Videos
|
Odisha

ପ୍ରାକ ମୌସୁମୀ କଲା ରେକର୍ଡ, ସ୍ୱାଭାବିକଠାରୁ ଅଧିକ ବର୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରାକ ମୌସୁମୀ କଲା ରେକର୍ଡ, ସ୍ୱାଭାବିକଠାରୁ ଅଧିକ ବର୍ଷା

Key Points

ପ୍ରାକ ମୌସୁମୀ କଲା ରେକର୍ଡ

ସ୍ୱାଭାବିକଠାରୁ ଅଧିକ ବର୍ଷା

ପ୍ରାକ୍‌ ମୌସୁମୀରେ 238.6 ମିମି ବର୍ଷା ରେକର୍ଡ

ଏଥର ପ୍ରାକ୍ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରେକର୍ଡ । ଚଳିତ ବର୍ଷ ରାଜ୍ୟରେ ପ୍ରାକ୍‌ ମୌସୁମୀରେ 238.6 ମିମି ବର୍ଷା ରେକର୍ଡ । 1 ମାର୍ଚ୍ଚରୁ 31 ମେ ମଧ୍ୟରେ ଏ ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ 128.6 ତୁଳନାରେ 86% ଅଧିକ ବର୍ଷା ସହ ଅତ୍ୟଧିକ ବର୍ଷାର ପରିସର ଭୁକ୍ତ । 21 ଜିଲ୍ଲାରେ ସ୍ବାଭାବିକ ଠାରୁ ଅତ୍ୟଧିକ ବର୍ଷା - 60% କିମ୍ଵା ଅଧିକ , 7 ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ - 20% ରୁ 59% ଏବଂ ଦୁଇ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି ।


ରାଜ୍ୟରେ ମୌସୁମୀ ବର୍ଷା ପ୍ରଭାବରେ ବର୍ଷା ଲାଗି ରହିଥିଲା। ଯାହା ଦ୍ୱାରା ଯେଉଁଭଳି ଭାବରେ ତାତି ଅନୁଭୂତ ହେଉଥିଲା, ବର୍ତ୍ତମାନ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିପାରିଛି। ବର୍ଷା ପ୍ରଭାବରେ ଚଳିତ ବର୍ଷ ପ୍ରାକ ମୌସୁମୀ ସ୍ୱାଭାବିକବର୍ଷା ଠାରୁ ଅଧିକ ରେକର୍ଡ କରିଛି। ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pre-monsoon-rains-record-more-than-normal | Argus News