Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପୂର୍ବ ବର୍ଷ ଅପେକ୍ଷା ୬ ଗୁଣା ଅଧିକ ଆସିଛି ପ୍ରାକ୍ ବଜେଟ୍ ପରାମର୍ଶ '

Smruti Parija
Browse all articles by Smruti Parija
·2 years ago·1 min read
'ପୂର୍ବ ବର୍ଷ ଅପେକ୍ଷା ୬ ଗୁଣା ଅଧିକ ଆସିଛି ପ୍ରାକ୍ ବଜେଟ୍ ପରାମର୍ଶ '

ଭୁବନେଶ୍ୱର: ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ୧୨ ହଜାରରୁ ଅଧିକ ଲୋକ ଅନଲାଇନରେ ମତାମତ ଦେଇଛନ୍ତି । ପୂର୍ବ ବର୍ଷ ତୁଳନାରେ ଏହା ୬ ଗୁଣା ଅଧିକ । ଲୋକଙ୍କ ଆଶା ପ୍ରତିଫଳିତ କରିବାକୁ ଉଦ୍ୟମ ଜାରି ରହିବ । ଆଜିର ବୈଠକରେ ୨୬ଟି ମୂଲ୍ୟବାନ ପ୍ରସ୍ତାବ ପାଇଛୁ । ବିଭାଗ ତରଫରୁ ମୂଲ୍ୟବାନ ପ୍ରସ୍ତାବ ଲିପିବଦ୍ଧ କରାଯାଇଛି । ଏସବୁ ପ୍ରସ୍ତାବ ବଜେଟରେ ପ୍ରତିଫଳିତ କରିବାକୁ ଚେଷ୍ଟା କରିବୁ କହିଲେ ମୁଖ୍ୟମନ୍ତ୍ରୀ । 

ଲୋକଙ୍କ ପାଇଁ ବଜେଟ୍ ଆସିବ । ଲୋକଙ୍କ ଆଶା ଆକାଂକ୍ଷା ବଜେଟରେ ପୂରଣ ହେବ । ଅନଲାଇନରେ ଲୋକଙ୍କ ମତାମତ ମଗାଇଥିଲା । ବର୍ତ୍ତମାନ ସୁଦ୍ଧା 12 ହଜାର ମତାମତ ଆସିଛି । ଯାହାକି ପୂର୍ବ ବର୍ଷ ତୁଳନାରେ 6 ଗୁଣା ଅଧିକ । ଆଜି ବୈଠକରେ ମଧ୍ୟ ଦେଢ଼ ଶହରୁ ଅଧିକ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି । ବଜେଟ୍ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ । ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pre-Budget Consultations are 6 times more than last year | Argus News