Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶା ପାଇଁ ଟର୍ଣ୍ଣିଂ ପଏଣ୍ଟ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶା ପାଇଁ ଟର୍ଣ୍ଣିଂ ପଏଣ୍ଟ

ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶା ପାଇଁ ଟର୍ଣ୍ଣିଂ ପଏଣ୍ଟ
ଉତ୍କର୍ଷ ଓଡ଼ିଶା ପାଇଁ ଖୋଲିଲା ରାସ୍ତା
ଓଡିଶାର ଗୌରବମୟ ଐତିହ୍ୟକୁ ବିଶ୍ଵ ସାମ୍ନାରେ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦି
ମୋଦି ଓଡ଼ିଶାର ବ୍ରାଣ୍ଡ ଆମ୍ବାସଡର
ବ୍ରାଣ୍ଡ ଓଡ଼ିଶାକୁ ବଢ଼ାଇ ଖୋଲିଲେ ଓଡ଼ିଶାରେ ନିବେଶର ବାଟ


ଅର୍ଗସ ବ୍ୟୁରୋ : ଓଡିଶାରେ ବଢିବ ପୁଞ୍ଜିନିବେଶ । ରାଜ୍ୟ ଅର୍ଥନୀତିକୁ ବଳ ଦେବ ପ୍ରବାସୀଙ୍କ ନିବେଶ । ଓଡିଶାରେ ସଫଳତାର ସହ ଶେଷ ହୋଇଛି ତିନି ଦିନିଆ ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ । ସମୃଦ୍ଧ ଓଡିଶା ଗଠନ ଦିଗରେ ଓଡିଶାର ଯାତ୍ରାରେ ସାମିଲ ହେବାକୁ ପ୍ରବାସୀ ଓଡିଆଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ବିକାଶ ପାଇଁ ଡବଲ ଇଞ୍ଜିନ ସହ ତୃତୀୟ ଇଞ୍ଜିନ ଭାବେ କାମ କରିବେ ପ୍ରବାସୀ । ଓଡ଼ିଶାର ବିକାଶରେ ଭାଗିଦାରୀ ହେବା ପାଇଁ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଲେଭକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରବାସୀ ଓଡିଆଙ୍କ ପାଇଁ ସ୍ଵତନ୍ତ୍ର ନୀତି ପ୍ରଣୟନ କରିବେ ରାଜ୍ୟ ସରକାର । ପ୍ରବାସୀଙ୍କ ପାଇଁ ନୋଡାଲ ବିଭାଗ ଭାବେ କାମ କରିବ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ । ଶୁକ୍ରବାର ପ୍ରବାସୀ ଓଡିଆଙ୍କ ସହ ଆଲୋଚନା ବେଳେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶର ସବୁଠାରୁ ବଡ ସମ୍ପତ୍ତି ହେଉଛି ଆମର ବୌଦ୍ଧିକ ମାନବ ସମ୍ବଳ । ପ୍ରବାସୀ ମାନେ ହିଁ ତାର ଉଦାହାରଣ । ଚାକିରି କରିବା ବଦଳରେ ଚାକିରି ଦେବା ନୀତିକୁ ଆପଣେଇବା ପାଇଁ ପ୍ରବାସୀ ଓଡିଆଙ୍କୁ ଆହ୍ଵାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ।

ଅନ୍ୟପଟେ ଓଡ଼ିଶାର ବିକାଶ କ୍ଷେତରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଟର୍ଣ୍ଣିଂ ପଏଣ୍ଟ ହେବାକୁ ଯାଉଛି । ଓଡ଼ିଶାର ଅର୍ଥନୀତିରେ ପ୍ରବାସୀଙ୍କର କଣ ଭୂମିକା ହୋଇପାରିବ, ସେ ବାବଦରେ ସେମାନେ ବି ଜାଣିଲେ, ଓଡ଼ିଶା ସରକାର ମଧ୍ୟ ସୁଯୋଗ ପାଇଲେ । ସେମାନଙ୍କ ପାଇଁ ଓଡ଼ିଶାରେ ସୁଯୋଗ ସୃଷ୍ଟି କଲେ ଓଡ଼ିଶା ମଧ୍ୟ ବିକଶିତ ହେବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ପୂର୍ବ ବିଜେଡ଼ି ସରକାର ଓଡ଼ିଶାକୁ ନିବେଶ ଆଣିବା ପାଇଁ ଅନ୍ୟ ରାଜ୍ୟ ଓ ବିଦେଶକୁ ଯାଉଥିଲେ । କିନ୍ତୁ ଏବେ ବିଜେପି ସରକାର ସମୟରେ ନିବେଶକ ମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆସୁଛନ୍ତି । ପ୍ରବାସୀ ଭାରତୀୟ ମାନେ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ ଅଧିକାରୀ ମାନଙ୍କ ସହ ପ୍ରବାସୀ ମାନେ ପୁଞ୍ଜିନିବେଶ ନେଇ ଚର୍ଚ୍ଚା, ଆଲୋଚନା କରୁଛନ୍ତି । ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହେବ । ଏହା ଭିତରେ ଆଇଟି କ୍ଷେତ୍ରରେ ନିବେଶ ପାଇଁ କଗିନାଜଣ୍ଟ କମ୍ପାନୀ ଦେଇଛି ଭରସା ।

ଓଡିଶାରେ ପ୍ରବାସୀ ଭାରତୀୟ ସମ୍ମିଳନୀର ସଫଳତାକୁ ନେଇ ଆର୍ଟିକିଲ ଲେଖି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମହାପ୍ରଭୁଙ୍କ କରୁଣା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଦିଚ୍ଛା କାରଣରୁ ଭାରତର ନିବେଶକ-ଅନୁକୂଳ ରାଜ୍ୟ ମଧ୍ୟରେ ଅଗ୍ରଣୀ ରାଜ୍ୟ ଭାବେ ବିଶ୍ଵର ଦୃଷ୍ଟି ଆକର୍ଷଣ କରିପାରିଛି ଓଡିଶା । ଖଣିଜ ସମ୍ପଦ ରାଜ୍ୟ ଏବେ ବହୁ ଦେଶୀୟ ଶିଳ୍ପଗୋଷ୍ଠୀଙ୍କ ଲକ୍ଷ୍ୟ ସ୍ଥଳ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅକ୍ଷୟ ଶକ୍ତିରେ ଅଭିବୃଦ୍ଧି ଲାଗି ପ୍ରଧାନ୍ୟ ଦେଉଛି ଓଡିଶା । ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ଏଆଇ ଆଧାରିତ ଟେକନଲୋଜି ବ୍ୟବହାର କରି ହାଇ କ୍ଵାଲିଟି ପ୍ରଡକ୍ଟ ଗୁଡିକୁ ଓଡିଶାରେ ପ୍ରସ୍ତୁତ କରିବା ସହ ରପ୍ତାନୀ କରିବା ପାଇଁ ବିଜେପି ସରକାର ଯତ୍ନବାନ ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pravasi Bharatiya Divas Convention is a turning point for Odisha | Argus News