|
logo
Live

Argus News - ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା ସୁଭଦ୍ରା ଯୋଜନା ମା' ଓ ଭଉଣୀମାନଙ୍କୁ ସଶକ୍ତ କରୁ

Odisha

ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା ସୁଭଦ୍ରା ଯୋଜନା ମା' ଓ ଭଉଣୀମାନଙ୍କୁ ସଶକ୍ତ କରୁ

Smruti Parija
Browse all articles by Smruti Parija
·1 year ago·3 min read
ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା ସୁଭଦ୍ରା ଯୋଜନା ମା' ଓ ଭଉଣୀମାନଙ୍କୁ ସଶକ୍ତ କରୁ

Key Points

  • ଶୁଭାରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା 
  • ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  •  ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା ସୁଭଦ୍ରା ଯୋଜନା ମା' ଓ ଭଉଣୀମାନଙ୍କୁ ସଶକ୍ତ କରୁ
  •  ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା କହିଲେ ପ୍ରଧାନମନ୍ତ୍ରୀ 

ଅର୍ଗସ ବ୍ୟୁରୋ: ମହିଳାଙ୍କ ହାତରେ ହେବ ଦେଶର ବିକାଶ । ଡବଲ୍ ଇଞ୍ଜିନ ସରକାରରେ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛି ବିଜେପି । ଶୁଭାରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନା । ଜନତା ମୈଦାନରେ ସ୍ବତନ୍ତ୍ର ସମାରୋହରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।  ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି । ଅର୍ଥାତ୍ ଜନତା ମଇଦାନରେ ମୋଦି ସୁଇଚ୍ ଟିପି ଉଦଘାଟନ କରିବା ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ପାଞ୍ଚ ହଜାର ଟଙ୍କା ଲେଖାଏଁ ଯାଇଛି ।  ମୋଟ 25 ଲକ୍ଷ 11 ଜଣ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୨୫୦ କୋଟି ୫୫ ହଜାର ଟଙ୍କା ।  ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । 

ଏହାସହ ଆହୁରି କହିଛନ୍ତି ମା ସୁଭଦ୍ରାଙ୍କ ନାଁରେ ଯୋଜନାର ଆରମ୍ଭ ହେଲା । ଆଉ ସ୍ୱୟଂ ଇନ୍ଦ୍ରଦେବ ଆଶୀର୍ବାଦ ଦେବାକୁ ପହଞ୍ଚିଗଲେ । ଏହା ଅପୂର୍ବ ସଂଯୋଗ । ଏହାସହ ଦେଶର 30 ଲକ୍ଷରୁ ଅଧିକ ଲୋକଙ୍କୁ ପକ୍କା ଘର ଦିଆଯାଇଛି । 26 ଲକ୍ଷ ଘର ଦେଶର ଗାଁ ଗୁଡିକରେ ଓ 4 ଲକ୍ଷ ଘର, ସହରମାନଙ୍କରେ ଦିଆଯାଇଛି । 

ଓଡ଼ିଶାରେ ବିଜେପି ସରକାର ଗଠନ ହେଲେ ପୁରୀ ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହେବ ଓ ରତ୍ନ ଭଣ୍ଡାର ଖୋଲାହେବ ବୋଲି କହିଥିଲୁ। ତେଣୁ ଓଡ଼ିଶାରେ ସରକାର ଗଠନ ହେଉ ହେଉ ଆମେ ପ୍ରତିଶ୍ରୁତି ପୂରଣ କରିବାକୁ ଲାଗିପଡ଼ିଛୁ। ଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲା ହୋଇଥିବା ବେଳେ ରତ୍ନ ଭଣ୍ଡାର ବି ଖୋଲା ଯାଇଛି। ଆମେ ସବୁବେଳେ ଲୋକଙ୍କ ସେବାକୁ ଅଗ୍ରାଧିକାର ଦେଉଛୁ। ଲୋକଙ୍କ ପାଖକୁ ସରକାର ଯାଉଛି, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଛି ବୋଲି କହିଛନ୍ତି ମୋଦି।

ଆମ ସରକାର ଲୋକଙ୍କ ପାଇଁ ଦିନ ରାତି କାର୍ଯ୍ୟ କରୁଛି। ଆମ ସରକାର ଲୋକଙ୍କ ପାଖକୁ ଯାଉଛି। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ମୁଁ ଧନ୍ୟବାଦ୍ ଜଣାଉଛି। ଜନଜାତି ମନ୍ତ୍ରାଳୟ ୭୦୦୦ ଗ୍ରାମର ବିକାଶ ପାଇଁ ଦେଶରେ ଯୋଜନା ହୋଇଛି । ଓଡ଼ିଆ ଦେଶରେ ୧୧ ଲକ୍ଷ ଲକ୍ଷପତି ଦିଦି ବନେଇଛି । ଖରିଫ ଫସଲରେ msp ବଢା ଯାଇଛି । ବହୁତ ବଡ ବଡ ନିଷ୍ପତ୍ତି ନିଆ ଯାଉଛି। ମହିଳା ମାନଙ୍କର ଉନ୍ନତି ଓ ଭାଗିଦାରୀ ହେଲେ ହିଁ ରାଜ୍ୟର ଓ ଦେଶର ଉନ୍ନତି ହେବ। ସୁଭଦ୍ରା ଯୋଜନା ଓଡ଼ିଶା ବିକାଶର ମୂଳ ମନ୍ତ୍ର ହେବ। ଦେବୀ ସୁଭଦ୍ରା ଭଳି ମା ଭଉଣୀ ମାନଙ୍କୁ ଆଦର ନମସ୍କାର ଜଣାଉଛି । ସୁଭଦ୍ରା ଯୋଜନାର ଲାଭ ୧ କୋଟି ରୁ ଅଧିକ ମହିଳାଙ୍କୁ ମିଳିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫୦ ହଜାର ଟଙ୍କାର ସହାୟତା ମହିଳାମାନଙ୍କ ଆକାଉଣ୍ଟକୁ ଯିବ। ସୁଭଦ୍ରା ଯୋଜନାରେ କେହି ମାଧ୍ୟମ ନାହିଁ । ଏହି ଟଙ୍କାକୁ ଡିଜିଟାଲ ମାଧ୍ୟମରେ ଖର୍ଚ୍ଚ ମହିଳାମାନେ କରି ପାରିବେ। ସୁଭଦ୍ରା ଯୋଜନା ମା ଓ ଭଉଣୀମାନଙ୍କୁ ସଶକ୍ତ କରୁ। ମା ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା । ସୁଭଦ୍ରା ଯୋଜନା ପାଇଁ ରାଜ୍ୟ ବ୍ୟାପୀ ଯାତ୍ରା ଚାଲୁଛି, ସବୁ ସୂଚନା ଯୋଜନାର ମହିଳା ମାନଙ୍କ ପାଖରେ ପହଞ୍ଚିଛି। ବିଧାୟକ, ସାଂସଦ ଓ ଲକ୍ଷ ଲକ୍ଷ BJP କାର୍ଯ୍ୟକର୍ତ୍ତା ଙ୍କୁ ଧନ୍ୟବାଦ୍ ଜଣାଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 

ସେପଟେ ମୋଦିଙ୍କ ଅମଳରେ ଉଜ୍ଜ୍ବଳା ଯୋଜନାରୁ ନେଇ ବିଭିନ୍ନ ଯୋଜନା ଦେଶର କୋଟି କୋଟି ମାଆଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିବା କହି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଭଦ୍ରା ଯୋଜନାରେ ରାଜ୍ୟର ମାଆଙ୍କ ବିକାଶ ଆମର ଲକ୍ଷ୍ୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।


 

Sponsored
ମା' ସୁଭଦ୍ରା ଦେବୀଙ୍କ ପାଖରେ ପ୍ରାର୍ଥନା ସୁଭଦ୍ରା ଯୋଜନା ମା' ଓ ଭଉଣୀମାନଙ୍କୁ ସଶକ୍ତ କରୁ | Argus News