Prathamastami / ଆଜି ପ୍ରଥମାଷ୍ଟମୀ, କାହିଁକି ଘରର ପ୍ରଥମ ପିଲାଙ୍କୁ କରାଯାଏ ପୋଢ଼ୁଆଁ
·8 months ago·3 min read

Key Points
ଆଜି ପ୍ରଥମାଷ୍ଟମୀ
ଘରେ ଘରେ ପିଠା ପଣାର ଆସର
ବଡ଼ ସନ୍ତାନ ପୋଢୁଆଁ ହେବାର ବିଧି
ଘରେ ଘରେ ପିଠା ପଣାର ଆସର
ବଡ଼ ସନ୍ତାନ ପୋଢୁଆଁ ହେବାର ବିଧି
ଆଜି ପ୍ରଥମାଷ୍ଟମୀ । ଘରେ ଘରେ ପିଠା ପଣାର ଆସର । ବଡ଼ ସନ୍ତାନ ପୋଢୁଆଁ ହେବାର ରହିଛି ବିଧି । ସେପଟେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା । ମହାପ୍ରଭୁଙ୍କ ମାମୁଁ ଘର ନିଆଳି ମାଧବ ପୀଠରୁ ଶ୍ରୀମନ୍ଦିରକୁ ପଟୁଆରରେ ଆସିଲା ପୋଢୁଆଁ ଭାର । ଆଜି ପୋଢ଼ୁଁଆ ହେବେ ବଡ ଠାକୁର । ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଛି । ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି । ପୂର୍ବରୁ ମାର୍ଗଶିର ମାସକୁ ବର୍ଷାରମ୍ଭର ପ୍ରଥମ ମାସ ଭାବେ ଗ୍ରହଣ କରାଯାଉଥିଲା । ଏହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କେହି କେହି ମତ ଦେଇଥାନ୍ତି ।
ଏହି ଦିନ ପ୍ରତ୍ୟେକଙ୍କ ଘରେ ପ୍ରଥମାଷ୍ଟମୀ ପାଳନ ହେବା ସହ ବନ୍ଧୁମାନଙ୍କ ଉପସ୍ଥିତିକୁ ନେଇ ଏକ ଖୁସିବାସିର ମାହୋଲ ସୃଷ୍ଟି ହୋଇଥାଏ । ପ୍ରଥମାଷ୍ଟମୀ ଦିନ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରଂପରା ରହିଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀ ମାନେ ।ଜ୍ୟେଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି ସଂପାଦନ କରିଥାନ୍ତି । ଏଥିସହ ଘରେ ପ୍ରସ୍ତୁତ ହୋଇଥାଏ ଏଣ୍ଡୁରି ପିଠା ।
ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରିପିଠା ଭୋଗ ହେବା ସହ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ସମସ୍ତେ ଖୁସି ହୋଇଥାନ୍ତି । ଏବଂ କେବଳ ଏହି ପର୍ବରେ ଏଣ୍ଡୁରିପିଠାର ପରମ୍ପରା ରହିଥାଏ ।ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି ପୋଢୁଆଁ ହେବାପାଇଁ । ଏହିମଠର ଆରାଧ୍ୟ ଦେବତ। ବରୁଣେଶ୍ୱର ଓ ବଳଦେବ । ଏହି ମଠ ହତାରେ ଥିବା ପାପନାଶିନୀ ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀ ଦିନ ପାନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।
ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି ।
କାହିଁକି ଘରର ପ୍ରଥମ ପିଲାଙ୍କୁ କରାଯାଏ ପୋଢ଼ୁଆଁ?
ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ । ଏହିଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ଏହି ଦିନ ସେମାନଙ୍କର ଦୀର୍ଘଜୀବନ କାମନା କରି ମାଆମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି । ପଞ୍ଚପଲ୍ଲବ ଓ ପଞ୍ଚଶସ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ କି ପୁତ୍ର ତାକୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢ଼ା ଉପରେ ବସାଇ ଦୁଇ କାନରେ ଫୁଲ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ, ବରକୋଳି ପତ୍ର ଓ ହଳଦୀମିଶା ଚାଉଳ ମିଶାଇ ସେଥିରେ ମା’ ମାନେ ତାଙ୍କୁ ବନ୍ଦାପନା କରନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ମୁଣ୍ଡିଆ ମାରିବା ସହିତ ପିତାମାତାଙ୍କୁ ଓ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରନ୍ତି । ପରିବାରର ଜ୍ୟେଷ୍ଠ ପୁତ୍ର ବା ଜ୍ୟେଷ୍ଠା କନ୍ୟାର ନବ ବସ୍ତ୍ର ପରିଧାନ ଓ ବନ୍ଦାପନା ହେବାର ଏହି ବିଶେଷ ବିଧିକୁ ‘ପଢୁଆଁ ହେବା’ କହିଥାନ୍ତି । ‘ପଢୁଆଁ’ ଶବ୍ଦଟି ‘ପ୍ରଥମା’ର ଅପଭ୍ରଂଶ ।
ପରମ୍ପରା ଅନୁଯାୟୀ ଏହି ଦିନ ଜ୍ୟେଷ୍ଠ ସନ୍ତାନ ପିନ୍ଧୁଥିବା ନୂତନ ବସ୍ତ୍ର ମାମୁ ଘରୁ ଆସିଥାଏ । ଏହିଦିନ ମାମୁଁମାନେ ନୂଆଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଭଣଜା ଭାଣିଜୀ ଘରକୁ ଯାଇ ପଢୁଆଁ କରନ୍ତି । ସେଥିପାଇଁ ମାମୁଁଙ୍କୁ ଶ୍ରଦ୍ଧା ଓ ପରିହାସରେ ଅଷ୍ଟମୀ ବନ୍ଧୁ ବୋଲି କୁହାଯାଏ । ଅବଶ୍ୟ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଘରର ଜ୍ୟେଷ୍ଠପୁତ୍ର ବା ଜ୍ୟେଷ୍ଠକନ୍ୟାକୁ ନୂଆ ଲୁଗାପଟା ବାପ ମାଆମାନେ ପିନ୍ଧେଇଥାନ୍ତି । ଏହି ବିଧିରେ ସାମାଜିକ ଓ ପାରିବାରିକ ବନ୍ଧନ, ଶୃଙ୍ଖଳା ଓ ଆଦର୍ଶବୋଧ ଅତିମାତ୍ରାରେ ନିହିତ ରହିଛି । ଜ୍ୟେଷ୍ଠପୁତ୍ର, ପରିବାରରେ ପିତା ସମାନ । ପିତାଙ୍କ ଅନ୍ତେ କିମ୍ବା ପିତାଙ୍କ ଅକର୍ତ୍ତବ୍ୟରେ ଘର ଚଳାଇବା ଓ ଅନ୍ୟ ସନ୍ତାନ (ଭାଇ ଭଉଣୀ) ମାନଙ୍କୁ ପ୍ରତିପୋଷଣ କରିବା ଦାୟିତ୍ୱ ଜ୍ୟେଷ୍ଠ ପୁତ୍ର ଉପରେ ପଡ଼ିଥାଏ । ତେଣୁ ତାକୁ ସମସ୍ତେ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଓ ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ସନ୍ତାନକୁ ପୂଜା ବନ୍ଦାପନା କରିବାର ବିଧି ଆମ ସମାଜରେ ପ୍ରଚଳିତ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories