନା ରହୁଥିବା ଘର ଉପରେ ଆକ୍ରମଣ ଘଟଣା, ତେଜିଲା ରାଜନୀତି, ବିଜେଡି କହିଲା ନିନ୍ଦନୀୟ,ବିଜେପି କହିଲା ସରକାରୀ ଘର ମାଡ଼ିବସିଛନ୍ତି ପ୍ରତାପ
·5 months ago·2 min read

Key Points
ପ୍ରତାପ ଜେନା ରହୁଥିବା ଘର ଉପରେ ଆକ୍ରମଣ ନେଇ ରାଜନୀତି ସରଗରମ
ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଲେ ଏହା ନିନ୍ଦନୀୟ
ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଲେ କର୍ମର ଫଳ

ଭୁବନେଶ୍ୱର (21/03): ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ରହୁଥିବା ଘର ଉପରେ ଆକ୍ରମଣ ନେଇ ରାଜନୀତି ସରଗରମ ହୋଇଛି। ବିଜେଡି ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି ଏହା ଏକ ନିନ୍ଦନୀୟ ଘଟଣା। ମୁଁ ଦୁଃଖିତ। ବ୍ୟକ୍ତିଗତ ଭାବେ ଆକ୍ରମଣ କରିବା ଠିକ ନୁହେଁ। ଯେଉଁ 10 ଜଣ ବିଜେଡି ରୁ ସସପେଣ୍ଡ ହୋଇଛନ୍ତି ସେମାନେ ପାଣ୍ଡିଆନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ, ଧିରେ ଧିରେ ପାଣ୍ଡିୟାନ ବିଜେଡିକୁ କରାୟତ କରିବାକୁ ଚେଷ୍ଟା କରୁଛନ୍ତି ଏହାକୁ ବିରୋଧ କରିଥିଲେ, ଏଥିଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି କହିଛନ୍ତି ଦେବୀରଂଜନ।
ସେପଟେ ପୁର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ମଧ୍ୟ ଏହି ଘଟଣା ନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ନିଜ ବାସଭବନ ଆଗରେ ପ୍ରତିବାଦକୁ ଦେଖି ବ୍ୟସ୍ତ ବିବ୍ରତ ହେଉଥିବା ମାହାଙ୍ଗା ଡବଲ ମର୍ଡରର ଅଭିଯୁକ୍ତ ପ୍ରତାପ ଜେନା ନିଜେ ଦୁଇ ଦିନ ପୂର୍ବରୁ ଅନ୍ୟ ବିଧାୟକମାନଙ୍କ ବାସଭବନରେ ଧସେଇ ପଶିବାକୁ ନିର୍ଦ୍ଦେଶ ଦେବାବେଳେ ତା'ର ସାଇଡ୍ ଇଫେକ୍ଟ କ'ଣ ହେବ ଆକଳନ କରି ନଥିଲେ କି? କର୍ମ ଫଳ ଏଇଠି ହିଁ ଭୋଗିବାକୁ ପଡ଼େ।
ପ୍ରତାପ ଜେନା କେମିତି ସରକାରୀ କ୍ବାଟରରେ ରହିଲେ? ସେ ତ ଏବେ କିଛି ନାହାଁନ୍ତି। କଣ ପାଇଁ ସରକାରୀ କ୍ବାଟର ମାଡି ବସିଛନ୍ତି ତାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ପ୍ରତାପ ଜେନାଙ୍କୁ କୌଣସି ସରକାରୀ କ୍ବାଟର ମିଳିନାହିଁ। ପ୍ରତାପ ଜେନା ରହୁଥିବା ସରକାରୀ ଘର ସାଲେପୁର ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କୁ ଦିଆଯାଇଛି।
ବିଜେଡିରେ ବଢୁଛି ଗୋଷ୍ଠିକନ୍ଦଳ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ବାସଭବନ ଆଗରେ ବିକ୍ଷୋଭ। ବିକ୍ଷୋଭ କରିଛନ୍ତି ବିଜୁଯୁବ ଓ ବିଜୁ ଛାତ୍ର ଜନତା ଦଳର ନେତା। ଭି.କେ ପଣ୍ଡିଆନ ଏବଂ ପ୍ରତାପ ଜେନା ବିରୋଧି ନାରା ଦେଇ ବାଣ ଫୁଟାଇ ଚକୋଲେଟ୍ ଖୁଆଇ ଭିନ୍ନ ଢଙ୍ଗରେ ବିକ୍ଷୋଭ କରିଛନ୍ତି ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ ପଦାଧିକାରୀ। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି 'ରାତିରେ ୧୫ ରୁ ୨୦ ଜଣ ମଦ୍ୟପ ଗୁଣ୍ଡା ଟଙ୍କା ନେଇ ରାଜ୍ୟସଭାରେ ଓଡ଼ିଶାକୁ ବିକ୍ରି କରିଥିବା BJD ବିଧାୟକଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱରରେ ମୋ ପରିବାର ରହୁଥିବା ଘରକୁ ଜବରଦସ୍ତ ଭାବେ ପ୍ରବେଶ କଲେ'।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଏଠାରେ ବଡ଼ପ୍ରଶ୍ନ କ୍ରସଭୋଟିଂ କରିଥିବା କେଉଁ ବିଜେଡି ବିଧାୟକଙ୍କୁ ଆକ୍ଷେପ କରିଛନ୍ତି ପ୍ରତାପ? ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ ଜଣ ବିଧାୟକ କରିଥିଲେ କ୍ରସଭୋଟିଂ। କଟକ ଜିଲ୍ଲାରୁ ଦୁଇ ବିଧାୟକ ଦେବୀରଂଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳ କ୍ରସଭୋଟିଂ କରିଥିଲେ। ଆକ୍ରମଣ ପରେ ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା।
Related Topics
Explore more stories